ଗ୍ୟାସ ସମସ୍ୟା ପାଇଁ ଚିନ୍ତିତ କି ? ଆପଣାନ୍ତୁ ଏହି ଉପାୟ

0

ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ, ଅନେକ ଲୋକଙ୍କ କ୍ଷେତ୍ରରେ ଗ୍ୟାସ ଏକ ମୁଖ୍ୟ ସମସ୍ୟା ଭାବରେ ଦେଖା ଯାଇଛି । ଗ୍ୟାସ ସମସ୍ୟା ଦ୍ୱାରା ପେଟରେ ଯନ୍ତ୍ରଣା,ଛାତି ଜଳାପୋଡ଼ା ହେବା ସହ କାହାର କାହାର ମୁଣ୍ଡ ମଧ୍ୟ ବିନ୍ଧା ହୁଏ । ତେବେ ଏହି ଗ୍ୟାସ ସମସ୍ୟାକୁ ଦୂର କରିବା ପାଇଁ ଡ଼ାକ୍ତରଙ୍କ ସହ ଯୋଗାଯୋଗ କରିବା ସହିତ, ଏଥିପାଇଁ କିଛି ଘରୋଇ ଉପାୟ ଅବଲମ୍ବନ କରିବା ଆବଶ୍ୟକ ।

– ଏହି ସମସ୍ୟା ପାଇଁ ପ୍ରତିଦିନ ପ୍ରଚୁର ପାଣି ପିଇବା ଆବଶ୍ୟକ । ଏହା ଗ୍ୟାସ ସମସ୍ୟାରୁ ରକ୍ଷା କରିବାରେ ବେଶ ସହାୟକ ହୋଇଥାଏ । ଖାସକରି ସାଧାପାଣି,ଲେମ୍ବୁପାଣି,ନଡ଼ିଆ ପାଣି ଆଦି ପ୍ରତିଦିନ ସେବନ କରିପାରିବେ । ଯାହା ଏହି ସମସ୍ୟାକୁ ସମାଧାନ କରିବାରେ ସାହାଯ୍ୟ କରିଥାଏ ।

– ଉଭୟ ଶରୀର ଏବଂ ମନରେ ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବାରେ ସାହାଯ୍ୟ କରିଥାଏ ଯୋଗ । ପ୍ରତିଦିନ କିଛି ସମୟ ଯୋଗ ଅଭ୍ୟାସ କରିବା ଦ୍ୱାରା, ଏହି ସମସ୍ୟା କମ କରିଥାଏ ।

– ଗ୍ୟାସ ସମସ୍ୟାରୁ ମୁକ୍ତି ଦେବାରେ ସାହାଯ୍ୟ କରେ ଫାଇବର । ତେଣୁ ଏହାକୁ ପ୍ରତିଦିନ ନିଜ ଡ଼ାଏଟରେ ସାମିଲ କରିବା ବେଶ ଉପକାରୀ । ବ୍ରୋକୋଲି, ଫୁଲକୋବି, ଗାଜର,ଡ଼ାଲି,ମଟର,ପାଳଙ୍ଗ ଆଦି ସେବନ କରିବା ଦ୍ୱାରା, ଏହା ପେଟ ଗ୍ୟାସ ସମସ୍ୟାକୁ ଦୁର କରିବାରେ ସାହାଯ୍ୟ କରିଥାଏ ।

– ଯଥାସମ୍ଭବ ତେଲ ଏବଂ ଅଧିକ ମସଲା ଜାତୀୟ ଖାଦ୍ୟ ଠାରୁ ଦୂରେଇ ରହି, ନିଜ ଡ଼ାଏଟରେ ସବୁଜ ପନିପରିବା, ତାଜାଫଳ,ଜୁସ୍ ଆଦି ସାମିଲ କରିବା ଭଲ ଏହି ସମସ୍ୟା ପାଇଁ ।

– ଗ୍ୟାସ ସମସ୍ୟାର ସମ୍ମୁଖୀନ କରୁଥିଲେ, ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ପାନମଧୁରୀ ଖାଇବା ଭଲ ।

Leave a comment