ଏହି ସମୟରେ ଗାଈ କୁ ଦେଖିଲେ ଅତ୍ୟନ୍ତ ଶୁଭ

0

ଗାଈ ଶରୀରରେ ଭଗବାନ ବାସ କରନ୍ତି ବୋଲି ହିନ୍ଦୁ ପୁରାଣରେ ବର୍ଣ୍ଣନା କରାଯାଇଛି । ବିଭିନ୍ନ ପର୍ବପର୍ବାଣିରେ ଗାଈକୁ ପୂଜା କରାଯାଇଥାଏ । ଗାଈକୁ ମା’ର ସ୍ଥାନ ଦିଆଯାଇଛି। ଗାଈର କ୍ଷୀରଠୁ ଆରମ୍ଭ କରି ମଳ ପର୍ଯ୍ୟନ୍ତ ସବୁ ଆମ ଉପକାରରେ ଲାଗିଥାଏ । ତେବେ ବାସ୍ତୁଶସ୍ତ୍ରରେ ବିଶ୍ୱାସ କରାଯାଏ ଯେ ପ୍ରତ୍ୟେକ ଘରେ ଗୋଟିଏ ନା ଗୋଟିଏ ଗାଈ ରଖିବା ଉଚିତ । ଗାଈ ଆମ ପିତୃପୁରୁଷଙ୍କର ପ୍ରତିକ ହୋଇଥାଏ । ଘରେ ଗାଈ ଥିଲେ ନକରାତ୍ମକ ଶକ୍ତି ପ୍ରବେଶ କରିନଥାଏ ବୋଲି କୁହାଯାଏ। ତେବେ ଗାଈ ସହିତ ଜଡ଼ିତ ଆଉ କିଛି ବାସ୍ତୁ ବିଷୟରେ ଆସନ୍ତୁ ଜାଣିବା…

-ପ୍ରତ୍ୟେକ ଦିନ ଗାଈକୁ କିଛି ଖାଦ୍ୟ ଦେଇ କିଛି ସମୟ ଆଉଁସିବା ଦ୍ୱାରା ଶରୀରରୁ ଅନେକ ରୋଗ ଭଲ ହୋଇଥାଏ । ଏହାକୁ ବୈଜ୍ଞାନକମାନେ ମଧ୍ୟ ମାନନ୍ତି । ଏହାସହ ଯଦି ଗାଈ ପାଖରେ ବା ଗୁହାଳରେ କିଛି ସମୟ ବିତାନ୍ତି ତେବେ ଶରୀର ଅନେକ ରୋଗ ଆପେ ଆପେ କଟିଯାଏ। ଗୋରୁ ମୃତ ପାଣିରେ ମିଶାଇ ଗାଧୋଇଲେ ଲୋମ କୋଷ ରୋଗ ଭଲ ହେବା ସହ ପାପ ଧୋଇ ହୋଇଥାଏ ବୋଲି କୁହାଯାଏ ।
-ଗାଈ ଗ୍ରହର ପ୍ରତିକ ହୋଇଥାଏ । କଳା ଗାଈ ଶନିଙ୍କ ପ୍ରତିକ, କସରା ଗାଈ ବୃହସ୍ପତିଙ୍କ ପ୍ରତିକ, ଧଳା ଗାଈ ଶୁକ୍ରଙ୍କର ପ୍ରତିକ, ଛଉ ବା ଚିତ୍ର ବିଚିତ୍ର ଗାଈ ରାହୁ କେତୁଙ୍କ ପ୍ରତିକ ହୋଇଥାଏ । ଏହି ସବୁ ଗ୍ରହ ପିଡ଼ାରୁ ମୁକ୍ତି ପାଇଁ ଗାଈମାନଙ୍କର ସେବା କରିପାରିବେ ।
-ଏହାସହ ଯାତ୍ରାସମୟରେ ଯଦି କୌଣସି ଗାଈ ଦର୍ଶନ କରି ଯାଆନ୍ତି ଓ ସେହି ଗାଈ ଆପଣଙ୍କୁ ଫେରିଚାହେଁ ବା ଉପରକୁ ମୁହଁ ଉଠେଇ ଚାହେଁ ତେବେ ଏହା ଆପଣଙ୍କ ସଫଳତାର ସଂକେତ ଦେଇଥାଏ ।
-ଗାଈ ବିକଟାଳ ବୋବାଇଲେ ପରିବାର ପ୍ରତି ବିପଦର ସଂକେତ ଦେଇଥାଏ । ସେହିଭଳି ଗାଈ ବାଛୁରି ସହିତ ଠିଆ ହୋଇଥିବା, ଚରୁଥିବା ବା ବାଛୁରିକୁ କ୍ଷୀର ପିଆଉଥିବା ଅବସ୍ଥାରେ ଦେଖିଲେ ଏହା ଶୁଭ ସଂକେତ ଦେଇଥାଏ । ଆପଣ ଯେଉଁ କାର୍ଯ୍ୟରେ ଯାଉଥିବେ ତାହା ନିଶ୍ଚୟଭାବେ ସଫଳ ହୋଇଥାଏ ବୋଲି ବସ୍ତୁରେ ବିଶ୍ବାସ କରାଯାଏ ।
-ସେହିଭଳି ଗାଈ ଉପରେ କାଉ ବସିବା ବା ତାକୁ ଖୁମ୍ପିବା ଅଶୁଭ ସଂକେତ ଦେଇଥାଏ । ଏହା ଅସଫଳତା ବା କିଛି ବିପଦର ସଂକେତ ଦେଇଥାଏ ।
-ଯଦି ଆପଣ କୌଣସି ନୂଆ ଘର ତିଆରି କରୁଛନ୍ତି ସେଠାରେ ବାସ୍ତୁ ଦୋଷ ଦେଖାଯାଉଛି ବା ଆତ୍ମାର ପ୍ରଭା ରହିଥିବାର ବିଶ୍ୱାସ କରୁଛନ୍ତି । ତେବେ ସେହି ଘରେ କିଛି ଦିନ ଗାଈ ବା ଛୋଟ ବାଛୁରି ବାନ୍ଧନ୍ତୁ ଦେଖିବେ ଏହି ସମସ୍ୟା ଦୁର ହୋଇଯିବ ।
ଯଦି ଆପଣ କେଉଁ କାର୍ଯ୍ୟରେ ଯାତ୍ରା କରୁଛନ୍ତି ଏହି ସମୟରେ ଆପଣଙ୍କ ବାମ ପାଶ୍ୱର୍ରୁ ଗାଈ ବୋବେଇବାର ଶବ୍ଦ ଶୁଣନ୍ତି ଏହା ଶୁଭ ସଂକେତ ଦେଇଥାଏ ।
-ସେହିଭଳି ରାତିରେ ଗାଈ ବୋବାଇବା ଶୁଭ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ହେଲେ ଯଦି ରାତି ସମୟରେ ଗାଈ କାନ୍ଦୁ ଥିବାର ଦେଖନ୍ତି ଏହା ଅଶୁଭ ସଂକେତ ଦେଇଥାଏ । ଏହା ଯାତ୍ରାରେ ଅନେକ ବିପଦ ସୃଷ୍ଟି ହେବାର ସଂକେତ ଦେଇଥାଏ ।
-ଗାଈ ନିଜ ଖୁରରେ ମାଟି ତାଡ଼ିବା ଦୃଶ୍ୟ ଅଶୁଭ ସଂକେତ ଦେଇଥାଏ । ଆଗାମୀ ଦିନରେ ଏହା ରୋଗରେ ପଡ଼ିବାର ସଂକେତ ଦେଇଥାଏ । ସେହିଭଳି ଯାତ୍ରା ସମୟରେ ଗାଈ କାନ୍ଦୁଥିବାର ଦେଖିବା ଅଶୁଭ ସଙ୍କେତ ଦେଇଥାଏ। ଏହା ମୃତ୍ୟୁ ଭଳି ବିପଦର ସମ୍ମୁଖିନ ହେବାର ସଂକେତ ଦେଇଥାଏ ।
– ସେହିଭଳି ଗାଈ ଉପରେ ବହୁ ସଂଖ୍ୟାରେ ମାଛି ବସିବା ଭଲ ବର୍ଷାର ସଂକେତ ଦେଇଥାଏ ।

Leave a comment