ଚିର ଯୌବନ ରଖେ ମନ୍ଦାର

0

ସାଧାରଣ ଭାବେ ଦେବାଦେବୀଙ୍କ ପୂଜାରେ ଆମେମାନେ ମନ୍ଦାର ଫୁଲ ବ୍ୟବହାର କରିଥାଉ। କେହି କେହି ଘରବାଡ଼ିର ଶୋଭା ବଢେଇବା ପାଇଁ ଏହାର ବ୍ୟବହାର କରିଥାନ୍ତି। ହେଲେ ମନ୍ଦାର ଫୁଲ,ପତ୍ର,ଚେରରେ ଏମିତି ଅନେକ ଉପକାରୀ ଗୁଣ ରହିଛି ଯାହା ଆପଣଙ୍କ ଶରୀରରୁ ବହୁ ଅସାଧ୍ୟ ରୋଗ ଭଲ କରିବା ପାଇଁ ସକ୍ଷମ। ତେବେ ଚାଲନ୍ତୁ ଜାଣିବା ମନ୍ଦାର ଆମର କେଉଁ କେଉଁ ଉପକାରରେ ଆସିବ …

– ଲୁହା କଳା ଓ ମନ୍ଦାର ଫୁଲକୁ ଏକତ୍ର ଲୁହା ହେମାଦସ୍ତାରେ ଛେଚି ମୁଣ୍ଡ ବାଳରେ ଲଗାନ୍ତୁ। ଲଗେଇବାର ଅଧ ଘଣ୍ଟା ପରେ ମୁଣ୍ଡ ଭଲ ଭାବରେ ଧୋଇ ଦିଅନ୍ତୁ, ଏଭଳି କରିବା ଦ୍ୱାରା ଧଳା ବାଳ ସମସ୍ୟା ରହିବ ନାହିଁ କି ଚୁଟି ଉପୁଡ଼ିବ ନାହିଁ।

– ମନ୍ଦାର ପତ୍ରକୁ ଦର ଛେଚା କରି ପାଣିରେ ମିଶାଇ ଛାଣି ଅଳ୍ପ ମିଶ୍ରି ଗୁଣ୍ଡ କି ଚିନୀ ମିଶାଇ ତିନି ଥର ପିଇଲେ ସବୁ ପ୍ରକାର ଝାଡା ଭଲ ହୋଇଥାଏ ।

-ଆର୍ୟୁବେଦିକ ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ଏହି ଫୁଲର ଚା ଏବଂ ସର୍ବତ ପିଇବା ଫଳରେ ତ୍ବଚା ସମ୍ବନ୍ଧୀୟ ରୋଗରୁ ଉପଶମ ମିଳିଥାଏ। ଏହା ଦ୍ବାରା ଚର୍ମ କୁଞ୍ଚନ ହୋଇ ନଥାଏ। ଚିର ଯୌବନ ଦେଇଥାଏ ମନ୍ଦାର।ଶରୀରର ଘା କୁ ଭଲ କରିବା ପାଇଁ ଏହା ଲାଭଦାୟକ ହୋଇଥାଏ।

-ଉଚ୍ଚ ରକ୍ତଚାପକୁ ଠିକ୍ କରିବା ପାଇଁ ଏହାର ପ୍ରୟୋଗ କରାଯାଇଥାଏ। ଏହା ଅତ୍ୟଧିକ କୋଲେଷ୍ଟ୍ରୋଲକୁ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ଏଥିରେ ଭିଟାମିନ ସି ଏବଂ ଖଣିଜ ପଦାର୍ଥ ପ୍ରଚୁର ପରିମାଣରେ ରହିଥାଏ।

-ମନ୍ଦାର ଚେରକୁ ଚୋବାଇବା ଦ୍ବାରା ପାଟିରେ ହୋଇଥିବା ଘା ଭଲ ହୋଇଯାଇଥାଏ। ଧବଳଛଉ ରୋଗ ପାଇଁ ମଧ୍ୟ ବ୍ୟବହାର କରାଯାଏ।

– ମନ୍ଦାର ପତ୍ର ରସରେ କିଛି କଲି ଚୁର୍ଣ ପରଖ ଦେଇ ସେବନ କରାଇଲେ ପିଲାମାନଙ୍କର କୁର୍ମି ଭଲ ହୋଇଥାଏ ।

– ପାକଳ ମନ୍ଦାର ପତ୍ରକୁ ଶୁଖାଇ କୁଟି ଗୁଣ୍ଡ କରି ସୁଖୁନଥିବା ଘାରେ ଲଗାଇଲେ ସେଇ ଘା ଶୀଘ୍ର ଶୁଖିଯାଏ । ସେହିଭଳି ମନ୍ଦାର ଛେଳିକୁ ସିଝାଇ ତାକୁ ଶୀତଳ କରି ସେଇ ଜଳ ସାଙ୍ଗରେ ଅଳ୍ପ ମହୁ ମିଶାଇ ପିଲାମାନଙ୍କୁ ପିଇବାକୁ ଦିଅନ୍ତୁ ସବୁଦିନ ପାଇଁ ସେମାନଙ୍କ କଫ ଓ ଜ୍ଵର ଭଲ ହୋଇଯିବ ।

– ମନ୍ଦାର ଫୁଲ ରସ ସାଙ୍ଗରେ ଅଳ୍ପ ମହୁ ମିଶାଇ ସେବନ କଲେ ବାୟୁ ବିକୃତ ହେତୁ ପେଟ ବ୍ୟଥା ଓ କୃମି ଦୋଷ ଆଦିରୁ ଉପଶମ ମିଳିଥାଏ। -ଶ୍ଵେତ ମନ୍ଦାର ଗଛ ଚେରକୁ କଞ୍ଚା ଗାଈ ଦୁଗ୍ଦରେ ବାଟି ମାତ୍ର ତିନି ପାନ ସେବନ କଲେ ସ୍ତ୍ରୀ ମାନଙ୍କର ପ୍ରଦର ରୋଗ ଭଲ ହୋଇଥାଏ । -ଚିରାଇତା, ଧନିଆ, ଓ ମନ୍ଦାର ଛେଲି କୁ ସମାନ ପରିମାଣରେ ମିଶାଇ ସିଝାନ୍ତୁ ଓ ସେହି ପାଣିକୁ ଅଳ୍ପ ମହୁ ମିଶାଇ ସେବନ କଲେ ଜର ଛାଡିଯାଏ ।

-କିଛି ମନ୍ଦାର ଛେଲିକୁ ସୋରିଷ ତେଲରେ ପକାଇ ଫୁଟାନ୍ତୁ। ସେହି ତେଲ ଥଣ୍ଡା କରି ଛାଣି ବୋତଲରେ ରଖନ୍ତୁ । ଏହି ତେଲକୁ ବ୍ରଣ ଉପରେ ଲଗାଇଲେ ବ୍ରଣ ଭଲ ହୋଇଯାଏ । ଏବଂ ପୁରୁଣା ପୁରୁଣା ବ୍ରଣ ଦାଗ ଭଲ ହୋଇଯାଇଥାଏ।

– ନାରୀମାନଙ୍କ ସ୍ଵଳ୍ପ ଋତୁସ୍ରାବ ହେଉଥିଲେ କିମ୍ବା ଅନ୍ୟାନ୍ୟ ଋତୁସ୍ରାବ ସମସ୍ୟାର ସମାଧାନ ପାଇଁ ସକାଳୁ ଖାଲି ପେଟରେ ୩ଟି କିମ୍ବା ଚାରୋଟି ମନ୍ଦାର ଫୁଲକୁ ବାଟି ସପ୍ତାହ ପର୍ଯ୍ୟନ୍ତ ଖାଇଲେ ସୁଫଳ ମିଳିବ।

– ସେହିଭଳି ନଡିଆତେଲରେ ତିନି ଚାରୋଟି ମନ୍ଦାର ଫୁଲ ପକାଇ କିଛି ସମୟ ଫୁଟାଇ ଥଣ୍ଡା କରି ଛାଣି ତେଲକୁ ବୋତଲରେ ରଖନ୍ତୁ । ଏହି ତେଲକୁ ପ୍ରତିଦିନ ମୁଣ୍ଡରେ ଲଗାଇଲେ କେଶ କଳା, ଘନ ହୋଇଥାଏ।

Leave a comment