ଏହି ଦିଗରେ ମୁଣ୍ଡ କରି ଶୋଇବା ହୋଇଥାଏ ହାନି: କେଉଁ ଦିଗରେ ଶୋଇବା ଲାଭଦାୟକ
ସୁସ୍ଥ ରହିବା ପାଇଁ ଠିକ ନିଦ ମଧ୍ୟ ଆବଶ୍ୟକ। ତେବେ ଶୋଇବା ସମୟରେ ମଧ୍ୟ କିଛି ଦିଗ ପ୍ରତି ଦୃଷ୍ଟି ଦେବା ଉଚିତ। ଏହା ବୋଧହୁଏ ବହୁତ ଲୋକ ଜାଣିଥାନ୍ତି। ଅଧିକାଂଶ ଲୋକ ଦିନ ସାରା ଖଟି ଖଟି ଆସି ରାତିରେ ଯେଉଁଠି ଯେମିତି ଜାଗା ପାଆନ୍ତି ଶୋଇପଡ଼ନ୍ତି। ଶୋଇଲା ବେଳେ ଦେଖାନ୍ତିନି କେଉଁ ଦିଗ ଆଡକୁ ମୁଣ୍ଡ କରି ଶୋଇବା ଉଚିତ। ଲୋକେ ଅଧିକାଂଶ ସମୟରେ ଏହିସବୁ ଜିନିଷକୁ ନଜର ଅନ୍ଦାଜ କରିଦିଅନ୍ତି। କିନ୍ତୁ ଏହି ଛୋଟ ଛୋଟ ଜିନିଷ ଜୀବନକୁ ଅନେକାଂଶରେ ପ୍ରଭାବିତ କରିଥାଏ। ପର୍ଯ୍ୟାପ୍ତ ନିଦର ମହତ୍ୱ ଉଭୟ ବିଜ୍ଞାନ ଓ ଧର୍ମରେ ଦର୍ଶାଯାଇଛି।
ବାସ୍ତୁ ଶାସ୍ତ୍ର ଅନୁସାରେ ଆମେ ସଠିକ ତରିକାରେ ଶୋଇବା ଉଚିତ। ବାସ୍ତୁ ଅନୁସାରେ ଶୋଇବା ସମୟରେ ମୁଣ୍ଡ ଦକ୍ଷିଣ ଦିଗ କିମ୍ବା ଉତ୍ତର-ଦକ୍ଷିଣ ଦିଗ ଆଡକୁ ରହିବା ଉଚିତ। ଅର୍ଥାତ ଗୋଡ ଉତ୍ତର ଓ ପଶ୍ଚିମ ଦିଗ ଆଡକୁ ରହିବା ଉଚିତ। ଏହିସବୁ କଥାକୁ ଦୃଷ୍ଟିରେ ରଖି ଶୋଇବା ଲାଭଦାୟକ ହୋଇଥାଏ।
ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ବ୍ୟକ୍ତି ଦକ୍ଷିଣ ଦିଗ ଆଡକୁ ମୁଣ୍ଡ କରି ଶୁଏ ତାହେଲେ ସ୍ୱାସ୍ଥ୍ୟ ଭଲ ରହେ। ଅନେକ ରୋଗ ମଧ୍ୟ ଦୁରେଇ ରହେ। ବୈଜ୍ଞାନିକ ତଥ୍ୟ ଉପରେ ମଧ୍ୟ ବିଶ୍ୱାସ ଆଧାରିତ। ଦକ୍ଷିଣ ଦିଗ ଆଡକୁ ଗୋଡ କରି ଶୋଇଲେ ଚୁମ୍ବକୀୟ ଧାରା ଗୋଡ ଆଡୁ ପ୍ରବେଶ କରି ମୁଣ୍ଡ ପଟେ ବାହାରିଥାଏ। ଯେଉଁଥିପାଇଁ ମାନସିକ ଦୁଶ୍ଚିନ୍ତା ବଢିଥାଏ ଓ ସକାଳେ ଉଠିବା ପରେ ମନ ଭାରି ଭାରି ଲାଗିଥାଏ।
ପୂର୍ବ ଦିଗକୁ ମୁଣ୍ଡ ଓ ପଶ୍ଚିମ ଆଡକୁ ଗୋଡ କରି ମଧ୍ୟ ଶୋଇପାରିବେ। ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୁଅନ୍ତି। ହିନ୍ଦୁ ଧର୍ମରେ ସୂର୍ଯ୍ୟଙ୍କୁ ଜୀବନଦାତା ମଧ୍ୟ କୁହାଯାଏ। ସେଥିପାଇଁ ପୂର୍ବ ଦିଗକୁ ଗୋଡ କରି ଶୋଇବା ଶୁଭ କୁହାଯାଏ ନାହିଁ।
ନିଦର ଶାରୀରିକ ମାନସିକ ସ୍ୱାସ୍ଥ୍ୟ ସହ ଗଭୀର ସମ୍ପର୍କ ଅଛି। ମୁନିଋଷି ମଧ୍ୟ ଶୋଇବା ପୂର୍ବରୁ କିଛି ନିୟମ ତିଆରି କରିଛନ୍ତି। ଶାସ୍ତ୍ର ଅନୁସାରେ ସନ୍ଧ୍ୟା ସମୟରେ ଶୋଇବା ଉଚିତ ନୁହେଁ। ସୁସ୍ଥ ରହିବା ପାଇଁ ଶୋଇବାର ଦୁଇ ଘଣ୍ଟା ପୂର୍ବରୁ ଭୋଜନ ଗ୍ରହଣ କରିବା ଉଚିତ। ଏହାଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ୟା ହୋଇନଥାଏ। ଜରୁରୀ କାମ ନଥିଲେ ବିଳମ୍ବିତ ରାତି ଯାଏଁ ଚେଇଁବା ଉଚିତ ନୁହେଁ। ଶୋଇବା ପୂର୍ବରୁ ମନକୁ ଶାନ୍ତ ରଖିବା ଉଚିତ ଓ ଭଗବାନଙ୍କୁ ସ୍ମରଣ କରିବା ଉଚିତ।