ଜୁନ୍ ୧୭ରୁ କାର୍ଯ୍ୟକ୍ଷମ ହେବ ୬୪ ଆଦର୍ଶ ବିଦ୍ୟାଳୟ
ଭୁବନେଶ୍ୱର : ମଙ୍ଗଳବାର ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଲୋକସେବା ଭବନରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର କାର୍ଯ୍ୟ ସମୀକ୍ଷା କରିଛନ୍ତି । ଏଥିରେ ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରେମଚାନ୍ଦ ଚୌଧାରୀଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ । ବୈଠକରେ ଗ୍ରହଣ କରାଯାଇଥିବା ସିଦ୍ଧାନ୍ତ ଅନୁଯାୟୀ ରାଜ୍ୟରେ ଅଦ୍ୟାବଧି ୨୫୦ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ଥିବାବେଳେ ଅବଶିଷ୍ଟ ୬୪ ଗୋଟି ଆସନ୍ତା ଜୁନ ମାସ ୧୭ ତାରିଖଠାରୁ କାର୍ଯ୍ୟକ୍ଷମ ହେବ ।
ଏହି ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ଜୁନ୍ ୧୭ରୁ ୬ଷ୍ଠ ଶ୍ରେଣୀର ପାଠପଢା ଆରମ୍ଭ କରାଯିବ । ସମସ୍ତ ଆଦର୍ଶ ବିଦ୍ୟାଳୟରେ ଛାତ୍ରୀଙ୍କ ନିମନ୍ତେ ଉଦ୍ଦିଷ୍ଟ ହଷ୍ଟେଲ ନର୍ମାଣ କାର୍ଯ୍ୟ ୨୦୨୩ ନଭେମ୍ବର ମଧ୍ୟରେ ସରିବ। ବିଦ୍ୟାଳୟଗୁଡ଼ିକର ସୁପରିଚାଳନା ନିମନ୍ତେ ଆବଶ୍ୟକ ଥିବା ୧୭୪୯ ଗୋଟି ପଦବୀ ପୂରଣ ପ୍ରକ୍ରିୟା ଆସନ୍ତା ଜୁନ୍ ମାସ ମଧ୍ୟରେ ଶେଷ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।