ଜଣାନ୍ତୁ କାହିଁକି ପୂଜା କରାଯାଏ ଶ୍ୱେତ ଅରଖ ଗଛ

0

ବୃକ୍ଷବିନା ମଣିଷର ବଞ୍ଚିବା ସମ୍ଭବ ନୁହେଁ। ଗଛ ମଣିଷକୁ ଖାଦ୍ୟ ଦେବାଠୁ ଆରମ୍ଭ କରି ସମସ୍ତ ପ୍ରକାର ମୌଳିକ ଆବଶ୍ୟକତା ପୁରଣ କରିଥାଏ। ଏହାସହ ପରିବେଶ ସନ୍ତୁଳନକୁ ବଜାୟ ରଖିଥାଏ। ବିଭିନ୍ନ ପ୍ରକାର ଗଛ ଆମେମାନେ ଔଷଧ ରୂପେ ମଧ୍ୟ ବ୍ୟବହାର କରିଥାଉ। ସେହିଭଳି ଘର, ଅଫିସ, କାରଖାନା, ଆଦିର ବାସ୍ତୁ ଦୋଷ ଦୂର କରିବା ପାଇଁ ମଧ୍ୟ ଅନେକ ଗଛ ର ବ୍ୟବହାର କରାଯାଏ। ସେଥିମଧ୍ୟରୁ ଅରଖ ଗଛ ଅନ୍ୟତମ…
ଅନେକ ସମୟରେ ଖରାପ ନଜର ଯୋଗୁ ଲୋକେ ଅଗ୍ରଗତି କରିପାରନ୍ତି ନାହିଁ, ପରିବାରରେ ଅନେକ ସମସ୍ୟା ଲାଗି ରହି ଥାଏ ତେବେ ଯଦି ଆପଣଙ୍କ ସହ ଏମିତି ଘଟୁଛି ତେବେ ଘର ଅଗଣାରେ ଶ୍ୱେତ ଅରଖ ବୁଦାଟିଏ ଲଗାନ୍ତୁ ଏଭଳି ସମସ୍ୟାରୁ ମୁକ୍ତି ପାଇବେ । ଏହାର ସମ୍ପର୍କ ସିଧା ରବି ମହାଗ୍ରହଙ୍କ ସହ ଥିବାରୁ ଏହାର ଉପସ୍ଥିତି ଯୋଗୁ ଲୋକଙ୍କ ଖରାପ ନଜର ଘର ଉପରେ ପଡି ନଥାଏ। ଯଦି କେହି ଇର୍ସାପରାୟଣ ହୋଇ ଆପଣଙ୍କ ଉପରେ ତନ୍ତ୍ରମନ୍ତ୍ର କରିଥାନ୍ତି ତେବେ ଶ୍ୱେତ ଅରଖର ଉପସ୍ଥିତି ଯୋଗୁ ସେ ସବୁ କାମ କରେନି। ଘର ଲୋକେ ସବୁ ପ୍ରକାର ସମସ୍ୟାରୁ ମୁକ୍ତ ରହିଥାନ୍ତି।
ଶ୍ୱେତ ଅରଖରେ ପ୍ରଭୁ ଗଣେଷ ବାସ କରନ୍ତି ବୋଲି ବିଶ୍ୱାସ କରାଯାଏ। ଏହି ଅରଖ ଗଛର ପୂଜା ଶ୍ରୀ ଗଣେଶଙ୍କ ପୂଜା ସହ ସମାନ ବୋଲି କୁହାଯାଏ । ଏହି ଧଳା ରଙ୍ଗର ଅରଖ ଶିବ,ବିଭିନ୍ନ ଦେବୀ, ଓ ଗଣେଶଙ୍କ ପ୍ରିୟ ହୋଇଥାଏ। ଶାସ୍ତ୍ର ଅନୁଯାୟୀ ଯଦି ଏହି ଅରଖ ଗଛର ମୂଳରେ ପାଣି, ଓ କ୍ଷୀର ଦେଇ ୧୧ ବର୍ଷ ଯାଏଁ ପୂଜା କରାଯାଏ ତେବେ ତାହା ଶ୍ରୀ ଗଣେଶଙ୍କ ଆକୃତି ଧାରଣ କରେ। ଏହି ଗଣେଶଙ୍କ ଆକୃତିକୁ ତାଡି ଘରେ ରଖିଲେ ଶୁଭ ଫଳ ମିଳିଥାଏ। ଶ୍ୱେତ ଅରଖ ଗଛ ଯଦି ଆପଣଙ୍କ ଘର, ଅଫିସ, ଦୋକାନ ଆଗରେ ଥାଏ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ସମସ୍ତ ପ୍ରକାର ଦୁଃଖ କଷ୍ଟ ରୁ ମୁକ୍ତି ମିଳେ। ଧନ ପ୍ରାପ୍ତି ହୋଇଥାଏ। ପ୍ରଭୁ ଶ୍ରୀ ଗଣେଶ ହେଉଛନ୍ତି ବିଘ୍ନହର୍ତା ଏଣୁ ଘରେ ସମସ୍ତ ପ୍ରକାର ବିଘ୍ନ ଦୂର ହୋଇଥାଏ ଶ୍ୱେତ ଅରଖ ପାଇଁ। ଭୁଲରେ ଏହି ଗଛ କାଟନ୍ତୁ ନାହିଁ।
ଶ୍ୱେତ ଅରଖ ଗଛ ଘର ଉପରେ ପଡ଼ୁଥିବା ନକରାତ୍ମକ ଶକ୍ତି କୁ ତଡ଼ି ସକାରାତ୍ମକ ଶକ୍ତିର ଉର୍ଜା ଖେଳାଇବାରେ ସହାୟକ ହୋଇ ଥାଏ । ଘରକୁ ସକାରାତ୍ମକ ଶକ୍ତି ର ଉର୍ଜା ପ୍ରବେଶ କରିବା ସହ ସିଦ୍ଧିବୁଦ୍ଧି ଆସିଥାନ୍ତି ଯାହା ଫଳରେ ସଫଳତା ପାଇବା ସହଜ ହୁଏ ବୋଲି କୁହାଯାଏ । ପିଲାମାନଙ୍କର ବିଦ୍ୟା ମଧ୍ୟ ଭଲ ହୋଇଥାଏ। ଯେଉଁ ପରିବାରରେ କୌଣସି ସଦସ୍ୟ ଯାନବାହାନ ଚଳାଉଛନ୍ତି ବା ସୈନ୍ୟ ବିଭାଗ ରେ ଅଛନ୍ତି ସେହି ପରିବାରର ଲୋକମାନେ ଏହି ଶ୍ୱେତ ଅରଖ ଗଛର ପୂଜା କରିବା ଦରକାର। ଯାହା ଫଳରେ ସମସ୍ତ ଦୁର୍ଘଟଣା ଟଳିଯାଏ ଓ ବିଜୟ ହାସଲ କରନ୍ତି।
ଜଳ ଭୟ, ଅଗ୍ନି ଭୟ, ବିବାଦ ଭୟ, ବିଷାଦ ଭୟ, ଅରଣ୍ୟ ଭୟ, ମଶାଣି ଭୟ ଆଦି ଶ୍ୱେତ ଅରଖ ପାଇଁ ଦୂର ହୋଇଥାଏ । ବୈବାହିକ ସମ୍ପର୍କ ରେ ମନମାଳିନ୍ୟ, ପିତା ପୁତ୍ର ମଧ୍ୟ ରେ ଝଗଡ଼ା, ଭାଇ ଭାଇ ମଧ୍ୟରେ ଝଗଡା ଆଦି ସମସ୍ୟା ଦୂର ହେଇଯାଏ । ବାସ୍ତୁ ଦୋଷରୁ ଯଦି କୌଣସି ଘର ତିଆରି ହୋଇପାରୁନି ତେବେ ତାର ପାର୍ଶ୍ଵରେ ଅରଖ ଗଛ ଲଗାଇ ପୂଜା କରିବା ଦ୍ୱାରା ସମସ୍ତ ବାସ୍ତୁ ଦୋଷ କଟିଯିବ ବୋଲି କୁହାଯାଏ। ଧନ ରହୁନଥିଲେ ମଧ୍ୟ ଏହା ସଞ୍ଚୟ ପାଇଁ ସହାୟକ ହୋଇଥାଏ । ସମସ୍ତ ଦୁଃଖ ଦୁର୍ଦ୍ଦଶା ଦୂର କରିଥାଏ । ଶ୍ୱେତ ଅରଖକୁ ଘରର ମୁଖ୍ୟ ଦ୍ଵାର ବା ଚଉରା ମୂଳରେ ରଖିବା ଭଲ ହୋଇଥାଏ, ନଚେତ ଏହାକୁ ଘରର ପୂର୍ବ ଦିଗରେ, ଉତ୍ତର ଦିଗ, ପୂର୍ବ ଉତ୍ତର କିମ୍ବା ଐଶାନ୍ୟ କୋଣ ରେ ଲଗେଇବା ଭଲ ହୋଇଥାଏ । ଏହି ଗଛକୁ ମଧ୍ୟ ଆପଣଙ୍କ ଛାତ ଉପରେ ରଖି ପୂଜା କରି ପାରିବେ ।
ଶ୍ୱେତ ଅରଖ କାଠରେ ଗଣେଶ ମୂର୍ତ୍ତି ତିଆରି ଜଣାନ୍ତୁ କରି ଘରେ ପୁର୍ଣ୍ଣ ବିଧିବିଧାନରେ ପୂଜାର୍ଚ୍ଚନା କରାଗଲେ ଘରର ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ। ଗଣପତିଙ୍କ ଅପାରକରୁଣାରୁ ଘରର ପ୍ରତ୍ୟେକ ସଦସ୍ୟ ସୁଖଶାନ୍ତିରେ ରହନ୍ତି।

Leave a comment