ଘୋଷଣା ହେଲା ଯୁକ୍ତ ଦୁଇ ପରୀକ୍ଷା ତାରିଖ
ଘୋଷଣା ହେଲା ଯୁକ୍ତ ଦୁଇ ପରୀକ୍ଷା ତାରିଖ। ପରୀକ୍ଷା ତାରିଖ ଘୋଷଣା କରିଛନ୍ତି CHSE ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡା। ଏଥର ଇଣ୍ଟରନାଲ ଓ ମେନ ଦୁଇ ଭାଗରେ ହେବ ଯୁକ୍ତ ଦୁଇ ପରୀକ୍ଷା । ଡିସେମ୍ବର ୨୬ ରୁ ୩୦ ଯାଏଁ ହେବ ଇଣ୍ଟରନାଲ ପରୀକ୍ଷା। ସେହିପରି ଜାନୁଆରୀ 2 ରୁ 12 ଭିତରେ ହେବ ପ୍ରାକ୍ଟିକାଲ ପରୀକ୍ଷା। ଫେବୃଆରୀ 15 ରୁ ମାର୍ଚ୍ଚ 20 ମଧ୍ୟରେ ସରିବ ମେନ ପରୀକ୍ଷା। ସମସ୍ତ ଷ୍ଟ୍ରିମର ଫଳାଫଳ ପରୀକ୍ଷା ସରିବାର 45 ଦିନ ଭିତରେ ବାହାରିବ। ଏବେ ଫର୍ମ ଫିଲ ଅପ ଚାଲିଛି। ଯେଉଁମାନେ କରି ନାହାନ୍ତି, ଫାଇନ ତାରିଖରେ ଫର୍ମ ଫିଲ ଅପ୍ କରିପାରିବେ। 75% ଉପସ୍ଥାନ ନଥିଲେ, ଛାତ୍ରଛାତ୍ରୀଙ୍କୁ ମିଳିବନି ଆଡମିଟ କାର୍ଡ। କିଛି କଲେଜରେ ଯେଉଁଠି ପିଲାମାନଙ୍କ ଉପସ୍ଥାନ କମ ଥିବ। ସେମାନଙ୍କୁ ଶ୍ରେଣୀ ଗୃହକୁ ଆଣିବାକୁ କଲେଜ ଅଧ୍ୟକ୍ଷ ସଚେତନ କରନ୍ତୁ ବୋଲି କହିଛନ୍ତି ପରୀକ୍ଷା ନିୟନ୍ତ୍ରକ।