କାହିଁକି ମୋଦିଙ୍କୁ ନିବେଦନ କଲେ ଶାହିଦ ଆଫ୍ରିଦି ?

ଚଳିତ ଏସିଆ କପକୁ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇପାରିନାହିଁ । ଚଳିତବର୍ଷ ଟୁର୍ଣ୍ଣାମେଣ୍ଟ ପାକିସ୍ତାନ ଆୟୋଜନ କରିବ । କିନ୍ତୁ ବିସିସିଆଇ ସଚିବ ଜୟ ଶାହା ଟିମ୍ ଇଣ୍ଡିଆ ଏସିଆ କପ୍ ୨୦୨୩ ପାଇଁ ପାକିସ୍ତାନ ଗ୍ରସ୍ତ କରିବ ନାହିଁ ବୋଲି ପୂର୍ବରୁ ମନା କରିସାରିଛନ୍ତି । ବିସିସିଆଇର ଏଭଳି ମନ୍ତବ୍ୟ ପରେ ଏସିଆ କପକୁ ଅନ୍ୟ କୌଣସି ସ୍ଥାନକୁ ସିଫ୍ଟ କରାଯିବାର ଯୋଚନା ରହିଛି ।
କିନ୍ତୁ ପାକିସ୍ତାନ କ୍ରିକେଟ ବୋର୍ଡ ଏସିଆ କପକୁ ନିଜ ଦେଶରେ କରିବାକୁ ଜିଦି ଧରିଛି । ଏହା ମଧ୍ୟରେ ପାକିସ୍ତାନର ପୂର୍ବତନ ଖେଳାଳି ଶାହିଦ ଆଫ୍ରିଦି ଦୁଇ ଦେଶରେ ଖେଳ ହେବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ କରିଛନ୍ତି ।
ଆଫ୍ରିଦି କହିଛନ୍ତି, ପାକିସ୍ତାନର ସୁରକ୍ଷା ଦାୟିତ୍ୱକୁ ନେଇ ପ୍ରଶ୍ନ ରହିଛି ଯଦି ନିକଟରେ ଅନେକ ଇଣ୍ଟରନ୍ୟାସନାଲ ଟିମ୍ ଦେଶକୁ ଗ୍ରସ୍ତ କରିଥିଲା । ଆମକୁ ମଧ୍ୟ ଭାରତରେ ସୁରକ୍ଷାକୁ ନେଇ ବିପଦ ରହିଥାଏ । କିନ୍ତୁ ଯଦି ଦୁଇ ଦେଶର ସରକାରଙ୍କ ଠାରୁ ଅନୁମତି ମିଳେ ତେବେ ଦୁଇ ଟିମ ମଧ୍ୟରେ ଖେଳ ସମ୍ଭବ ହୋଇପାରିବ । ମୋଦି ସାହେବ କ୍ରିକେଟ ଖେଳିବାକୁ ଦିଅ ବୋଲି ଆଫ୍ରିଦି କହିଛନ୍ତି ।
ଯଦି ଆମେ କାହା ସହିତ ସାଙ୍ଗ ହେବାକୁ ଚାହୁଁଛି, ଆଉ ସେ ଆମ ସହିତ କଥା ହେବାକୁ ଚାହୁଁନାହାନ୍ତି। ତେବେ ଆମେ କ’ଣ କରିବୁ । ବିସିସିଆଇ ମଜବୁତ ବୋର୍ଡ ଏଥିରେ କୌଣସି ସନ୍ଦେହ ନାହିଁ । ଆପଣଙ୍କ ଉପରେ ଅଧିକ ଦାୟିତ୍ୱ ରହିଛି । ଆପଣ ଶତ୍ରୁତା କରିବାକୁ ଚେଷ୍ଟା ନ କରନ୍ତୁ । ଆପଣ ବନ୍ଧୁତ୍ୱ ସୃଷ୍ଟି କରନ୍ତୁ । ଅଧିକ ବନ୍ଧୁତ୍ୱ ସୃଷ୍ଟି କଲେ ଆପଣ ମଜବୁତ ହେବେ ।
ଶାହିଦ ୨୦୦୫ରେ ପାକିସ୍ତାନରେ ହୋଇଥିବା ସିରିଜକୁ ନେଇ କହିଛନ୍ତି, ସେତେବେଳେ ବଡ ବଡ ମିଡିଆ ଲୋକ ଆସିଥିଲେ । ହରଭଜନ ଏବଂ ଯୁବରାଜ ଏବଂ ଅନ୍ୟ ଖେଳାଳି ବାହାରକୁ ଯାଇ ସପିଂ କରନ୍ତି। ରେଷ୍ଟୁରାଣ୍ଟ ମଧ୍ୟ ଯାଆନ୍ତି।