ଓମିକ୍ରନ ଆଣିବ କରୋନାର ମହାଲହର, କଣ କହୁଛନ୍ତି ବୈଜ୍ଞାନିକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ପାଇଁ ସାରା ଦେଶରେ ଆସିବ କରୋନର ତୃତୀୟ ଲହର । କୋଭିଡ୍ -19 ର ତୃତୀୟ ଲହର ଫେବୃଆରୀରେ ଭାରତ ଆସିପାରେ । ସଦ୍ୟତମ ଅଧ୍ୟୟନରେ ଏହି ଚିନ୍ତାଜନକ ବିଷୟ ସାମ୍ନାକୁ ଆସିଛି, ଯେଉଁଥିରେ ଦର୍ଶାଯାଇଛି ଯେ ଫେବୃଆରୀ ୨୦୨୨ରେ ଓମିକ୍ରନ୍ ଭାରତରେ ଏହାର ଶିଖରରେ ପହଞ୍ଚିପାରେ ।
ଅଧ୍ୟୟନରେ ଏହା ମଧ୍ୟ କୁହାଯାଇଛି ଯେ ଭାରତ ଏଥିପ୍ରତି ଚିନ୍ତା କରିବା ପରିବର୍ତ୍ତେ ସତର୍କ ରହିବା ଆବଶ୍ୟକ । ଅନୁସନ୍ଧାନ କରୁଥିବା ବୈଜ୍ଞାନିକମାନେ ଏହା ମଧ୍ୟ ଦାବି କରିଛନ୍ତି ଯେ ଫେବୃଆରୀ ପରେ ଓମିକ୍ରନ୍ ମାମଲା ଆସନ୍ତା ମାସରେ ହ୍ରାସ ପାଇବାରେ ଲାଗିବ । ଯାହା ଦ୍ୱାରା ଆଶ୍ୱସ୍ତି ମିଳିପାରେ । ଆଇଆଇଟି କାନପୁରର ମଣିନ୍ଦ୍ର ଅଗ୍ରୱାଲ ଏବଂ ଆଇଆଇଟି ହାଇଦ୍ରାବାଦର ମହାମାରୀ ଟ୍ରାଜେକ୍ଟୋରୀ ଏମ ବିଦ୍ୟାସାଗରର କହିଛନ୍ତି ଯେ, କରୋନାର ଦୈନିକ ନୂତନ ମାମଲା ୧.୫ ରୁ ୧.୮ ଲକ୍ଷ ମଧ୍ୟରେ ହୋଇପାରେ । ସ୍ୱାଭାବିକ ଭାବରେ କିମ୍ବା ଟିକାକରଣ ଦ୍ୱାରା କିଛି ମାତ୍ରାରେ ଲାଘବ ହୋଇପାରେ । ମଣିନ୍ଦ୍ର ଅଗ୍ରଓ୍ୱାଲ କହିଛନ୍ତି ଭାରିଆଣ୍ଟ ଯେତେ ମାତ୍ରାରେ ବଢିବ, ସେତେ ମାତ୍ରାରେ କମିବ । ଦକ୍ଷଣ ଆଫ୍ରିକାରେ ମାମଲା ତିନି ସପ୍ତାହ ମଧ୍ୟରେ ଶିଖରରେ ପହଞ୍ଚିବା ପରେ ଖସିବା ଆରମ୍ଭ ହୋଇଛି । ଆଇଆଇଟି ପ୍ରଫେସରଙ୍କ କହିବା ମୁତାବକ ଓକ୍ରନ ମାମଲା ବାତରେ ସେତଟା ଚିନ୍ତାଜନକ ବିଷୟ ନାହିଁ । ତେବେ ସତର୍କ ରହିଲେ ଏଥିରୁ ମୁକ୍ତି ମିିଳିପାରିବ । ତେବେ ଏଯାଏଁ ସ୍ପଷ୍ଟ ହୋଇନି କି ଏହା କେତେ ମାତ୍ରାରେ ଘାତକ ହୋଇପାରେ ।