କମିଶନରେଟ ପୋଲିସ ପକ୍ଷରୁ ପୂଜା ପାଇଁ ବ୍ୟାପକ ବ୍ୟବସ୍ଥା
ଶେଷ ପର୍ଯ୍ଯାୟରେ ପୂଜା ପ୍ରସ୍ତୁତି । ଆସନ୍ତାକାଲି ଅଧିବାସ ପରେ ଆରମ୍ଭ ମାଆ ଦୁର୍ଗାଙ୍କ ଆବାହନ । କମିଶନରେଟ ପୋଲିସ ପକ୍ଷରୁ ପୂଜା ପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା । ଭିଡ଼କୁ ଦୃଷ୍ଟିରେ ରଖି ଟ୍ରାଫିକ କଟକଣା ଜାରି ହୋଇଛି ।ପୂଜାରେ ଲୋକେ କିପରି ଦର୍ଶନ ସୁରୁଖୁରୁରେ କରିପାରିବେ ସେଥିପାଇଁ ବ୍ୟବସ୍ଥା ହୋଇଛି । ପୂଜାରେ ଅପରାଧ ରୋକିବା ପାଇଁ ସ୍ବତନ୍ତ୍ର ବ୍ଯବସ୍ଥା କରିଛି । ଭିଡ ନିୟନ୍ତ୍ରଣ, ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ସହ ଫୁଲ ପ୍ରୁଫ କରାଯିବ । ପୂଜା କମିଟି, ଜନସାଧାରଣଙ୍କୁ ଶୃଙ୍ଖଳା ପାଇଁ ଅପିଲ କରିଛନ୍ତି ପୋଲିସ କମିଶନର ।
ଚଳିତବର୍ଷ ଭୁବନେଶ୍ୱରରେ ୧୮୭ ମେଢ଼ ଥିବାବେଳେ କଟକରେ ୧୬୬ ମେଢ଼ ହୋଇଛି । ଏଥିପାଇଁ ଭୁବନେଶ୍ୱରରେ ୩୮ ପ୍ଲାଟୁନ ଓ କଟକରେ ୬୪ ପ୍ଲାଟୁନ ପୋଲିସ ମୁତୟନ ହେବେ । ଏହାସହ ୬ପ୍ଲାଟୁନ CRPF, ୩ପ୍ଲାଟୁନ ରାପିଡ ଆକ୍ସନ ଫୋର୍ସ ମୁତୟନ ରହିବେ । ୨୦୦ଅଫିସର, CAPF ଫୋର୍ସ ମୁତୟନ ହେବେ । ପୂଜା ସମୟରେ ସ୍ନାଚିଂ ରୋକିବାକୁ ସ୍ଵତନ୍ତ୍ର ପ୍ଲାନ୍ କରିଛି ପୋଲିସ୍ ।ସ୍ଵତନ୍ତ୍ର ସାଦା ପୋଷାକରେ ପୋଲିସ ରହିବେ । ପାର୍କିଂ ପାଇଁ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା ରହିବ । ପୁରା CCTV ସର୍ଭେଲାନ୍ସ ରେ ରହିବ ପୂଜା ମଣ୍ଡପ ।