ଏହି ଦିଗକୁ ମୁଣ୍ଡ କରି ଶୋଇଲେ,ଆପଣଙ୍କର ଘରେ ହୋଇଥାଏ ଧନର ବର୍ଷା !

0

ବନ୍ଧୁଗଣ ଆସନ୍ତୁ ଜାଣିବା କି କେଉଁ ଦିଗକୁ ମୁଣ୍ଡ କରି ଶୋଇଲେ ଆପଣଙ୍କର ଧନ ଏବଂ ବିଦ୍ୟାରେ ବୃଦ୍ଧି ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଶୋଇବା ସମୟରେ କିଛି ନିୟମର ପାଳନ ନିଶ୍ଚୟ କରିବା ଉଚିତ। ଯାହା ଦ୍ୱାରା ଟେନସନ ଏବଂ ବିମାରୀରୁ ଆପଣ ବଞ୍ଚି ପାରିବେ ଏହା ସହିତ ଭବିଷ୍ୟତରେ ଆସୁଥିବା ଅସୁବିଧାକୁ ମଧ୍ୟ ଦୂରେଇ ପାରିବା। କଣ ଆପଣ ଜାଣିଛନ୍ତି ଆପଣଙ୍କର ଶୋଇବାର ଭୁଲ ରାସ୍ତା ଏବଂ ବେଡ଼ର ଦିଗ ଆପଣଙ୍କୁ ମା ଲକ୍ଷ୍ମୀ ଏବଂ ସ୍ୱରସ୍ୱତୀଙ୍କଠୁ ଦୂର କରିପାରିବ। ତେବେ ଆସନ୍ତୁ ଜାଣିବା। ବହିକୁ ମୁଣ୍ଡ ତଳେ ରଖିବା ଦ୍ୱାରା କିମ୍ବା ମୁହଁ ଉପରେ ରଖି ଶୋଇବା ଦ୍ୱାରା ବିଦ୍ୟାର ଦେବୀ ମା ସ୍ୱରସ୍ୱତୀଙ୍କର ଅପମାନ ହୋଇଥାଏ। କେତେ ଜଣ ପଢିବା ସମୟରେ ବହି ଖାତାକୁ ପାଖରେ ରଖି ସେମିତି ଶୋଇ ପଡ଼ନ୍ତି କିନ୍ତୁ ବାସ୍ତୁ ଅନୁସାରେ ବହି ଖାତାକୁ ଉଚିତ ସ୍ଥାନରେ ରଖିବା ପରେ ଶୁଅନ୍ତୁ ନଚେତ ଏହାର ଖରାପ ପ୍ରଭାବ ଆପଣଙ୍କ ଧନ ଏବଂ ଶରୀର ଉପରେ ପଡିପାରେ।
ପ୍ରବେଶ ଦ୍ୱାର ଆଡ଼କୁ ଗୋଡ଼ କରି ଶୋଇବା ଭଲ ନୁହେଁ। ଏମିତିରେ ମା ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ। ଯଦି କେହି ଅଧିକ ସମୟ ଧରି ବିମାରୀ ଅଛନ୍ତି ତାହେଲେ ତାଙ୍କୁ ଦକ୍ଷିଣ ପଶ୍ଚିମ ଦିଗ ଆଡ଼କୁ ଶୁଆଇବା ଭଲ। ଇସାଣ କୋଣରେ ଜଳ ରଖିବା ଦ୍ୱାରା ରୋଗୀ ବହୁତ ଜଲଦି ସୁସ୍ଥ ହୋଇଥାଏ। ବେଡ଼ ମଝିରେ ବିଜୁଳିରେ ଚାଲୁଥିବା କୌଣସି ଉପକରଣ ରଖନ୍ତୁ ନାହିଁ। ଏଥି ଦ୍ୱାରା ପେଟରେ ସମସ୍ୟା ଆସିଥାଏ। ମୁଣ୍ଡ ପୂର୍ବ ଏବଂ ଗୋଡ଼ ପଶ୍ଚିମ ଆଡ଼କୁ କରି ଶୋଇବା ଭଲ। ଏହା ଦ୍ବାରା ଭଲ ନିଦ ସହିତ ଆୟୁ ମଧ୍ୟ ବଢିଥାଏ। ଯଦି ଘରେ ସେହିଭଳି ସୁବିଧା ନାହିଁ ତାହେଲେ ମୁଣ୍ଡ ଦକ୍ଷିଣକୁ ଆଉ ପାଦ ଉତ୍ତର ଦିଗକୁ କରି ଶୋଇବା ଉଚିତ। ଉତ୍ତର ଦିଗକୁ ମୁଣ୍ଡ କରି ଶୁଅନ୍ତୁ ନାହିଁ କାରଣ ଉତ୍ତର ଦିଗ ମୃତ୍ୟୁର ଦିଗ ଅଟେ। ଶୋଇବା ପାଇଁ ଆପଣ ଉତ୍ତର ଦିଗକୁ ମୁହଁ କରି ପାଠ ପଢି ପାରିବେ। ଲେଖା ଲେଖି କରିପାରିବେ ଆଉ ଅଭ୍ୟାସ ମଧ୍ୟ କରିପାରିବେ। ଯାହା ଦ୍ୱାରା ଆପଣଙ୍କୁ ଭଲ ଫଳ ମିଳିଥାଏ। ପାଣିକୁ ମୁଣ୍ଡ ପାଖରେ ରଖି ଶୁଅନ୍ତୁ ନାହିଁ। ଏହା ଦ୍ବାରା ଶରୀର ଧନ ଏବଂ ମନ ଉପରେ ଖରାପ ପ୍ରଭାବ ପଡିଥାଏ। ବହିକୁ ଯଦି ମୁଣ୍ଡ ତଳେ ରଖି ଶୋଉଛନ୍ତି ତାହେଲେ କ୍ୟାରୀୟରରେ କେବେବି ମନ ପସନ୍ଦର ଜବ ମିଳେ ନାହିଁ। ପର୍ସକୁ ମୁଣ୍ଡ ତଳେ ରଖି ଶୋଇବା ଦ୍ୱାରା ଖର୍ଚ୍ଚ ବଢିଥାଏ। ବେଡ଼କୁ କେବେବି କାନ୍ଥରେ ଲଗେଇକି ରଖନ୍ତୁ ନାହିଁ। ଏମିତି କଲେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥାଏ।

Leave a comment