ଚାଉଳ ପାଣିର ଉପକାରୀତା

0

ତ୍ୱଚାକୁ ସବୁବେଳେ କେମିକାଲ ଯୁକ୍ତ ପ୍ରଡକ୍ଟ ଠାରୁ ଦୂରେଇ ରଖିବା ଉଚିତ୍ । ତ୍ୱଚାରେ କୁଞ୍ଚନ ପଡିବା ସମସ୍ୟାରୁ ରକ୍ଷା ପାଇବା ପାଇଁ, ସବୁଠାରୁ ସରଳ ଉପାୟ ହେଉଛି ଚାଉଳ ପାଣି । ଆସନ୍ତୁ ଜାଣିବା ସେ ସମ୍ପର୍କରେ ।

-ଦୁଇ ରୁ ତିନି ଚାମଚ ଚାଉଳ ନେଇ, ତାକୁ ପାଣିରେ ପକାଇ ଫୁଟାଇବେ । ଏହାପରେ ଏହି ପାଣିକୁ ଛାଣି ଆଉ ଏକ ପାତ୍ରରେ ରଖିବେ । ତାପରେ ଏହାକୁ ଏକ ଏୟାର ଟାଇଟ ଡବାରେ ପୁରାଇ ଫ୍ରିଜରେ ରଖିବେ । ଏବଂ ଏହାକୁ ତ୍ୱଚାରେ ଟୋନର ଭଳି ବ୍ୟବହାର କରି ପାରିବେ ।
-ଏହି ଚାଉଳ ପାଣିରେ ମହୁ ଏବଂ ଲେମ୍ବୁ ରସ ମିଶାଇ ଏହାକୁ ତ୍ୱଚାରେ ଲଗାଇ ପାରିବେ । ଏହା ବ୍ୟବହାର କରିବା ଦ୍ବାରା, ଜଲଦୀ ଏହା ତ୍ବଚାରେ କୁଞ୍ଚନ ପଡିବାକୁ ଦେଇ ନଥାଏ । ଏବଂ କୁଞ୍ଚନ ପଡିଥିଲେ କମ୍ କରିବାରେ ସାହାଯ୍ୟ କରେ ।

Leave a comment