ଘରେ ତିଆରି କରନ୍ତୁ ସ୍ୱାଦିଷ୍ଟ ସାହି ମସ୍‌ରୁମ୍‌

0

କରୋନା ସମୟରେ ବାହାର ଖାଦ୍ୟ ଖାଇବା ଦ୍ୱାରା ସଂକ୍ରମଣର ଭୟ ରହିଛି । ଏଣୁ ଘରେ ହୋଟେଲ୍‌ ଶୈଳୀରେ କିଛି ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି ଏହାର ମଜା ଉଠାଇବା ହେଉଛି ବୁଦ୍ଧିମତାର କାର୍ଯ୍ୟ । ଏହିକ୍ରମରେ ଆଜି ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ସ୍ୱାଦିଷ୍ଟ ବ୍ୟଞ୍ଜନ ସାହି ମସ୍‌ରୁମ୍‌…

ଆବଶ୍ୟକ ସାମଗ୍ରୀ:
* କଟା ଛତୁ
* କଟା ପିଆଜ
* କାଜୁ ବଟା
* କସ୍ତୁରୀ ମେଥି
* ଟମାଟୋ ପ୍ୟୁରି
* ଗରମ ମସଲା
* ଅଦା-ରସୁଣ ପେଷ୍ଟ
* ଫ୍ରେଶ୍‌ କ୍ରିମ୍‌
* ଗୁଣ୍ଡ ଗୋଲମରିଚ
* ଦେଶୀ ଘିଅ
* ଲୁଣ

ପ୍ରସ୍ତୁତି ପ୍ରଣାଳୀ
କଡ଼େଇରେ ଘିଅ ଗରମ କରି ସେଥିରେ କଟା ପିଆଜକୁ ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ପରେ ଅଦା-ରସୁଣ ପେଷ୍ଟକୁ ଦେଇ କଷନ୍ତୁ । ପରେ ସେଥିରେ ଟମାଟୋ ପ୍ୟୁରି ଦେଇ ଆଉ ଟିକେ କଷନ୍ତୁ ଏବଂ କିଛି ସମୟ ପରେ କାଜୁ ବଟା ଓ ଛତୁ ମିଶାଇ କଷନ୍ତୁ । କିଛି ସମୟ ପରେ ଅଧା କପ୍‌ ପାଣି, ଲୁଣ, ଗୋଲମରିଚ ଗୁଣ୍ଡ ଓ ଅଳ୍ପ କସ୍ତୁରୀ ମେଥି ପକାଇ ୧୦ ମିନିଟ୍‌ ପର୍ଯ୍ୟନ୍ତ ଫୁଟାନ୍ତୁ । ତା’ପରେ ଫ୍ରେଶ୍‌ କ୍ରିମ୍‌ ଏବଂ ୧ମିନିଟ୍‌ ପରେ ଗରମ ମସଲା ପକାଇ ସାମାନ୍ୟ ଫୁଟାଇ ତଳକୁ ଓହ୍ଲାଇ ଦିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ସାହି ମସ୍‌ରୁମ୍‌’ । ଏହାକୁ ଆପଣ ରୁଟି, ପରଠା କିମ୍ବା ନାନ୍‌ ସହ ଖାଇପାରିବେ ।

Leave a comment