ଗଞ୍ଜେଇ ଯୋଗାଇବା ଅଭିଯୋଗରେ ଉଠାଇ ନେଲା ଏଟିଏସ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାରାଷ୍ଟ୍ର ନାଗପୁର ଅଞ୍ଚଳର ମାଫିଆଙ୍କୁ ଗଞ୍ଜେଇ ଯୋଗାଇବା ଅଭିଯୋଗରେ ମହାରାଷ୍ଟ୍ର ଆଣ୍ଟି ଟେରୋରିଷ୍ଟ୍ ସ୍କାଡ୍ (ଏଟିଏସ୍) ନାଗପୁର ଶାଖା ଜୟପୁରର ଜଣକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ଜୟପୁର ସଦର ଥାନା କୋଲାଗୁଡା ଗ୍ରାମର ଖଗପତି ପାଙ୍ଗି(୪୫) ବୋଲି ଜଣାପଡିଛି। ଏଟିଏସ୍ ନାଗପୁର ଅଞ୍ଚଳର କେତେକ ଚୋରା ଗଞ୍ଜେଇ ମାଫିଆଙ୍କୁ ଗିରଫ କରି ଜେରାକରିବା ସମୟରେ ଖଗପତି ସେମାନଙ୍କୁ ଗଞ୍ଜେଇ ଯୋଗାଉ ଥିବା ସୂଚନା ଦେଇଥିଲେ। ଖଗପତିର ମୋବାଇଲ୍ ନମ୍ବର ଟ୍ରାକ୍ କରି ଏଟିଏସ୍ ନାଗପୁର ଶାଖାର ସବ୍-ଇନ୍ସପେକ୍ଟର ଆଶିଷ୍ ଠାକୁରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଜୟପୁରରେ ପହଞ୍ଚି ସଦର ଥାନା ପୁଲିସର ସହଯୋଗରେ ଖଗପତିକୁ ଗିରଫ କରିଥିଲା।

Leave a comment

You cannot copy content of this page