ଗ୍ୟାସ ସମସ୍ୟାରୁ ମୁକ୍ତି ପାଇଁ ଏମିତି କରନ୍ତୁ
ଆଜି କାଲିର ବ୍ୟସ୍ତବହୁଳ ଜୀବନ ଭିତରେ ଅନେକ ଲୋକ ନିଜ ସ୍ୱାସ୍ଥ୍ୟ, ଖଦ୍ୟପାନ୍ୟ ଉପରେ ଧ୍ୟାନ ଦେଉନାହାନ୍ତି। ଯାହା ଦ୍ୱାରା ତାଙ୍କୁ ନାନାଦି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି , ଏହାସହ ଫାଷ୍ଟଫୁଡ୍ ବା ଅନ୍ୟାନ୍ୟ ରସାୟନ ଯୁକ୍ତ ଖାଦ୍ୟ ସେବନ କାରଣରୁ ଗ୍ୟାସ୍ ପରି ସମସ୍ୟା ଦେଖା ଦେଉଛି।ପ୍ରତ୍ୟେକ ପାଞ୍ଚ ଜଣଙ୍କ ଭିତରୁ ୩ ଜଣ ଲୋକ ଗ୍ୟାସ୍ ସମସ୍ୟାରେ ପୀଡିତ ହେଉଛନ୍ତି। ଗ୍ୟାସ୍ ସମସ୍ୟାର ମୁଖ୍ୟ କାରଣ ହେଉଛି ଅନିୟମିତ ଖାଦ୍ୟପେୟ ଓ ଜୀବନ ଶୈଳୀ। ଏଥିରୁ ମୁକ୍ତି ପାଇବା ପାଇଁ ଅନେକ ଗ୍ୟାସ୍ ମେଡିସିନ୍ ସେବନ କରିଥାନ୍ତି , ଯାହାର ଫାଇଦା ବହୁତ ସମୟ ଯାଏଁ ରହିନଥାଏ , ଏହା ଦ୍ୱାରା ଆମ ଶରୀରରେ ସାଇଡ୍ ଇଫେକ୍ଟ ବି ଦେଖାଇପାରେ , ମେଡ଼ିସିନ ଖାଇବା ପରେ କିଛି ସମୟ ଆଶ୍ୱସ୍ତି ମିଳିଲେ ମଧ୍ୟ ଗ୍ୟାସ୍ ଆଉଥରେ ହୋଇଥାଏ। ତେବେ କେତେକ ଘରୋଇ ଉପାୟରେ ଗ୍ୟାସ୍ ସମୟ ସମ୍ପୂର୍ଣ୍ଣ ବା ଦୀର୍ଘ ସମୟ ପର୍ଯ୍ୟନ୍ତ ଏଡେଇ ହେବ। ତେବେ ଜାଣନ୍ତୁ କଣ କରିବେ। ଏଥିପାଇଁ କିଛି ନଖ ଉଷୁମ ପାଣିରେ କଳା ଲୁଣ ମିଶାଇ ପିଇଲେ ପେଟ ସହ ସମ୍ବନ୍ଧ୍ୟା ସମସ୍ୟାରୁ ମୁକ୍ତି ମିଳିଥାଏ ।
ଏହାସହ ଖାଦ୍ୟ ଖାଇବାପରେ ଅଳ୍ପ ଗୁଡ ଖାଇବା ଦ୍ୱାରା ଗ୍ୟାସ୍ ସମସ୍ୟା ହୁଏ ନାହିଁ , ତାହା ସହ ପେଟର ଅନ୍ତଗୁଡିକୁ ମଜବୁତ୍ କରାଏ , ପାଣିରେ ଅଦା ସିଝାଇ ସେବନ କରିଲେ ଗ୍ୟାସ୍ ଦୂର ହୋଇଥାଏ।ଏହା ଗ୍ୟାସ୍ ସମସ୍ୟାର ଏକ ରାମବାଣ ଚିକିତ୍ସା ଅଟେ। ଯଦି ଆପଣଙ୍କୁ ଗ୍ୟାସ୍ ସମସ୍ୟା ଅଧିକ ରହିଛି, ତେବେ ଦିନରେ ୨ ରୁ ୩ ଥର ଲେମ୍ବୁ ଚାହା ପିଅନ୍ତୁ । ଏହା ପେଟରେ ଗ୍ୟାସ୍ ହେବାରୁ ରୋକିଥାଏ , ଭୋଜନ୍ କରିବା ପରେ ଲବଙ୍ଗ କିମ୍ବା ଗୁଜୁରାତି ଚୋବାଇଲେ ଗ୍ୟାସ ସମସ୍ୟା ଦୂର ହୁଏ ୲
ଏହାସହ ସବୁଦିନ ସକାଳୁ ଓ ସନ୍ଧ୍ୟାରେ ନଖ ଉଷୁମ ପାଣି ପିଇବା ଦ୍ଵାରା ଗ୍ୟାସ୍ ସମସ୍ୟା ଦୂର ହୋଇଥାଏ। ଯଦି ଆପଣଙ୍କୁ ଅଧିକ ଗ୍ୟାସ୍ ହେଉଛି ତେବେ ଜୁଆଣି ଓ ଜିରା ଅଳ୍ପ ମିଶାଇ ଖାଇବା ପରେ ଗରମ ପାଣି ପିଅନ୍ତୁ ଲାଭ ମିଳିବ।