ଡିସେମ୍ବର ଓ ଜାନୁଆରୀରେ ଅଧିକ ଥରିବ ଓଡିଶା

0

ଭୁବନେଶ୍ୱର : ରାଜ୍ୟ ରେ କମିବ ତାପମାତ୍ରା ବଢିବ ଶୀତ। ନଭେମ୍ବର ତୃତୀୟ ସପ୍ତାହ ରୁ ଶୀତ ଅନୁଭବ ହେଉଚି । ଡିସେମ୍ବର ଓ ଜାନୁଆରୀ ରେ ଅଧିକ ଶୀତ ପଡ଼ିବ ବୋଲି ଆଗୁଆ ଆକଳନ କରିଚି ପାଣିପାଗ ବିଭାଗ । ଆଗାମୀ ୫ ଦିନ ଯାଏ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାରେ ସେଭଳି କିଛି ବଡ ପରିବର୍ତନ ହେବାକୁ ନଥିବା ବେଳେ କିଛି ସ୍ଥାନରେ ୪୮ ଘଣ୍ଟା ପରେ ୨ ରୁ ୪ ଡିଗ୍ରୀ ଯାଏ ତାପାମାତ୍ର କମିବାର ସମ୍ଭାବନା ରହିଛି । ତାପମାତ୍ରା ହ୍ରାସ ସହ ରାଜ୍ୟରେ ପଡିବ ଶୀତ। ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ହେବା ସହ ଅନ୍ୟ ଅଂଚଳରେ ଅନୁଭବ ହେଉଚି ଶୀତ। ବର୍ତ୍ତମାନ ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୧ ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଛି।ଦିନର ତାପମାତ୍ରା ସ୍ବାଭାବିକ କୁ ଫେରିଛି।

ଆଦ୍ରତାର ମାତ୍ରା କମିଲେ ତାପମାତ୍ରା ହ୍ରାସ ହେବ। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀ ରେକର୍ଡ ହୋଇଛି , ଦାରିଂବାଡ଼ି ରେ ୧୧.୫ ଡିଗ୍ରୀ ରେକର୍ଡ । ଭୁବନେଶ୍ବର କଟକ ରେ ତାପମାତ୍ରା ୧୬.୦୮ଡିଗ୍ରୀ ରେକର୍ଡ ହୋଇଛି । ଭବାନୀପାଟଣା ଓ ଫୁଲବାଣୀ ରେ ଘନ କୁହୁଡି ଦେଖା ଦେଇଛି । ଭବାନୀପାଟଣା ରେ ଦୃଶ୍ୟମାନ ଦୂରତା ୧୦୦ ମିଟର ଥିବାବେଳେ ଫୁଲବାଣୀ ରେ ୨୦୦ ମିଟର ରହିଥିଲା । ଆଗାମୀ ୩ ଦିନ ପର୍ଯ୍ୟନ୍ତ ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, କଳାହାଣ୍ଡି ର କିଛି ସ୍ଥାନ ରେ ହାଲୁକା କୁହୁଡି ଦେଖାଦେବ ବୋଲି ଆଗୁଆ ସତର୍କ କରିଚି ପାଣିପାଗ ବିଭାଗ।

Leave a comment