ଟିକଟକର ସଫଳତାକୁ ନେଇ ଚିନ୍ତାରେ ଫେସବୁକ୍
ନୂଆଦିଲ୍ଲୀ : ସୋସିଆଲ ମିଡିଆ ସାଇଟ୍ ଟିକ୍ଟକ୍ର ସଫଳତାକୁ ନେଇ ଚିନ୍ତାରେ ମାର୍କ ଜୁକରବର୍ଗଙ୍କ ଫେସ୍ବୁକ୍ । ଫେସ୍ବୁକ୍ର ମୂଳ କମ୍ପାନୀ ମେଟା ବର୍ତ୍ତମାନ ଚିନ୍ତାରେ ରହିଥିବା ଜଣପଡିଛି । ଚାଇନିଜ୍ ସର୍ଟ ଭିଡିଓ ଆପ୍ ଟିକ୍ଟକ୍ର ବିଜ୍ଞାପନ ଆୟକୁ ନେଇ ଚିନ୍ତାରେ ମେଟା। ବିଜ୍ଞାପନରୁ ଆୟରେ ଟ୍ୱିଟ୍ଟର ଏବଂ ସ୍ନାପ୍ ଚାଟ୍କୁ ପଛରେ ପକାଇଛି ଟିକ୍ଟକ୍ । ଅନ୍ୟ ପକ୍ଷରେ ୨୦୨୪ ସୁଦ୍ଧା ଟିକ୍ଟକ୍ର ବିଜ୍ଞାପନ ଆୟ ୟୁଟ୍ୟୁବ୍ ସହିତ ସମାନ ହେବ ବୋଲି ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି ।
୨୦୨୦ରେ ଭାରତରେ ବ୍ୟାନ୍ ହୋଇଥିଲା ଟିକ୍ଟକ୍ । ଏହାପରେ କମ୍ପାନୀ ବିଦେଶରେ ନିଜର ବ୍ୟବସାୟ ବୃଦ୍ଧି କରିବାକୁ ପ୍ରୟାସ କରାଯାଇଥିଲା । ୨୦୨୧ରେ ସ୍ନାପ୍ଚାଟ୍କୁ ପଛରେ ପକାଇଥିଲା । ତେବେ ଚଳିତ ବର୍ଷର ଆୟକୁ ଦେଖିଲେ ଏହା ଉଭୟ ଟ୍ୱିଟ୍ଟର ଏବଂ ସ୍ନାପଚାଟ୍କୁ ମିଳିତ ଭାବରେ ପଛରେ ପକାଇଛି । ଟ୍ୱିଟ୍ଟର ଏବଂ ସ୍ନାପଚାଟ୍କୁ ମିଳିତ ଭାବରେ ୧୦.୪୪ ବିଲିୟନ୍ ଡଲାର ଆୟ କରିଥିବା ବେଳେ ଟିକ୍ଟକ୍ ଏକାକୀ ୧୧.୬ ବିଲିୟନ୍ ଡଲାର ଆୟ କରାଯାଇଛି । ଜଣେ ଟିକ୍ଟକ୍ ୟୁଜର ସପ୍ତାହକରେ ୧୯.୬ ଘଣ୍ଟା ଏହି ଆପରେ ବିତାଇଥାନ୍ତି।
ଅନ୍ୟ ପକ୍ଷରେ ଫେସ୍ବୁକ୍ର ୨୯ ବିଲିୟନ୍ ଆକ୍ଟିଭ୍ ୟୁଜର ରହିଥିବା ବେଳେ ଇନଷ୍ଟାଗ୍ରାମରେ ଆକ୍ଟିଭ ୟୁଜରଙ୍କ ସଂଖ୍ୟା ୨ ମିଲିୟନ୍ ରହିଛି । ଯୁବ ବର୍ଗଙ୍କ ମଧ୍ୟରେ ଫେସବୁକ୍ ଲୋକପ୍ରିୟ ଥିବାରୁ ମେଟା ବିଜ୍ଞାପନରୁ ମାସକୁ ୧୧୮.୯ ବିଲିୟନ୍ ଡଲାର ଆୟ କରୁଛି । ତେବେ ଟିକ୍ଟକ୍ର ଲୋକପ୍ରିୟତା ଫେସ୍ବୁକ୍ ପାଇଁ ଚିନ୍ତାର କାରଣ ପାଲଟିଛି ।
ମେଟାର ରିପୋର୍ଟ ଅନୁସାରେ ଫେସ୍ବୁକ୍ର ଗ୍ରାହକ ସଂଖ୍ୟାରେ ୫ ଲକ୍ଷ ହ୍ରାସ ପାଇଛି । ଆମେରିକାରେ ଫେସବୁକ୍ ଏହାର ଗ୍ରାହକ ହରାଉଥିବା ରିପୋର୍ଟରେ କୁହାଯାଇଛି । ନନ୍ ଗେମିଂ ଆପ୍ ମଧ୍ୟରେ ବାର୍ଷିକ ୮୨୧ ମିଲିୟନ୍ ଆୟ ସହିତ ପ୍ରଥମ ସ୍ଥାନରେ ରହିଛି । ସେନ୍ସର ଟାୱାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୨୫୦ ମିଲିୟନ ଡଲାରର ମାସିକ ଆୟ ସହିତ ଗୁଗୁଲ ୱାନ୍ ଏକ ନମ୍ବର ସ୍ଥାନରେ ରହିଛି ।