କାଚ ଭାଙ୍ଗିବା ସବୁବେଳେ ଅଶୁଭ ନୁହେଁ: ବେଳେବେଳେ ଦେଇଥାଏ ଶୁଭ ସଙ୍କେତ

0

କାଚ ଭାଙ୍ଗିଲେ ନିକଟ ଭବିଷ୍ୟତରେ କିଛି ଅଶୁଭ ଘଟଣା ଘଟିପାରେ ଲୋକେ ଭାବନ୍ତି। କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ କାଚ ଭାଙ୍ଗିବା ସବୁବେଳେ ଅଶୁଭ ସଂକେତ ଦେଇନଥାଏ, ବେଳେବେଳେ ଏହା ଶୁଭ ସଂକେତ ମଧ୍ୟ ଦେଇଥାଏ। ଘରେ କବାଟ କିମ୍ବା ଝରକାର କାଚ ଯଦି ହଠାତ ଭାଙ୍ଗିଯାଏ କିମ୍ବା ଫାଟିଯାଏ ତାହେଲେ ଏହା ଅଶୁଭ ନୁହେଁ। ଏହା ସଂକେତ ଦେଇଥାଏ ଯେ କିଛି ଦିନ ମଧ୍ୟରେ ଘରକୁ କୌଣସି ଖୁସି ଖବର ଆସିପାରେ। କାଚ ଭାଙ୍ଗିଲେ କଣ କଣ ସଂକେତ ଦେଇଥାଏ ଜାଣନ୍ତୁ…

ପୁରୁଣା ବିବାଦ ଶେଷ ହୁଏ – ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଯଦି ହଠାତ କାଚ ଭାଙ୍ଗିଯାଏ ତାହେଲେ ଏହାର ଅର୍ଥ ହେଲା କୌଣସି ପୁରୁଣା ବିବାଦ ସମାପ୍ତ ହୋଇପାରେ। ଘରେ ଯଦି କୌଣସି ବ୍ୟକ୍ତି କୌଣସି ରୋଗରେ ପୀଡିତ ଅଛନ୍ତି ତାହେଲେ ସେ ଧୀରେ ଧୀରେ ସୁସ୍ଥ ହେଉଥିବା ସଂକେତ ମଧ୍ୟ ଦେଇଥାଏ।

ଦୁର୍ଘଟଣା ଟଳିବା – ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ଥିବା ଦର୍ପଣ କିମ୍ବା କାଚ ଯଦି ହଠାତ ଭାଙ୍ଗିଯାଏ ତାହେଲେ ଘରକୁ ଆସୁଥିବା ସଙ୍କଟକୁ କାଚ ନିଜ ଉପରକୁ ନେଇଯାଇଛି ଏବଂ ବିପଦ ଟଳି ଯାଇଛି ବୋଲି କୁହାଯାଏ। ସେହି ଭଙ୍ଗା କାଚକୁ ତୁରନ୍ତ ଘରୁ ବାହାର କରିଦେବା ଉଚିତ।

ବାସ୍ତୁଶାସ୍ତ୍ରରେ କୁହାଯାଇଛି ଯେ ଯଦି ଘରେ କାଚ କିମ୍ବା ଦର୍ପଣ ଭାଙ୍ଗିଯାଏ ତାହେଲେ ସେଥିପାଇଁ ଅଯଥାରେ ହୋ-ହାଲ୍ଲା କିମ୍ବା ପାଟିତୁଣ୍ଡ କରିବା ଉଚିତ ନୁହେଁ। ପାଟି ନ କରି ଚୁପଚାପ ସେହି ଭଙ୍ଗା କାଚକୁ ସଫା କରି ଘରୁ ହଟାଇ ଦେବା ଉଚିତ।

ବାସ୍ତୁ ଅନୁଯାୟୀ, ଦର୍ପଣ କିମ୍ବା ଆଇନା କିଣିବା ବେଳେ କିଛି ଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ। ଘରେ ଗୋଲ କିମ୍ବା ଅଣ୍ଡାକାର ଆକୃତିର ଦର୍ପଣ ରଖନ୍ତୁ ନାହିଁ। ଏହିଭଳି ଦର୍ପଣ ଘରର ସକାରାତ୍ମକ ଶକ୍ତିକୁ ନକାରାତ୍ମକ ଶକ୍ତିରେ ବଦଳାଇ ଦେଇଥାଏ। ସେଥିପାଇଁ ଯେତେ ଦୂର ସମ୍ଭବ ଚାରିକୋଣିଆ ଆକୃତିର ଦର୍ପଣ ଘରେ ରଖନ୍ତୁ।

Leave a comment