ଚାଣକ୍ୟ ନୀତି: ସୁଖମୟ ଜୀବନ ପାଇଁ ଭୁଲରେ କରନ୍ତୁ ନାହିଁ ଏହି ସବୁ କାର୍ଯ୍

ବିଶିଷ୍ଟ ନୀତିଶାସ୍ତ୍ର ବିଶେଷଜ୍ଞ ଚାଣକ୍ୟ ଙ୍କ ନୀତିବାଣୀ ଘରେ ଘରେ ଆଦୃତ l ସେ ସର୍ବଦା ସମାଜକୁ ନେଇ ନିଜର ନୀତିବାଣୀ ଉପସ୍ଥାପନ କରି ଥାଆନ୍ତି l ଚାଣକ୍ୟ ଙ୍କ ନୀତିଶାସ୍ତ୍ର ଅନୁସାରେ ଯଦି ଆପଣ ଘରକୁ ଗୋଟିଏ ସଂସ୍କାରି ଓ ଯତ୍ନଶୀଳା ନାରୀ ଟିଏ ଆଣିବେ ତେବେ ଆପଣଙ୍କ ଘର ସ୍ୱର୍ଗ ହୋଇଯିବ l ଯଦି ଆପଣ ଏପରି ଗୋଟିଏ ଚରିତ୍ର ହିନା କୁସଂସ୍କାରି ମହିଳା କିମ୍ବା ପୁରୁଷ ସହିତ ଜୀବନ ବିତାଇବେ ତେବେ ଆପଣଙ୍କ ଜୀବନ ନର୍କ ଠାରୁ ମଧ୍ୟ ଭୟଙ୍କର ହୋଇଯିବ l
ସୁଖମୟ ଜିବନର ମନ୍ତ୍ର -:
* ଏହିସବୁ ଜିନିଷ ଉପରେ କଦାପି ପାଦ ରଖିବା ଉଚିତ ନୁହେଁ – ଚାଣକ୍ୟ ନୀତି ଅନୁସାରେ କଦାପି ଅଗ୍ନି, ଗୁରୁ, ବ୍ରାହ୍ମଣ, ଗାଈ, କୁମାରୀ କନ୍ୟା, ବୃଦ୍ଧ, ବାଳକଙ୍କୁ ପାଦ ଲଗାଇବା ଉଚିତ ନୁହେଁ l ଏମାନଙ୍କୁ ପାଦ ଲଗାଇବା ଦ୍ୱାରା ଆପଣଙ୍କ ଉପରେ ବିପଦ ର ପାହାଡ଼ ମାଡି ଆସିଥାଏ l
* ଏହିସବୁ ଜିନିଷକୁ ଅନାଦର କରିବା ଉଚିତ ନୁହେଁ – ବ୍ରାହ୍ମଣଙ୍କ ଜ୍ଞାନ କୁ କଦାପି ଅନାଦର କରିବା ଉଚିତ ନୁହେଁ l ଆଉ ନାରୀର ସୌନ୍ଦର୍ଯ୍ୟର ଉପହାସ କରିବା ଠିକ ନୁହେଁ l କାରଣ ଏପରି କରିବା ଦ୍ୱାରା ଆମେ ଈଶ୍ୱରଙ୍କ ର ଅନାଦର କରିଥାଉ l
* ସୁନ୍ଦରୀ ନାରୀକୁ ବିବାହ କରିବା ଉଚିତ ନୁହେଁ – ପ୍ରାୟ ସମସ୍ତ ପୁରୁଷ ନାରୀର ସୌନ୍ଦର୍ଯ୍ୟ ଦେଖି ବିବାହ କରି ଥାଆନ୍ତି l କିନ୍ତୁ ଚାଣକ୍ୟ ଙ୍କ ମତରେ ବାହାର ସୌନ୍ଦର୍ଯ୍ୟ ଅପେକ୍ଷା ଭିତର ସୌନ୍ଦର୍ଯ୍ୟ ଓ ବୁଦ୍ଧିମାନ ନାରୀଙ୍କୁ ସର୍ବଦା ବିବାହ କରିବା ଆବଶ୍ୟକ l
* ଏହି କାର୍ଯ୍ୟକୁ କରିବା ଦ୍ୱାରା ମିଳିଥାଏ ସଫଳତା – କୌଣସି କାର୍ଯ୍ୟକୁ ବିନା ଆଲୋଚନା କିମ୍ବା ଚିନ୍ତାରେ କରିବା ଉଚିତ ନୁହେଁ l ଚିନ୍ତା ନକରି ଯଦି କୌଣସି କାର୍ଯ୍ୟ କରିବା ତେବେ ସେହି କାର୍ଯ୍ୟରେ ଆମେ ବିଫଳ ହେବା l ଯେତେବେଳେ ଯେ କୌଣସି କାର୍ଯ୍ୟ କରିବାକୁ ଯାଉଛନ୍ତି ସେହି ବିଷୟରେ ଠିକ ଭାବରେ ଆଲୋଚନା ଓ ଚିନ୍ତା କରି କରିବା ଆବଶ୍ୟକ l