କେମିତି ତିଆରି କରିବେ ରୋଗନ ମଟନ ଜୋଶ

0

ଆବଶ୍ୟକ ସାମଗ୍ରୀ: ମଟନ – ଅଧା କିଲୋ, ଜିରା – ଅଧା ଚାମଚ, ଖୁଆ – ଏକ ଛୋଟ ଚାମଚ, ବାଦାମ – ୧୦ ରୁ ୧୫ଟି, ବଡ ଅଳେଇଚ – ୨ ଟିଡ଼ା, ଳଚିନି -୨ଟି, ଲବଙ୍ଗ -୪ ରୁ ୫ ଟି, ଗୋଲମରିଚ – ଅଧା ଚାମଚ, ଶୁଖିଲା ଲଙ୍କା ଗୁଣ୍ଡ – ଗୋଟେ ଚାମଚ, ପାନମଧୁରୀ- ୨ ଚାମଚ, ଦହି – ଗୋଟେ କପ, କେଶର – ୨ ଚାମଚ, ଗରମ ମସଲା – ଅଧା ଚାମଚ, ହେଙ୍ଗୁ -ଗୋଟେ ଚୁଟକୀ, ସୋରିଷ ତେଲ -ରୁଚି ଅନୁଯାୟୀ, ଲୁଣ – ସ୍ୱାଦ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ମଟନକୁ ଏକ ବଡ଼ ପାତ୍ରରେ ରଖନ୍ତୁ । ପାଣିରେ ଅତି କମରେ ଦୁଇ ରୁ ତିନି ଥର ଧୋଇ ଦିଅନ୍ତୁ । ଏବେ ଗ୍ୟାସରେ ଏକ କଢ଼େଇ ବସାନ୍ତୁ । ଆଉ ଏଥିରେ ତେଲ ଦିଅନ୍ତୁ । ତେଲକୁ ଭଲ ଭାବେ ଗରମ ହେବା ପାଇଁ ଛାଡି ଦିଅନ୍ତୁ । ଥରେ ତେଲ ଗରମ ହୋଇଗଲେ ଗ୍ୟାସ ଆଞ୍ଚ କମ କରି ଦିଅନ୍ତୁ । ଏବେ ଏଥିରେ ଜିରା , ଗୁଜୁରାତି, ଶୁଖିଲା ଲଙ୍କା, ଡାଲଚିନି , ଲବଙ୍ଗ, ହେଙ୍ଗୁ , ଗୋଲମରିଚ ଆଦି ଦିଅନ୍ତୁ । ଟିକେ ଭାଜି ଦିଅନ୍ତୁ । ଏବେ ଏଥିରେ ମଟନ ଦିଅନ୍ତୁ । ଆଉ ଗ୍ୟାସର ଆଞ୍ଚ କମ କରି ଦିଅନ୍ତୁ । କିଛି ସମୟ ପାଇଁ ଛାଡି ଦିଅନ୍ତୁ । ୧୫ ମିନିଟ ପରେ ଅଳ୍ପ ପାଣି ଦିଅନ୍ତୁ ଓ ଘୋଡାଇ ଦିଅନ୍ତୁ । ମଟନ ଟିକେ ସିଝି ଆସିଲେ ଧନିଆ ପାଉଡର, ପାନମଧୁରୀ ପାଉଡର, ଲଙ୍କା ଗୁଣ୍ଡ, କେଶର ଆଦି ଦେଇ ଭଲ ଭାବେ ମିଶାନ୍ତୁ । ଫ୍ରାଏ ହେବା ପରେ ବାଦାମ ପେଷ୍ଟ ଦିଅନ୍ତୁ । ଖୁଆ ଗୁଣ୍ଡ ବି ଦିଅନ୍ତୁ । ମଟନକୁ ଗ୍ୟାସର ଲୋ ଫ୍ଲେମରେ ସେପର୍ଯ୍ୟନ୍ତ ବଶାନ୍ତୁ ସେପର୍ଯ୍ୟନ୍ତ ଭଲସେ ସିଝି ନଯାଏ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ମଟନ ରୋଗନ ଜୋଶ । ଏହାକୁ ଆପଣ ନିଜ ପସନ୍ଦ ଅନୁଯାୟୀ ଭାତ, କୁଲଚା, ରୋଟି ସହ ଖାଇପାରିବେ ।

Leave a comment