ସେନାକୁ ବଡ଼ ସଫଳତା: ଟଳିଲେଣି ୧୩ ଆତଙ୍କବାଦୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଜାମ୍ମୁ-କାଶ୍ମୀରରେ ସାଧାରଣ ନାଗରିକଙ୍କ ହତ୍ୟା ପରେ ସୁରକ୍ଷାବଳ ଏବେ ସୁଦ୍ଧା​‌ ୧୩ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ଏନେଇ ଜାମ୍ମୁ କାଶ୍ମୀର ଆଇଜିପି ବିଜୟ କୁମାର ସୂଚନା ଦେଇଛନ୍ତି। ନାଗରିକଙ୍କ ହତ୍ୟା ପରେ ୯ ଗୁଳିବନିମୟରେ ୧୩ ଆତଙ୍କବାଦୀ ସଫା ହୋଇଛନ୍ତି। ଆମେ ୨୪ ଘଣ୍ଟାରୁ କମ୍‌ ସମୟରେ ଶ୍ରୀନଗର ସହରରେ ୫ରୁ ୩ ଜଣ ଆତଙ୍କବାଦୀଙ୍କୁ ମାରିଛୁ ବୋଲି ସେ କହିଛନ୍ତି ।
ନିକଟରେ ଜାମ୍ମୁ କାଶ୍ମୀରରେ ସାଧାରଣ ଲୋକ ଏବଂ ସଂଖ୍ୟାଲଘୁ ସଂପ୍ରଦାୟର ବ୍ୟାକ୍ତିଙ୍କ ହତ୍ୟାରେ ସାମିଲ ଦୁଇ ଆତଙ୍କବାଦୀଙ୍କୁ ଶୁକ୍ରବାର ପୁଲଓ୍ବାମା ଏବଂ ଶ୍ରୀନଗର ଜିଲ୍ଲାରେ ହୋଇଥିବା ଅପରେସନରେ ନିପାତ କରିଛନ୍ତି ସୁରକ୍ଷାବଳ। ଏହ ପରେ କାଶ୍ମୀର ଆଇଜିପି ବିଜୟ କୁମାର ଟ୍ବିଟ୍‌ କରି କହିଥିଲେ, ‘ନିକଟ​‌ରେ ଜଣେ କେମିଷ୍ଟ ଏବଂ ଦୁଇ ଜଣ ଶିକ୍ଷକଙ୍କ ହତ୍ୟାରେ ଜଡ଼ିତ ଦୁଇ ଆତଙ୍କବାଦୀ ଶାହିଦ ଏବଂ ତନଜୀଲ୍‌କୁ ନିପାତ କରାଯାଇଛି।’

ଅନ୍ୟପଟେ ୭ ଯବାନଙ୍କୁ ହତ୍ୟା କରିଥିବା ଆତଙ୍କବାଦୀଙ୍କ ପତ୍ତା ଲଗାଇବାକୁ ପୁଞ୍ଛ ଏବଂ ରାଜୌରୀ ଜିଲ୍ଲାରେ ସୁରକ୍ଷାବଳଙ୍କ ସର୍ଚ୍ଚ ଅପରେସନ୍‌ ଶନିବାର ଷଷ୍ଠ ଦିନରେ ପହଞ୍ଚିଛି। ଆଜି ପୋଲିସ ଏବଂ ସୁରକ୍ଷାବଳ ମିଳିତ ଭାବେ ପୁଞ୍ଛରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିବା ପରେ ମେଢ଼ର ଅଞ୍ଚଳରେ ଗୁଳିର ଶବ୍ଦ ଶୁଭିଥିଲା। ତେବେ ଏହି ଗୁଳି ଆତଙ୍କବାଦୀଙ୍କ ଦ୍ବାରା ଫୁଟାଯାଇଛି କି ନାହିଁ ସେନେଇ ଅଧିକାରୀଙ୍କ ପାଖରେ କୌଣସି ସୂଚନା ନାହିଁ ।

Leave a comment