ଚାଉଳର ୫ଟି ଦାନାରେ କରନ୍ତୁ ଏହି ଉପାୟ

ଧର୍ମ ଗ୍ରନ୍ଥ ଅନୁସାରେ ପୂଜାରେ ଚାଉଳର ବିଶେଷ ସ୍ଥାନ ରହିଛି ସେଥିପାଇଁ ଏହାକୁ ବିଭିନ୍ନ ଉପାୟରେ ମଧ୍ୟ ବ୍ୟବହାର କରାଯାଏ। ଏହି ଉପାୟ ଆପଣେଇଲେ ବ୍ୟକ୍ତି ମାଲାମାଲ ହୋଇଯାଏ।ଚାଉଳର ବିଭିନ୍ନ ଉପାୟ –
୧. ଶାସ୍ତ୍ରରେ କୁହାଯାଇଛି ଯେ ପୂଜା ସମୟରେ କୌଣସି ଦେବାଦେବୀଙ୍କ କ୍ଷୁର୍ଣ୍ଣ ବା ଖଣ୍ଡ ଚାଉଳ ଅର୍ପଣ କରିବା ଅନୁଚିତ। ହିନ୍ଦୁ ଧର୍ମରେ ଏହାକୁ ପୂର୍ଣ୍ଣତାର ପ୍ରତୀକ କୁହାଯାଏ। ସେଥିପାଇଁ ଖଣ୍ଡିତ ଚାଉଳ ଅର୍ପଣ କରାଯାଏ ନାହିଁ। ନିୟମିତ ଭଗବାନଙ୍କ ପାଖରେ ୫ଟି ଚାଉଳ ଅର୍ପଣ କଲେ ଧନ ବୃଦ୍ଧି ହୋଇଥାଏ।
୨. ଭଗବାନ ଶିବଙ୍କୁ ପ୍ରସନ୍ନ କରିବାକୁ ଶିବଲିଙ୍ଗରେ ଚାଉଳ ଅର୍ପଣ କରାଯାଏ। ତେବେ ଭଗବାନ ଶିବଙ୍କୁ ଅଖଣ୍ଡିତ ଓ ସଫା ଚାଉଳ ଅର୍ପଣ କରନ୍ତୁ। ଏହାଦ୍ୱାରା ଭଗବାନ ଶିବ ଭକ୍ତଙ୍କୁ ଅଖଣ୍ଡ ସୌଭାଗ୍ୟ ଆଶୀର୍ବାଦ ଦିଅନ୍ତୁ।
୩. ଗ୍ରନ୍ଥ ଅନୁଯାୟୀ, ମା’ ଅନ୍ନପୂର୍ଣ୍ଣାଙ୍କୁ ଘରେ ଚାଉଳରେ ସ୍ଥାପିତ କରିବା ଉଚିତ। ଏହାଦ୍ୱାରା ଘରେ କେବେ ଧନ ବୈଭବ ଅଭାବ ହୁଏନାହିଁ।
୪. କୁମକୁମ ସହ ଚାଉଳ ମିଶାଇ ଭଗବାନଙ୍କୁ ଅର୍ପଣ କଲେ ଭଗବାନ ତାଙ୍କ ଡାକ ଶୀଘ୍ର ଶୁଣନ୍ତି ଏବଂ ଅଖଣ୍ଡ ଆଶୀର୍ବାଦ ପ୍ରଦାନ କରନ୍ତି ବୋଲି କୁହାଯାଏ।
୫. ହିନ୍ଦୁ ଧର୍ମରେ ପୂଜା ସମୟରେ ଚାଉଳ ଏଇଥିପାଇଁ ଅର୍ପଣ କରାଯାଏ ଯେ ପୂଜା ସମ୍ପୂର୍ଣ ହେବ। ଅନ୍ନ ମଧ୍ୟରେ ଚାଉଳ ଶ୍ରେଷ୍ଠ ବୋଲି କୁହାଯାଏ। ଭଗବାନଙ୍କୁ ଚାଉଳ ଅର୍ପଣ କଲାବେଳେ ମନରେ ବିଚାର କରିବା ଉଚିତ ଯେ ଯାହା ବି ମିଳୁଛି ତାହା ଭଗବାନଙ୍କ କୃପାରୁ ସମ୍ଭବ ହୋଇଛି।
୬. ଶୁକ୍ଳ ପକ୍ଷ କିମ୍ବା ମାସର ଯେକୌଣସି ଚତୁର୍ଥୀରେ ଚାଉଳର ୫ଟି ଦାନା ଶିବଙ୍କୁ ଅର୍ପଣ କଲେ ମୁଠାଏ ଚାଉଳ ଅର୍ପଣ କରିବା ସହ ସମାନ ଲାଭ ମିଳିଥାଏ। ଭଗବାନ ଶିବଙ୍କୁ ଚାଉଳର ୫ଟି ଦାନା ଅର୍ପଣ କଲେ ଧନ ସମ୍ବନ୍ଧୀୟ ସବୁ ସମସ୍ୟାର ସମାଧାନ ମିଳିଥାଏ।