କେନ୍ଦୁଝରରେ ସ୍ମାର୍ଟ ସ୍ବାସ୍ଥ୍ୟସେବା, ସମୃଦ୍ଧ ଜିଲ୍ଲା ଗଢିବା ନେଇ ନବୀନଙ୍କ ସଂକଳ୍ପ

0

ସୁନ୍ଦରଗଡ଼ ପରେ କେନ୍ଦୁଝରରେ ପହଁଚିଲା ସ୍ମାର୍ଟ ସ୍ବାସ୍ଥ୍ୟସେବା। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନାରେ ସାମିଲ ହୋଇଛି କେନ୍ଦୁଝର। ଜିଲ୍ଲାରେ ବିଏସକେଓ୍ବାଇ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନସିଂରେ ଉପସ୍ଥିତ ରହି ବିଏସକେଓ୍ବାଇ ସ୍ମାର୍ଟ କାର୍ଡ ବାଣ୍ଟିଛନ୍ତି। ଯଦ୍ୱାରା ଜିଲ୍ଲାରେ ମୋଟ ୪ ଲକ୍ଷ ୧୯ ହଜାର ୭୮୭ ଜଣ ହିତାଧିକାରୀ ଉପକୃତ ହୋଇପାରିବେ।

ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ ଓ ଶିଳାନ୍ୟାସ କରିବା ପରେ ସଭାକୁ ସମ୍ବୋଧିତ କରିଥିଲେ। ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି କେନ୍ଦୁଝର ଜିଲ୍ଲାକୁ ଏକ ସମୃଦ୍ଧ ଜିଲ୍ଲାରେ ପରିଣତ କରିବା ମୋର ଲକ୍ଷ୍ୟ । ସେଥିପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ଆଜି କେନ୍ଦୁଝରରେ ପହଁଚିଛି। ଏଥିଦ୍ୱାରା ଜିଲ୍ଲାର ୪ ଲକ୍ଷ ୧୯ ହଜାର ହିତାଧିକାରୀ ଉନ୍ନତ ସ୍ନାସ୍ଥ୍ୟ ସେବା ପାଇପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।ଜିଲ୍ଲାରେ ୨୧୮ କୋଟି ଟଙ୍କାର ୬୩ଟି ନବ ନିର୍ମିତ ରାସ୍ତା ଓ ୫୦ କୋଟି ଟଙ୍କାର ୧୦ ଟି ପୋଲ ଉଦଘାଟନ କରିଛନ୍ତି । ୫୬ କୋଟିରୁ ଉଦ୍ଧ୍ୱ ଟଙ୍କାର ୫୬ ଟି ସ୍ବାସ୍ଥ୍ୟ ଯୋଜାନାରେ ଉନ୍ନତିକରଣ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ମିଶନ୍ ସୁବିଦ୍ୟାରେ ୨ କୋଟି ୪୮ ଲକ୍ଷ ଟଙ୍କା ବ୍ୟୟରେ ଏସଏସଡି ହଷ୍ଟେଲ୍ । ଏସବୁକୁ ଆଇଏସଓ ମାନ୍ୟତା ମିଳିଛି । ୬୫ଲକ୍ଷ ଟଙ୍କା ବ୍ୟୟରେ ବଡବିଲରେ ଏକ ଲାଇବ୍ରେରୀର ଉଦଘାଟନ କରିଛନ୍ତି। ୮୩ଟି ବହୁଭାଷୀ ସ୍କୁଲମାନଙ୍କୁ ଏକ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଉପକରଣ ପ୍ରଦାନ କରାଯାଇଛି। ଯଦ୍ୱାରା ୬ କୋଟି ୬୮ ଲକ୍ଷ ଟଙ୍କା ବ୍ୟୟରେ ୫ଟି ଯୋଜନାରେ ୫ ହଜାର ଲୋକ ଉପକୃତ ହେବ । ସେହିପରି ଦକ୍ଷତା ବିକାଶ ପାଇଁ ୧୭ ଦଶମିକ ୪କୋଟି ଟଙ୍କାର ୨ଟି ପ୍ରକଳ୍ପ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ୧୨୭ଟି ରାସ୍ତା ଓ ୧୮ଟି ପୋଲ ଓ ୨୨ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି।

Leave a comment