ଏହି ସବୁ ମନ୍ଦିରକୁ ପୁରୁଷଙ୍କ ପ୍ରବେଶ ମନା, ଜାଣନ୍ତୁ କାରଣ କଣ..

0

ଭାରତରେ ହାଜର ହଜାର ସଂଖ୍ୟାର ମନ୍ଦିର ରହିଛି। ଭକ୍ତମାନେ ମନ୍ଦିର ଯାଆନ୍ତି, ଭଗବାନଙ୍କ ଉପାସନା ସହ ନିଜର ମନସ୍କାମନା ଜଣାନ୍ତି। ଅନେକ ଧାର୍ମିକ ବିଶ୍ୱାସ ମଧ୍ୟ ଏହି ମନ୍ଦିରଗୁଡ଼ିକ ସହିତ ଜଡିତ ରହିଛି। ଆମ ଦେଶରେ ଏପରି ଅନେକ ମନ୍ଦିର କିମ୍ବା ଧାର୍ମିକ ସ୍ଥାନ ଅଛି, ଯେଉଁଠାରେ ମହିଳାମାନଙ୍କୁ ଯିବା ପାଇଁ ଅନୁମତି ଦିଆଯାଇନଥାଏ। କିନ୍ତୁ ଆପଣ ଜାଣନ୍ତି କି ଆମ ଦେଶରେ ମଧ୍ୟ ଏପରି ଅନେକ ମନ୍ଦିର ଅଛି ଯେଉଁଠାରେ ପୁରୁଷଙ୍କ ପ୍ରବେଶ ଉପରେ ନିଷେଧ ରହିଛି। ଏଥି ସହିତ, ଆଉ କେତେକ ମନ୍ଦିର ଅଛି ଯେଉଁଠାରେ ପୁରୁଷମାନେ କେବଳ ଏକ ନିର୍ଦ୍ଦିଷ୍ଟ ସମୟରେ ପୂଜା କରିପାରିବେ ନାହିଁ। ତେବେ ଚାଲନ୍ତୁ ଜାଣିବା ସେହି ଅଭୁତ ମନ୍ଦିର ବିଷୟରେ…

ରାଜସ୍ଥାନର ବ୍ରହ୍ମା ମନ୍ଦିର:-

ବ୍ରହ୍ମା ମନ୍ଦିର ରାଜସ୍ଥାନର ପୁଷ୍କରଠାରେ ଅବସ୍ଥିତ। ସମଗ୍ର ଭାରତରେ ଏହି ସ୍ଥାନରେ କେବଳ ଗୋଟିଏ ବ୍ରହ୍ମାଙ୍କ ମନ୍ଦିର ରହିଛି। ଏହି ମନ୍ଦିର ଚତୁର୍ଦ୍ଦଶ ଶତାବ୍ଦୀରେ ନିର୍ମିତ ହୋଇଥିଲା ବୋଲି କୁହାଯାଏ। ଏଠାରେ ବିବାହିତ ପୁରୁଷମାନଙ୍କ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ। ଦେବୀ ସରସ୍ୱତୀଙ୍କ ଅଭିଶାପ ହେତୁ କୌଣସି ବିବାହିତ ପୁରୁଷ ଏଠାକୁ ଯାଇପାରିବେ ନାହିଁ ବୋଲି ବିଶ୍ୱାସ କରାଯାଏ। ସେଥିପାଇଁ ପୁରୁଷମାନେ କେବଳ ମନ୍ଦିର ପ୍ରାଙ୍ଗଣରେ ରହି ମୁଣ୍ଡିଆ ମାରିଥାନ୍ତି ଏବଂ ବିବାହିତ ମହିଳାମାନେ ଭିତରକୁ ଯାଇ ପୂଜା କରନ୍ତି।

କନ୍ୟାକୁମାରୀର ଭଗବତୀ ଦେବୀ ମନ୍ଦିର, :-

କନ୍ୟାକୁମାରୀର ଭଗବତୀ ଦେବୀ ମନ୍ଦିରରେ ମା’ ଭଗବତୀଙ୍କ ପୂଜା କରାଯାଏ। କୁହାଯାଏ ଯେ ଭଗବାନ ଶିବଙ୍କୁ ତାଙ୍କ ସ୍ୱାମୀ ଭାବରେ ପାଇବା ପାଇଁ ଥରେ ମାଆ ତପସ୍ୟା କରିବାକୁ ଏଠାକୁ ଆସିଥିଲେ। ଭଗବତୀ ମାତାଙ୍କୁ ସନ୍ନ୍ୟାସୀ ଦେବୀ ମଧ୍ୟ କୁହାଯାଏ। ତେଣୁ ସନ୍ନ୍ୟାସୀ ପୁରୁଷମାନେ କେବଳ ଏହି ମନ୍ଦିରର ଫାଟକ ପର୍ଯ୍ୟନ୍ତ ଯାଇ ମା’ଙ୍କ ଦର୍ଶନ କରିପାରିବେ। ଅନ୍ୟପକ୍ଷରେ ବିବାହିତ ପୁରୁଷମାନଙ୍କୁ ଏହି ମନ୍ଦିର ଭିତରକୁ କୌଣସି ପରିସ୍ଥିତିରେ ଯିବାକୁ ଅନୁମତି ନାହିଁ। ଏଠାରେ କେବଳ ମହିଳାମାନେ ପୂଜା କରିପାରିବେ।

ଗୁଆହାଟିର ମା’ କାମାଖିଆ ମନ୍ଦିର:- କାମାଖିଆ ମନ୍ଦିର ଆସାମର ଗୁଆହାଟୀରେ ଅବସ୍ଥିତ। କାମାଖିଆ ମନ୍ଦିର ନିଲାଞ୍ଚଲ ପର୍ବତ ଉପରେ ତିଆରି ହୋଇଛି। ଭାରତରେ ରହିଥିବା ସମସ୍ତ ଶକ୍ତିପୀଠ ମଧ୍ୟରୁ କାମାକ୍ଷୀ ଶକ୍ତିପୀଠର ସ୍ଥାନ ଶୀର୍ଷରେ ରହିଛି। ମାତାଙ୍କ ଋତୁସ୍ରାବ ସମୟରେ ଏଠାରେ ଏକ ପର୍ବ ପାଳନ କରାଯାଏ। ଯେଉଁ ଦିନରେ କି ମନ୍ଦିରରେ ପୁରୁଷଙ୍କ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ ହୋଇଥାଏ। ଏହି ସମୟରେ, ଏଠାରେ ଥିବା ପୁରୋହିତ ମଧ୍ୟ ଜଣେ ମହିଳା ହୁଅନ୍ତି।

କେରଳର ଚକୁଲାଥୁକାଭୁ ମନ୍ଦିର:- ମା’ ଦୁର୍ଗାଙ୍କୁ କେରଳରେ ଅବସ୍ଥିତ ଚକୁଲାଥୁକାଭୁ ମନ୍ଦିରରେ ପୂଜା କରାଯାଏ। ପୋଙ୍ଗଲ ଦିନ ପ୍ରତିବର୍ଷ ଏହି ମନ୍ଦିରରେ ମହିଳାମାନଙ୍କୁ ପୂଜା କରାଯାଏ। ଏହି ଉତ୍ସବ ୧୯ ଦିନ ପର୍ଯ୍ୟନ୍ତ ଚାଲିଥାଏ। ପୁରୁଷମାନେ ଏହି ମନ୍ଦିରରେ ପ୍ରବେଶ କରିବା ସମ୍ପୂର୍ଣ୍ଣ ନିଷେଧ। କନିଆ ପୂଜାର ଶେଷ ଦିନରେ ପୁରୁଷମାନେ ମହିଳାଙ୍କ ପାଦ ଧୋଇଥାନ୍ତି। ଯୋଧପୁର ସନ୍ତୋଷି ମାତା ମନ୍ଦିର:-

ଶୁକ୍ରବାର ଯୋଧପୁରର ସନ୍ତୋଷି ମା’ଙ୍କ ମନ୍ଦିରରେ ପୁରୁଷଙ୍କ ପ୍ରବେଶ ନିଷେଧ ହୋଇଥାଏ। ଯଦିଓ ପୁରୁଷମାନେ ଅନ୍ୟ ଦିନ ଗୁଡ଼ିକରେ ମନ୍ଦିରକୁ ଯାଉଛନ୍ତି, ତେବେ ସେମାନେ କେବଳ ମନ୍ଦିରର ଦ୍ୱାରରେ ଠିଆ ହୋଇ ମା’ଙ୍କ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି। କିନ୍ତୁ ଭିତରକୁ ଯାଇ ପୂଜା କରିପାରିବେ ନାହିଁ। ଶୁକ୍ରବାର ହେଉଛି ମା’ ସନ୍ତୋଷିଙ୍କ ଦିନ ଏବଂ ମହିଳାମାନେ ଏହି ବିଶେଷ ଦିନରେ ଉପବାସ ପାଳନ କରନ୍ତି, ମାଙ୍କୁ ପୂଜାପୂଜି କରନ୍ତି। ପୁରୁଷମାନେ ଏହି ଦିନ ଏଠାକୁ ଆସିପାରିବେ ନାହିଁ।

Leave a comment