କାଳିଆ ପାଇଁ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

0

Supreme court noticed state government for kalia yojana

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କାଳିଆ ଯୋଜନା ନେଇ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ସାଧାରଣ ନିର୍ବାଚନର ଅଳ୍ପଦିନ ପୂର୍ବରୁ ‘କାଳିଆ’ ଭଳି ପିଏମ୍ କିଷାନ, ରୟତ ବନ୍ଧୁ ଓ ମୁଖ୍ୟମନ୍ତ୍ରୀ କୃଷି ଯୋଜନା ଆଦି ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିଲା । ତେବେ ଏହି ସବୁ ଯୋଜନାକୁ ନେଇ ମଧ୍ୟ ସୁପ୍ରିମକୋର୍ଟ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କୁ ନୋଟିସ କରିଛନ୍ତି । କେନ୍ଦ୍ର ସରକାରଙ୍କ ସମେତ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ତେଲେଙ୍ଗାନା ସରକାରଙ୍କ ନିକଟକୁ ଏହି ନୋଟିସ୍ ପଠାଯାଇଛି ।

ସୂଚନା ଅନୁଯାୟୀ, ଚିଫ୍ ଜଷ୍ଟିସ ରଞ୍ଜନ ଗଗୋଇଙ୍କ ନେତୃତ୍ୱରେ ୩ ଜଣିଆ ଖଣ୍ଡପୀଠ ଏହି ନୋଟିସ୍ ଜାରି କରିଛନ୍ତି । ତେଲେଙ୍ଗାନାର ଡ. ପେଣ୍ଟାପାଲି ପୁଲାରାଓଙ୍କ ପିଟିସନ ଉପରେ ଏହି ନୋଟିସ ହୋଇଛି । ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଏଭଳି ଯୋଜନା ଆରମ୍ଭ କରାଯାଇଥିବା ବେଳେ ଏସବୁ ଯୋଜନାକୁ ବେଆଇନ ଘୋଷଣା ପାଇଁ ଅପିଲ କରିଛନ୍ତି ପୁଲାରାଓ । ନିର୍ବାଚନ ସମୟରେ ଏଭଳି ଘୋଷଣା ଭୋଟରଙ୍କୁ ପ୍ରଭାବିତ କରୁଛି ଏବଂ ଏଭଳି ଘୋଷଣା ଅବାଧ ତଥା ମୁକ୍ତ ନିର୍ବାଚନକୁ ପ୍ରଭାବିତ କରୁଛି ବୋଲି ସେ ପିଟିସନରେ ଦର୍ଶାଇଛନ୍ତି । ନିର୍ବାଚନର ଅତି କମ୍‌ରେ ୬ ମାସ ଭିତରେ ଏଭଳି ଯୋଜନା ଘୋଷଣା ନ କରିବାକୁ ପଦକ୍ଷେପ ନିଆଯାଉ ବୋଲି ପୁଲାରାଓ କହିଛନ୍ତି । 

Leave a comment