ଚିନ୍ତା ମୁକ୍ତ ରଖିବ ରାଶି ଲଡୁ…

0

ରାଶି ଗୋଟିଏ ତୈଳବିଜ ଅମା ରାଜ୍ୟର ପାହାଡିଆ ଅଞ୍ଚଳରେ ଏହାକୁ ବହୁଳ ମାତ୍ରାରେ ଚାଷ କରାଯାଏ । ଏହାକୁ ତେଲପ୍ରସ୍ତୁତି ଓ କିଛି ସୋତନ୍ତ୍ର ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ । ରାଶିରେ ପ୍ରସ୍ତୁତ ଲଡ଼ୁ ପାଟିକୁ ଭାରି ସୁଆଦିଆ ଲାଗିଥାଏ। ଏହାସହ ରାଶିରେ ଥିବା ଔଷଧିୟ ଗୁଣ ଅନେକ ମାରାତ୍ମକରୋଗ ଭଲ କରିବାରେ ସହାୟ ହୋଇଥାଏ । ଜାଣନ୍ତୁ ରାଶିରୁ କେଉଁ କେଉଁ ଉପକାର ମିଳିଥାଏ ଆମ ଶରୀରକୁ । ରାଶି ସାଧାରଣତଃ ଦୁଇପ୍ରକାରର ହୋଇଥାଏ, କଳା ଓ ଧଳା । କଳା ରାଶି ଅଧିକ ଉପକାରୀ…

-ରାଶିରେ କାର୍ବୋହାଇଡ୍ରେଡ଼, ପ୍ରୋଟିନ୍, ଭିଟାମିନସ୍ ଆଦି ରହିଛି । ରାଶି ଖାଇବା ବା ଏହାର ତେଲ ଲଗାଇବା ଦ୍ୱାରା ତ୍ୱଚାର ସୁନ୍ଦରତା ବଢିଥାଏ ।

-ସୂର୍ଯ୍ୟକିରଣ ବାଜି ତ୍ୱଚାରେ ସୃଷ୍ଟି ହୋଇଥିବା ଟ୍ୟାନ୍ ରାଶି ତେଲ ଲଗାଇବା ଦ୍ୱାରା ଭଲ ହୋଇଥାଏ । ଏହାସହ ରାଶି ଏକ ଆଣ୍ଟି ଅକ୍ସିଡେଣ୍ଟ, ଆଣ୍ଟି ବ୍ୟାଟେରିଆଲ, ଆଣ୍ଟି ବାୟୋଟିକ୍ ଏବଂ ଆଣ୍ଟି ମାଇକ୍ରୋବିଆଲ ଭଳି କାର୍ଯ୍ୟକରିଥାଏ ।

– ଶିଶୁଙ୍କୁ ରାଶି ତେଲ ଲଗାଇବା ଦ୍ୱାରା ସେମାନଙ୍କ ହାଡ଼ ବଢିବା ସହ ମଜଭୂତ ହୋଇଥାଏ । କଳା ଓ ଘନ କେଶ ପାଇଁ ରାଶି ତେଲ ବେଶ୍ ଉପକାରୀ ହୋଇଥାଏ ।

-ରାଶି ଖାଇବା ବା ଏହାର ତେଲ ଲଗାଇବା ଦ୍ୱାରା ରକ୍ତ ସଂଚାଳନ ସଠିକ୍ ଭାବରେ ହୋଇଥାଏ । ରକ୍ତ ପରିଷ୍କାର ହୋଇଥାଏ।

-ରାଶି କର୍କଟ, ମଧୁମେହ,ଆନିମିୟା,ହୃଦରୋଗ, କୋଷ୍ଠକାଠିନ୍ୟ,ଆସ୍ଥମା,ଦାନ୍ତ ପୋକ ଖାଇବା ଆଦି ରୋଗ ଭଲ କରିବାରେ ସହାୟ ହୋଇଥାଏ । ଏହାସହ ଅଖିକୁ ସୁସ୍ଥ ରଖି ଦୃଷ୍ଟି ଶକ୍ତି ବଢାଇଥାଏ ରାଶି।

-ରାଶି ତେଲ ଦିନରେ ଦୁଇଥର ଲଗାଇବା ଦ୍ୱାରା ଆମର ହାଡ଼ ମଜଭୂତ ହେବା ସହ ଗଣ୍ଠି ଦରଜ କମିଥାଏ । ରାଶି ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ ନିୟନ୍ତ୍ରୀତ ରହିଥାଏ । ଖାଦ୍ୟ ପାଚନରେ ମଧ୍ୟ ଏହା ସହାୟ ହୋଇଥାଏ ।

-ରାଶି ଶରୀର ଭିତରେ ରହିଥିବା ବିଶାକ୍ତ ପଦାର୍ଥକୁ ବାହାର କରିବାରେ ସହାୟ ହୋଇଥାଏ । ଏହାସହ ଚିନ୍ତାରୁ ମୁକ୍ତି ଦେଇଥାଏ । ତେଣୁ ଅଜିକ ବ୍ୟସ୍ତବହୁଳ ଜୀବନରେ ରାଶି ଖାଇବା ଜରୁରୀ।

-ରାଶି ତେଲରେ ଅଳ୍ପ ନଡ଼ିଆ ତେଲ ଓ ହଳଦୀ ମିଶାଇ ଲଗାଇବା ଦ୍ୱାରା ଦାନ୍ତ ସଫା ହୋଇଥାଏ ।

-ଥଣ୍ଡା ଦିନରେ ରାଶି ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଶରୀର ଉଷ୍ଣ ରହିଥାଏ। ରାଶି ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ। ମିଶ୍ରି ଓ ରାଶି ମିଶ୍ରିତ କାଢା ପିଇବା ଦ୍ୱାରା ଥଣ୍ଡା କାଶରୁ ମଧ୍ୟ ମୁକ୍ତି ମିଳିଥାଏ। ରାଶି ଲଡ଼ୁ ଖାଇବା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ।

Leave a comment