କାରଣ ଦର୍ଶାଅ ନୋଟିସର ଜବାବ ରଖିଲେ ସୁର

0

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): କାରଣ ଦର୍ଶାଅ ନୋଟିସର ଜବାବ ରଖିଲେ କଂଗ୍ରେସ ନେତା ସୁରେଶ ରାଉତରାୟ। କଂଗ୍ରେସ ଭବନକୁ ଆସି ଲିଖିତ ଭାବେ ଉତ୍ତର ଦାଖଲ କଲେ ସୁରେଶ ରାଉତରାୟ। ପୁଣି ଥରେ ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନାଙ୍କ ସେହି କଥାକୁ କହିଲେ। ସୁର କହିଲେ, ଏ ଦୁହେଁ ବି ପିସିସି ସଭାପତି ନେଇ ନବୀନଙ୍କ କଥା କହିଥିଲେ। ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଲାନି। ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଆମେ ଦିନକୁ ୧୮ ଘଣ୍ଟା କାମ କରୁଛୁ । ତାରା, ସାଲୁଜା ବହୁ ବିଶୃଙ୍ଖଳିତ ମନ୍ତବ୍ୟ ଦେଇଛନ୍ତି ବୋଲି କହିଛନ୍ତି ସୁରେଶ ରାଉତରାୟ। ସେମାନଙ୍କ ପାଇଁ ଶୃଙ୍ଖଳା କମିଟି ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ମୋ ଉପରେ କାର୍ଯ୍ୟାନୁଷ୍ଠାନ ହେଲେ ଖାତିର ନାହିଁ ବୋଲି କହିଛନ୍ତି ସୁର।

ସୂଚନାଯୋଗ୍ୟ ଯେ, ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନୋଟିସ ଜାରି କରିଥିଲେ । ଦଳର ଆଭ୍ୟନ୍ତରୀଣ ବ୍ୟାପାରକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ସୁରଙ୍କୁ ଜବାବ ତଲବ କରିଥିଲେ ପିସିସି ସଭାପତି । ନିକଟରେ ସୁର ପିସିସି ସଭାପତି ନିଷ୍ପତ୍ତି ନବୀନ ନିଅନ୍ତି ବୋଲି ଗଣମାଧ୍ୟମ ଆଗରେ କହିଥିଲେ । ନିରଞ୍ଜନଙ୍କ ନୋଟିସ୍ ପରେ ସୁର ଆଜି ଏହାର ଲିଖିତ ଜବାବ ରଖିଛନ୍ତି ।

Leave a comment