ଚାର୍ଟାର୍ଡ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ ମୃତ

0

ମଧ୍ୟପ୍ରଦେଶ କିର୍ନାପୁର ଅଞ୍ଚଳର ଭକ୍କୁଟୋଲା ଜଙ୍ଗଲରେ ଏକ ଚାର୍ଟାର୍ଡ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଠାରେ ପଥର ମଝିରେ ଏକ ଜଳିଯାଇଥିବା ମୃତ ଦେହ ଦେଖିବାକୁ ମିଳିଛି । ଖବର ଲେଖାହେବା ସୁଦ୍ଧା ପୋଲିସ ଘଟଣାସ୍ଥଳରେ ପହଞ୍ଚିପାରି ନଥିଲା ।

ସୂଚନା ଅନୁଯାୟୀ, ବାଲାଘାଟର ଲାଞ୍ଜି ଏବଂ କିର୍ନାପୁର୍ ମଝିରେ ଭକ୍କୁଟୋଲା-କୋସମାରା ପାହଡ ଉପରେ ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ପ୍ରଶିକ୍ଷକ ପାଇଲଟଙ୍କ ସହ ପ୍ରଶିକ୍ଷଣ ନେଉଥିବା ଜଣେ ମହିଳା ପାଇଲଟଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ଅପରାହ୍ନ ପ୍ରାୟ ୩.୨୦ ସମୟରେ ହୋଇଥିବା କୁହାଯାଉଛି । ଏହି ଚାର୍ଟାର୍ଡ ​​ବିମାନଟି ପ୍ରାୟ ୧୫ ମିନିଟ୍ ପୂର୍ବରୁ ବିର୍ସି ବିମାନବନ୍ଦରରୁ ଉଡ଼ିଥିଲା । ଦୁର୍ଘଟଣା ପରେ ବିମାନଟି ନିଆଁରେ ପୋଡି ହୋଇଯାଇଥିଲା । ଭିଡିଓରେ ଏକ ମୃତ ଦେହ ଜଳୁଥିବା ଦେଖିବାକୁ ମିଳିଥିବା ବେଳେ ଅନ୍ୟ ଏକ ମୃତଦେହ ଖୋଜା ଚାଲିଛି । ବିମାନରେ ତ୍ରୁଟି ଯୋଗୁଁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ପ୍ରକାଶ ପାଇଛି । ଜିଲ୍ଲା ଏସପି ସମୀର ସୌରଭ ଏହି ଘଟଣାକୁ ନିଶ୍ଚିତ କରିଛନ୍ତି ।

Leave a comment

You cannot copy content of this page