ଖଣ୍ଡେ ନଡ଼ିଆରେ ରହିଛି ଏତେ ସବୁ ଗୁଣ, ଜାଣନ୍ତୁ ଏକ୍ସପର୍ଟ ମାନେ କଣ କୁହନ୍ତି

ନଡ଼ିଆରେ ଭରପୁର ମାତ୍ରାରେ ପୋଷକ ତତ୍ତ୍ୱ ଓ ଆଣ୍ଟି ଆକ୍ସିଡେଣ୍ଟ ଥାଏ । ନିୟମିତ ଭାବରେ ନଡ଼ିଆ ଖାଇଲେ ଇମ୍ୟୁନିଟି ଷ୍ଟ୍ରଙ୍ଗ ହେବା ସହ ପାଚନ ତନ୍ତ୍ର ବି ସୁସ୍ଥ ରହିଥାଏ । ଏହାବାଦ ଓଜନ ନିୟନ୍ତ୍ରଣକୁ ଆଣିବାରେ ବି ନଡ଼ିଆର ବିଶେଷ ମହତ୍ତ୍ୱ ରହିଛି । ଆପଣ ନଡ଼ିଆ ପାଣି କିମ୍ବା ପଇଡ଼ ପାଣିର ଉପକାରିତା ବିଷୟରେ ଆଗରୁ ଜାଣିଥିବେ । କିନ୍ତୁ ଖଣ୍ଡେ କଞ୍ଚା ନଡ଼ିଆଯେ ଶରୀର ପାଇଁ କେତେ ଲାଭକାରୀ ହୋଇଥାଏ ତାହା ହୁଏତ ପୂର୍ବରୁ କେବେ ଅନୁମାନ ବି କରି ନଥିବେ । ଏକ୍ସପର୍ଟଙ୍କ ଅନୁଯାୟୀ ପ୍ରତିଦିନ ଖଣ୍ଡେ କଞ୍ଚା ନଡ଼ିଆ ଖାଇଲେ ଅନେକ ଲାଭ ମିଳିଥାଏ ।
– ନଡ଼ିଆରେ ଥିବା ଆଣ୍ଟି ଆକ୍ସିଡେଣ୍ଟ, ଆଣ୍ଟି ଇନଫ୍ଲାମାଟୋରି, ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଭାଇରାଲ ପରି ଗୁଣ ରୋଗ ସହିତ ଲଢ଼ିବା ପାଇଁ ଶକ୍ତି ଯୋଗାଇଥାଏ ।
– ନଡ଼ିଆରେ ପ୍ରବଳ ମାତ୍ରାରେ ଥିବା ସାଚ୍ୟୁରେଟେଡ଼ ଫ୍ୟାଟ ଶରୀରରେ ଗୁଡ କୋଲେଷ୍ଟେରଲ ବଢ଼ାଇବା ସହ ବ୍ୟାଡ଼ କୋଲେଷ୍ଟେରଲ କମ କରିଥାଏ । ଏହା ସହ ହୃଦଘାତ ଜନିତ ସମସ୍ୟା ବି ଅନେକ ମାତ୍ରାରେ କମିଥାଏ ।
– କଞ୍ଚା ନଡ଼ିଆ ଖଣ୍ଡେ ଖାଇବା ଦ୍ୱାରା ଭୋକ କଣ୍ଟ୍ରୋଲକୁ ଆସିଥାଏ । ଏହା ସହ ଶରୀରର ମେଟାବୋଲିଜ୍ମ ତୀବ୍ର ହୋଇଥାଏ । ହେଲ୍ଥ ଏକ୍ସପର୍ଟଙ୍କ ଅନୁଯାୟୀ ଶରୀରରେ ଜମି ଥିବା ଏକ୍ସଟ୍ରା ଚର୍ବି କମିଯାଏ ।
– ଅଧିକ ଛଣାଛଣି, ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ପେଟ ଗରମ ହୋଇଯାଏ । ଏମିତି ସ୍ଥିତି ଉପୁଜିଲେ ଖଣ୍ଡେ ନଡ଼ିଆ ଖାଇବା ଦ୍ୱାରା ପେଟ ଥଣ୍ଡା ହୋଇଥାଏ ।
– ଅନେକେ ହୁଏତ ଜାଣି ନଥିବେ ନିଦ୍ରା ଜନିତ ସମସ୍ୟା ଥିବା ଲୋକଙ୍କ ପାଇଁ ଖୁବ ଲାଭକାରୀ ହୋଇଥାଏ ନଡ଼ିଆ । ଡିନର କରିବାର ୩୦ ମିନିଟ ପରେ ନଡ଼ିଆ ଖଣ୍ଡେ ଖାଇଲେ ଗଭୀର ନିଦ ଆସିଥାଏ ବୋଲି ଏକ୍ସପର୍ଟ ମାନେ ମତ ଦିଅନ୍ତି ।