ଏହି ସବୁ ଦିନରେ ଦାଢ଼ି – କେଶ କାଟିଲେ ମିଳିଥାଏ ଧନ…

0

ପ୍ରାୟ ହିନ୍ଦୁ ଘରେ କେତେକ ନିର୍ଦ୍ଦିଷ୍ଟ ବାରରେ ପୁରୁଷମାନଙ୍କୁ କେଶ ଏବଂ ଦାଢ଼ି କାଟିବା ପାଇଁ ବାରଣ କରାଯାଇଥାଏ। ତେବେ ଜଣନ୍ତିକି କଣ ପାଇଁ ଆମ ପୁରୁଖା ଲୋକମାନେ ଏମିତି କହିଥାନ୍ତି। ଏହା ପଛରେ ଅନେକ ବାସ୍ତୁ କାରଣ ରହିଛି। ତେବେ ଚାଲନ୍ତୁ ଜାଣିବା ସପ୍ତାହର କେଉଁ ଦିନ କେଶ ଏବଂ ଦାଢି କାଟିବା ଶୁଭ ହୋଇଥାଏ ସେ ବିଷୟରେ କିଛି….

– ମହାଭାରତର ଅନୁଶାସନ ପର୍ବରେ କୁହାଯାଇଛି ରବିବାର ହେଉଛି ପ୍ରଭୁ ସୂର୍ଯ୍ୟଙ୍କ ଦିନ | ରବିବାର ଦିନ କେଶ କାଟିବା ଦ୍ୱାରା ଧନ, ବୁଦ୍ଧି ଏବଂ ଧର୍ମ ନଷ୍ଟ ହୋଇଥାଏ।

-ସୋମବାର ଦିନ କେଶ କାଟିବା ଭଲ ବୋଲି ଧରାଯାଏ ନାହିଁ | ଏହି ଦିନ କେଶ କାଟିବା ମାନସିକ ଦୁର୍ବଳତା ଆଣିଥାଏ ଏବଂ ପିଲାମାନଙ୍କ ପାଇଁ କ୍ଷତିକାରକ ହୋଇଥାଏ|

-ମଙ୍ଗଳବାର ଦିନ କେଶ କାଟିବା ଦ୍ଵାରା ଆପଣଙ୍କ ଆୟୁଷ ହାନୀ ହୋଇଥାଏ| ଏହା ଅକାଳ ମୃତ୍ୟୁର କାରଣ ହୋଇପାରେ ବୋଲି ବାସ୍ତୁ ଶାସ୍ତ୍ରରେ କୁହାଯାଇଛି | ଏହାସହ ଏହିଦିନ ହନୁମାନଙ୍କ ଦିନ ହୋଇଥିବାରୁ ନଖ କାଟିବା ଦ୍ଵାରା ଗ୍ରହ ଦୋଷ ଲାଗିଥାଏ ବୋଲି କୁହା ଯାଏ।

-ବୁଧବାର ଦିନ ନଖ ଏବଂ କେଶ କାଟିବା ଶୁଭ ହୋଇଥାଏ | ଏହିଦିନ ନଖ, ଦାଢ଼ି ଏବଂ କେଶ କାଟିବା ଦ୍ଵାରା ଧନ ବୃଦ୍ଧି ହୁଏ ଏବଂ ସମୃଦ୍ଧତା ବଜାୟ ରଖେ |

-ଗୁରୁବାର ଦିନ କେଶ କାଟିବା ଦ୍ୱାରା ଧନ ନଷ୍ଟ ହୁଏ ଏବଂ ସମ୍ମାନ ହାନୀ ହୋଇଥାଏ | ମା ଲକ୍ଷ୍ମୀ ମଧ୍ୟ କୋପ କରିବା ଦ୍ଵାରା ସାରା ଜୀବନ ଅଭାବ ଅନଟନରେ କଟିଥାଏ। ଲକ୍ଷ୍ମୀ ପୁରାଣରେ ମଧ୍ୟ ଗୁରୁବାର ଅମାବାସ୍ୟାରେ କେଶ,ଦାଢ଼ି ଏବଂ ନଖ କାଟିବାକୁ ବାରଣ କରାଯାଇଛି।

-ଶୁକ୍ର ଗ୍ରହ ଦ୍ୱାରା ଶୁକ୍ରବାର ପ୍ରଭାବିତ ହୋଇଥାଏ। ଏହାସହ ଶୁକ୍ର ଗ୍ରହ ସୌନ୍ଦର୍ଯ୍ୟର ପ୍ରତୀକ ହୋଇଥାନ୍ତି | ତେଣୁ, ଏହି ଦିନ କେଶ ଏବଂ ନଖ କାଟିବା ଶୁଭ ହୋଇଥାଏ | ଯାହାଦ୍ଵାରା ଲାଭ ଏବଂ ଖ୍ୟାତି ପ୍ରାପ୍ତ ହୋଇଥାଏ | କିନ୍ତୁ ଘରର ବଡ଼ ପୁଅ ଶୁକ୍ରବାର ଦିନ କେଶ ଦାଢ଼ି କାଟିବା ଦ୍ଵାରା ପରିବାରେ ଅମଙ୍ଗଳ ହୋଇଥାଏ।

-ଶନିବାର ମଧ୍ୟ କେଶ,ନଖ ଏବଂ ଦାଢ଼ି କାଟିବା ଅତ୍ୟନ୍ତ ଦୁର୍ଭାଗ୍ୟକୁ ଡାକିଥାଏ, ଏହା ଅକାଳ ମୃତ୍ୟୁର କାରଣ ହୋଇଥାଏ ବୋଲି ବିଶ୍ୱାସ କରାଯାଏ |

Leave a comment