ଘରୋଇ ଶିକ୍ଷାନୁଷ୍ଠାନରେ ଦୁଷ୍କର୍ମ: ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଅଭିଯୋଗ

0

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଖଣ୍ଡଗିରି ଅଞ୍ଚଳରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଦୁଷ୍କର୍ମ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି । ପୀଡ଼ିତାଙ୍କ ବୟସ 24 ବର୍ଷ । ସେ ଛତିଶଗଡ଼ କବିର ଥାନା ଅଞ୍ଚଳର । ଦୁଷ୍କର୍ମ କରିଥିବା ଅଭିଯୁକ୍ତ ମଧ୍ୟ ସେଇ ଶିକ୍ଷାନୁଷ୍ଠାନର ଆସିଷ୍ଟାଣ୍ଟ ପ୍ରଫେସର ଉମେଶ ସୁଧାକର । ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରୁଛି । ପୀଡ଼ିତାଙ୍କ ଅଭିଯୋଗ ପରେ ପୋଲିସ ଆଇପିସି ଦଫା 376 , 506 ଓ 384 ରେ ମାମଲା ରୁଜୁ କରିଛି ।

ଆସନ୍ତାକାଲି ପୀଡ଼ିତାଙ୍କ 161 ଓ କୋର୍ଟରେ 164ରେ ବୟାନ ରେକର୍ଡ କରିବ ପୋଲିସ । ଅଭିଯୁକ୍ତକୁ ଧରିବା ପାଇଁ ଛତିଶଗଡ଼ ଯିବ ଖଣ୍ଡଗିରି ଥାନା ପୋଲିସ । କେବଳ ସେତିକି ନୁହେଁ, କେବଳ ସେତିକି ନୁହେଁ, ଉକ୍ତ ଦୁଷ୍କର୍ମର ଭିଡିଓ ଉତ୍ତୋଳନ କରି ଅଭିଯୁକ୍ତ ତାଙ୍କୁ ବ୍ଲାକମେଲିଂ କରି ବାରମ୍ବାର ଶାରୀରିକ ସଂପର୍କ ରଖିଥିବା ଓ ଟଙ୍କା ମାଗିଥିବା ମଧ୍ୟ ଅଭିଯୋଗ ହୋଇଛି। ସହକାରୀ ପ୍ରଫେସରଙ୍କ ଏତଲା ପାଇବା ପରେ କରୀବ ନଗର ଥାନା ପୋଲିସ୍ ଭୁବନେଶ୍ୱରର ଖଣ୍ଡଗିରି ଥାନା ପୋଲିସ୍ ସହିତ ଯୋଗାଯୋଗ କରିଥିଲା। କରୀବ ନଗର ପୋଲିସ୍‌ର ନିର୍ଦ୍ଦେଶ ଅନୁଯାୟୀ ଖଣ୍ଡଗିରି ପୋଲିସ୍ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Leave a comment