ଜାଣନ୍ତୁ କାଲି କାହାକୁ ମିଳିବ ସୁଭଦ୍ରା ଟଙ୍କା
ଆସନ୍ତାକାଲି ଅର୍ଥାତ୍ ୯ ତାରିଖରେ ସୁଭଦ୍ରା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କ ଖାତାକୁ ଆସିବ। ହେଲେ ଏହା ପୂର୍ବରୁ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ଯେ କେଉଁ ବ୍ୟାଙ୍କ ଖାତାକୁ ଟଙ୍କା ଯିବ ଓ କେଉଁ ଖାତାକୁ ଟଙ୍କା ଆସିବ ନାହିଁ । ମିଳିଥିବା ସୂଚନାନୁଯାୟୀ, ବ୍ୟାଙ୍କ ଖାତାରେ ଆଧାର ଇକେୱାଇସିି ସମସ୍ୟା କିମ୍ବା ଅନ୍ୟ କୌଣସି ଅସୁବିଧା ଯୋଗୁଁ ସରକାରଙ୍କ ତରଫରୁ ଟଙ୍କା ପଠାଯାଇଥିଲେ ମଧ୍ୟ ପହଞ୍ଚିବାରେ ବିଳମ୍ବ ହେବ କିମ୍ବା ଅଟକି ଯିବ । ସରକାରଙ୍କ ଅନୁଯାୟୀ ସୁଭଦ୍ରା ଟଙ୍କା ସିଧା ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ ।
ହିତାଧିକାରୀ ପ୍ରଦାନ କରିଥିବା ନିଜ ବ୍ୟାଙ୍କ ଆକାଉଣ୍ଟରେ ସୁଭଦ୍ରା ଟଙ୍କା ଆସିବ । ସେହି ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯିବ ଯେଉଁଥିରେ ଡିବିଟି ସକ୍ଷମ ଥିବ । ଗୋଟିଏ ବ୍ୟାଙ୍କରୁ ଅନ୍ୟ ଏକ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଟ୍ରାନ୍ସଫର ସୁବିଧା ଥିବା ଖାତାକୁ ସୁଭଦ୍ରା ଟଙ୍କା ପ୍ରଦାନ କରିବେ ସରକାର । ଯଦି ଏମିତି ସୁବିଧା ନ ଥିବ ତେବେ ସେହି ଆକାଉଣ୍ଟକୁ ଟଙ୍କା ଆସିବ ନାହିଁ।
ବୁଧବାର ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ଆସିବ। ଏହାପୂର୍ବରୁ ସୋମବାର ଖବର ଆସିଥିଲା ଯେ, ଯେଉଁ ହିତାଧିକାରୀମାନଙ୍କୁ ଖାତାକୁ ଦ୍ୱିତୀୟ ପର୍ଯ୍ୟାୟରେ ଟଙ୍କା ଆସିବ ସେମାନଙ୍କ ଖାତାକୁ ସରକାର ଏକ ଟଙ୍କା ପଠାଇଛନ୍ତି।