ଜାଣନ୍ତୁ ଭାରତରେ କେଉଁଠୁ ହୋଇଛି ମଦ ସଂଗ୍ରହାଳୟ

0

ଦୁନିଆରେ ଅନେକ ପ୍ରକାର ନୂଆ ପୁରୁଣା ଜିନିଷର ସଂଗ୍ରହାଳୟ ଦେଖିଥିବେ, କିନ୍ତୁ ଆପଣ କେବେ ‘ମଦ ସଂଗ୍ରହାଳୟ’ ଦେଖିଛନ୍ତି ବା ଜଣାଇଛନ୍ତି କି? କଥାଟି ଆପଣଙ୍କୁ ହାସ୍ୟାସ୍ପଦ ଲାଗି ଥାଉ ପାରେ। ହେଲେ ଭାରତର ପ୍ରଥମ ମଦ୍ୟ ସଂଗ୍ରହାଳୟ ଗୋଆର ପାନାଜୀରେ ଖୋଲିଛି। ସ୍ଥାନୀୟ ବ୍ୟବସାୟୀ ନନ୍ଦନ କୁଡଚାଡକର ‘ଅଲ୍ ଏବାଉଟ୍ ଆଲକୋହଲ୍’ ନାମରେ ଏହି ନିଆରା ସାଂଗ୍ରହଳୟ ଖୋଲିଛନ୍ତି। ସଂଗ୍ରହାଳୟରେ ସ୍ଥାନୀୟ ପାରମ୍ପରିକ ପାନୀୟ ଫେନିର ବିଭିନ୍ନ ପ୍ରକାର ସ୍ଥାନ ପାଇଛି। ଫେନି ସହିତ ଜଡିତ ପାରମ୍ପାରିକ ପାତ୍ରଗୁଡିକ ମଧ୍ୟ ଏଠାରେ ପଦର୍ଷିତ ହୋଇଛି ମଧ୍ୟ। ଏହାସହ ଦେଶର ବିଭିନ୍ନ ସ୍ଥାନରେ ମିଳୁଥିବା ପୁରୁଣା ମଦ ବୋତଲ ସହ ମଦ ପ୍ରସ୍ତୁତି ୟୁନିଟ ପ୍ରଦର୍ଶନ ହେଉଛି। ଏହି ସଂଗ୍ରହାଳୟ ଉତ୍ତର ଗୋଆର କାଣ୍ଡୋଲିମର ଏକ ଛୋଟ ବେଳାଭୂମି ଗ୍ରାମରେ ଅବସ୍ଥିତ। ଏଠାରେ କାଜୁରୁ ନିର୍ମିତ ଫେନି ରଖାଯାଇଛି, ଯାହାକି ଶତାବ୍ଦୀ ପୁରୁଣା। ଏହାର ପ୍ରତିଷ୍ଠାତା କୁହନ୍ତି ଏହି ମଦ୍ୟ ସଂଗ୍ରହାଳୟ କରିବା ପଛରେ କେବଳ ଗୋଟିଏ ଉଦ୍ଦେଶ୍ୟ ରହିଛି ଗୋଆର ସମ୍ପର୍ଣ୍ଣ ପରମ୍ପରା ବିଷୟରେ ପର୍ଯ୍ୟଟକଙ୍କୁ ଜଣାଇବା।

Leave a comment