କାହିଁକି ପାଳନ କରାଯାଏ ଗୁଡ୍‌ ଫ୍ରାଇଡେ ?

0

ଆଜି ଗୁଡ ଫ୍ରାଇଡେ। ଏଥର ଏପ୍ରିଲ୍ ୧୮ ତାରିଖରେ ପଡୁଛି। କେତେକ ସ୍ଥାନରେ ଏହାକୁ ବ୍ଲାକ ଫ୍ରାଇଡେ ବୋଲି କୁହାଯାଉଥିବା ବେଳେ ଆଉ କେତେକ ସ୍ଥାନରେ ଗୁଡ ଫ୍ରାଇଡେ ବୋଲି କୁହାଯାଇଥାଏ। ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପାଇଁ ଏହା ଏକ ପବିତ୍ର ଦିନ। ଖ୍ରୀଷ୍ଟ ଧର୍ମାବଲମ୍ବିମାନେ ବଶେଷ କରି ଏହି ପର୍ବକୁ ପାଳନ କରିଥାନ୍ତି। ଇଷ୍ଟର୍ ର ଗୋଟିଏ ଦିନ ପୂର୍ବରୁ ଏହା ପାଳନ କରାଯାଇଥାଏ। ଏହି ଦିନରେ ଶ୍ରଦ୍ଧାଳୁମାନେ ପ୍ରଭୁ ଯୀଶୁଙ୍କ ବଳିଦାନକୁ ମନେ ପକାଇ ପ୍ରାର୍ଥନା କରନ୍ତି। ଏପରିକି ଗୁଡ ଫ୍ରାଇଡେ ଦିନ ଲୋକମାନେ ଆମିଷ ନ ଖାଇ ପାରମ୍ପରିକ ଖାଦ୍ୟ ଖାଇଥାନ୍ତି।

କାହିଁକି ପାଳନ ହୁଏ ଗୁଡ ଫ୍ରାଇଡେ, ଜାଣନ୍ତୁ :-

ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପାଇଁ ଏହି ପର୍ବ ବହୁତ ସ୍ବତନ୍ତ୍ର ଦିନ ଅଟେ । ଆଜିର ଦିନରେ ଯୀଶୁ ଖ୍ରୀଷ୍ଟଙ୍କୁ କୁଶବିଦ୍ଧ କରାଯାଇଥିଲା । ଖ୍ରୀଷ୍ଟ ଧର୍ମାବଲମ୍ବୀ ଯୀଶୁ ଖ୍ରୀଷ୍ଟଙ୍କ ବଳିଦାନକୁ ମନେ ପକାଇ ଗୁଡ ଫ୍ରାଇଡେ ପାଳନ କରିଥାନ୍ତି । ଆଜିର ଦିନରେ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ଚର୍ଚ୍ଚକୁ ଯାଇ ବାଇବେଲ ପଢିବା ସହ କ୍ୟାଣ୍ଡେଲ ଜାଳି ସମୂହ ପ୍ରାର୍ଥନା କରିଥାନ୍ତି । ଇଷ୍ଟର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଇଷ୍ଟର ପୂର୍ବ ଶୁକ୍ରବାରକୁ ଗୁଡ ଫ୍ରାଇଡେ ପାଳନ କରାଯାଏ । ଗୁଡ ଫ୍ରାଇଡେକୁ ବ୍ଲାକ ଫ୍ରାଇଡେ, ଗ୍ରେଟ ଫ୍ରାଇଡେ ଏବଂ ହୋଲି ଫ୍ରାଇଡେ ବୋଲି ମଧ୍ୟ ପାଳନ କରାଯାଏ । ଆହୁରି ମଧ୍ୟ ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ମତରେ ଏହି ଦିନ ପ୍ରଭୁ ଯିଶୁ ଖ୍ରୀଷ୍ଟଙ୍କ ତିରୋଧାନ ହୋଇଥବଲା । ପ୍ରଭୁଙ୍କ ସେହି ତୀରୋଧାନ ଦିବସକୁ ସ୍ମରଣ କରିବା ଏହି ପବିତ୍ର ଦିବସର ମୁଖ୍ୟ ଲକ୍ଷ୍ୟ ।

Leave a comment