କୋଲ୍ ବ୍ଲକ ଆବଣ୍ଟନ ମାମଲା, ନବୀନଙ୍କୁ ପୁଣି ଟାର୍ଗେଟ କଲେ ଧର୍ମେନ୍ଦ୍ର

Dharmendra targets Naveen in coal issue
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୋଲ୍ ବ୍ଲକ ଆବଣ୍ଟନକୁ ନେଇ ଆଜି ପୁଣି ନବୀନଙ୍କୁ ଟାର୍ଗେଟ କରିଛି ବିଜେପି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ୨୦୧୪ରେ ସିବିଆଇ ଏହି କୋଲ ବ୍ଲକ ଆବଣ୍ଟନରେ ଅନିୟମିତତା ନେଇ ଏଫଆଇଆର୍ ରୁଜୁ କରିଥିଲା । ସେତେବେଳ କେନ୍ଦ୍ରରେ କଂଗ୍ରେସ ସରକାର ଥିଲା । ୨୦୧୭ ନଭେମ୍ବର ୨୫ ତାରିଖରେ ସିବିଆଇ ପୂର୍ବ ନୋଟିସ ଅନୁସାରେ ନବୀନ ପଟ୍ଟନାୟକଙ୍କୁ ଜେରା ମଧ୍ୟ କରିଥିଲା । ନିଜ ନାଁରେ ଆପରାଧିକ ମାମଲା ଥିବା ଜାଣି ବି ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ କ’ଣ ପାଇଁ ସତ୍ୟପାଠରେ ଉଲ୍ଲେଖ କଲେନି? ୧୯୯୮ ମସିହାରେ ନବୀନ କେନ୍ଦ୍ରରେ କୋଇଲା ମନ୍ତ୍ରୀ ଥିବା ବେଳେ ନାଗପୁରର ଏକ ଭୂତ କମ୍ପାନୀକୁ କୋଲ ବ୍ଲକ୍ ଆବଣ୍ଟନ କରିଥିଲେ । ଏହି କମ୍ପାନୀ ୧୯୯୯ରେ ପଞ୍ଜୀକୃତ ହୋଇଥିବା ବେଳେ ୧୯୯୮ରେ ଏହାକୁ କୋଇଲା ବ୍ଲକ ବଣ୍ଟନ କରାଯାଇଥିଲା ବୋଲି ଧର୍ମେନ୍ଦ୍ର କହିଛନ୍ତି ।