କର୍କଟ ଭଳି ମାରାତ୍ମକ ରୋଗକୁ ପ୍ରତିରୋଧ କରେ ରସୁଣ
ବେଳେ ବେଳେ ଡାକ୍ତରୀ ଔଷଧ ଠାରୁ ଘରୋଇ ଚିକିତ୍ସା ବେଶିମାତ୍ରାରେ ଫଳପ୍ରଦ ହୋଇଥାଏ। ଆଜିବି କିଛି କିଛି କ୍ଷେତ୍ରରେ ଡାକ୍ତର ଔଷଧ ଅପେକ୍ଷା ଘରୋଇ ଚିକିତ୍ସାକୁ ଉପଯୋଗୀ ମାନନ୍ତି ଲୋକେ। ଏହାସହ ଘରୋଇ ଉପଚାର ସହଜ, କମ ଖର୍ଚ୍ଚ ସାଙ୍ଗକୁ ପାର୍ଶ୍ଵପ୍ରତିକ୍ରିୟାର ଭୟ ନଥାଏ। ସେମିତି ଗୋଟିଏ ଘରୋଇ ଔଷଧ ହେଉଛି ରସୁଣ। ଏହା ସାଧାରଣ ଭାବେ ମସଲାରେ ବ୍ୟବହାର ହେଉଥିଲେ ହେଁ ଏଥିରେ ଅନେକ ଔଷଧୀୟ ଗୁଣ ରହିଛି ଯାହା କି କର୍କଟ ପରୀ ମାରାତ୍ମକ ରୋଗକୁ ମାତ ଦେଇପାରେ। ତେବେ ଚାଲନ୍ତୁ ଜାଣିବା ରସୁଣଙ୍କୁ କେଉଁ ଭଳି ବ୍ୟବହାର କରିବା ଓ କେଉଁ ରୋଗର ଉପଚାର ପାଇଁ….
-ଶ୍ୱାସ ସମସ୍ୟା ଥିଲେ ପ୍ରତିଦିନ ତିନିରୁ ଚାରି କୋଲା ରସୁଣ ଚୋବାଇ ଖାଆନ୍ତୁ ଏବଂ ନିମୋନିଆ ଲକ୍ଷଣ ଆରମ୍ଭ ହେଉଥିଲେ କ୍ଷୀରରେ ରସୁଣ ସିଝାଇ ଦିନକୁ ଦୁଇରୁ ତିନିଥର ପିଅନ୍ତୁ । ଏହା ନିହାତି ଭାବରେ ଶ୍ୱାସ ସମସ୍ୟାରୁ ମୁକ୍ତି ଦେବ ।
-ରକ୍ତରେ କୋଲେଷ୍ଟ୍ରଲ୍ର ମାତ୍ରା ବଢ଼ିଲେ ହୃଦ୍ ଜନିତ ସମସ୍ୟା ଆରମ୍ଭ ହୁଏ । ଧମନୀରେ ରକ୍ତ ସୂଚାରୁ ରୂପେ ସଞ୍ଚାଳନ ହୋଇପାରେ ନାହିଁ। ତେବେ ରକ୍ତରେ କୋଲେଷ୍ଟ୍ରଲର ମାତ୍ରା କମ୍ କରିବା ପାଇଁ ରସୁଣ ବହୁତ ଉପକାରରେ ହୋଇଥାଏ ।
-ଶରୀରରେ ଟକ୍ସିନ୍ର ମାତ୍ରା ବଢ଼ିଲେ କଲିଜା ଜଳିବା ପରି ଅନୁଭବ ହୁଏ ଏବଂ ଜଣ୍ଡିସ୍ ପରି ସମସ୍ୟା ଦେଖାଯାଏ । ରସୁଣ ବ୍ୟବହାର କରିବା ଦ୍ୱାରା ଏଥିରୁ ମଧ୍ୟ ମୁକ୍ତି ମିଳିଥାଏ ।
-ଆଣ୍ଡୁ ଗଣ୍ଠି ଜନିତ ଯନ୍ତ୍ରଣା ସମସ୍ୟା ଥିଲେ ଔଷଧ ଅପେକ୍ଷା ରସୁଣ ତୁରନ୍ତ କାମ କରେ।
-ଅନିଦ୍ରା ପରି ସମସ୍ୟା ଥିଲେ ଶୋଇବା ପୂର୍ବରୁ ଏକ ଗ୍ଲାସ୍ କ୍ଷୀର ସହିତ ରସୁଣକୁ ମିଶାଇ ପିଅନ୍ତୁ । ଅଳ୍ପ କିଛିଦିନ ଏହି ଅଭ୍ୟାସ କରିବା ଦ୍ୱାରା ସୁନିଦ୍ରା ପାଇପାରିବେ ।
-ଯଦି କଫ ଜମି ଖାସ ହେଉଛି ତେବେ କ୍ଷୀରରେ ରସୁଣ,ଟିକେ ହଳଦୀ ପକାଇ ଫୁଟାଇ ପିଇବା ଦ୍ୱାରା କଫ କାସରୁ ଆରାମ ମିଳିବା ସହିତ ଏହା କଫ୍ ସିରଫ ଠାରୁ ମଧ୍ୟ ଶୀଘ୍ର ଆରାମ ଦେବ ।
-ଖାଦ୍ୟ ହଜମ ହେଉନଥିଲେ ଏକ ଗ୍ଲାସ ଉଷୁମ କ୍ଷୀରରେ ରସୁଣକୁ ପକାଇ ପିଇବାକୁ ଭୁଲନ୍ତୁ ନାହିଁ । ଏହା ହଜମ ଶକ୍ତି ବଢାଇବା ସହ ଶରୀର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ ।
-ଶରୀରରେ କ୍ୟାନ୍ସର ବଢ଼ିବାକୁ ଦିଏନି ରସୁଣ । ରସୁଣରେ ଭରପୁର ରୋଗପ୍ରତିରୋଧ ଶକ୍ତି ରହିଛି ।
-ରସୁଣ ହୃଦରୋଗର ଆଶଙ୍କା ଦୂର କରେ । ଉଚ୍ଚ ରକ୍ତଚାପ ଦୂର କରିବା ସହ ଶରୀରରେ ରକ୍ତ ସଞ୍ଚାଳନକୁ ନିୟନ୍ତ୍ରର କରେ।ଲିଭର ଓ ମୂତ୍ରାଶୟକୁ ସୂଚାରୁରୂପେ କାର୍ୟ୍ୟକାରୀ କରାଇବା ପାଇଁ ସାହାଯ୍ୟ କରେ ରସୁଣ । ରସୁଣ ଡାଇରିଆ ସମସ୍ୟା ଦୂର କରେ ।ଡାଇବେଟିସ, ଡିପ୍ରେସନ ଭଳି ରୋଗ ପାଇଁ ଔଷଧ ଭାବେ କାର୍ଯ୍ୟ କରେ ରସୁଣ ।