ଏହି କାରଣରୁ ମଥାର ମଝିରେ ଲଗାଯାଏ ତିଲକ

ଭାରତରେ ତିଲକ ଲଗାଇବାର ସାମାଜିକ, ସାଂସ୍କୃତିକ, ଧାର୍ମିକ ଏବଂ ଆଧ୍ୟାତ୍ମିକ ମହତ୍ତ୍ୱ ରହିଛି | ସମ୍ପ୍ରଦାୟ, ବିଶ୍ବାସ ଏବଂ ଘଟଣା ଅନୁଯାୟୀ ତିଲକ ପରିବର୍ତ୍ତନ ହୋଇଥାଏ | ରୀତିନୀତି ଏବଂ ପୂଜା ପରେ ତିଲକ ପ୍ରୟୋଗ ଲଗେଇବା ଭଗବତଙ୍କୁ ଅନୁଗ୍ରହ ଦେଇଥାଏ ଏବଂ ଜଣେ ବ୍ୟକ୍ତିଙ୍କ ଜୀବନକୁ ସୁଖମୟ କରିଥାଏ ବୋଲି ବିଶ୍ୱାସ କରାଯାଏ। ତେବେ ତିଲକ ଲଗେଇବା ଦ୍ଵାରା ଆମର କଣ୍ ଲାଭ ହୁଏ ଜାଣିବା ପରେ ଆପଣ ଏହାକୁ ଲଗେଇବା ପାଇଁ ଆଗ୍ରହୀ ହେବେ ନିଶ୍ଚୟ।ଭାରତରେ ଶତାବ୍ଦୀ ଧରି ମଥାରେ ତିଲକ ଲଗାଇବାର ପରମ୍ପରା ଚାଲିଆସୁଛି। ମାନସିକ ସ୍ତରରେ ଏହା ବ୍ୟକ୍ତିତ୍ୱକୁ ସମ୍ମାନ ପ୍ରଦାନ କରିଥାଏ | ଏହାସହ ମଥାରେ ତିଳକ ଲଗେଇବା ଦ୍ଵାରା ମନ ମସ୍ତିଷ୍କ ଥଣ୍ଡା ରହି ଥାଏ | ତିଲକ ଶରୀରର ଶୁଦ୍ଧତାକୁ ମଧ୍ୟ ସୂଚିତ କରେ | ଧାର୍ମିକମାନେ ସ୍ନାନ, ଧ୍ୟାନ ନକରି ଏହାକୁ ପିନ୍ଧନ୍ତି ନାହିଁ | ଏହାସହ ନକରାତ୍ମକ ଉର୍ଜ କମ କରିବା ସହ ବ୍ୟକ୍ତି ମନରେ ସକରାତ୍ମକ ଉର୍ଯା ଭରିଥାଏ। ତିଲକ ଲାଗିବା ଦ୍ଵାରା ମଣିଷ ଚାପ ମୁକ୍ତ ରହିବା ସହ ଖରାପ କାମରୁ ନିବୃତ ରହିଥାଏ।ବାସ୍ତବରେ, ଆମ ଶରୀରରେ ସାତଟି ସୂକ୍ଷ୍ମ ଶକ୍ତି କେନ୍ଦ୍ର ଅଛି, ଯାହା ଅପାର ଶକ୍ତିର ଭଣ୍ଡାର ବୋଲି କୁହାଯାଏ| ଏମାନଙ୍କୁ ସାତ ଚକ୍ର କୁହାଯାଏ | ତିଲକ ଯେଉଁଠାରେ ଲଗାଯାଏ ବା କପାଳ ମଝିରେ ଆଜ୍ଞା ଚକ୍ର ରହିଥିବାର କୁହା ଯାଏ | ଏହି ଚକ୍ର ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ | ଶରୀରର ତିନୋଟି ପ୍ରମୁଖ ନାଡି ଏଡା, ପିଙ୍ଗାଲା ଏବଂ ସୁସୁମା ରୂପରେ ଆସିଥାଏ | ଏହାକୁ ତ୍ରିବେଣୀ ବା ସଙ୍ଗମ ମଧ୍ୟ କୁହାଯାଏ | ମଥାରେ ତିଲକ ଲଗେଇବା ଦ୍ଵାରା ଆଜ୍ଞା ଚକ୍ରର ଗତିଶୀଳତା ଦୃଢ଼ ହୋଇଥାଏ | ଏହାକୁ ଗୁରୁ ସ୍ଥାନ ମଧ୍ୟ କୁହାଯାଏ | ଏହିଠାରୁ ସମଗ୍ର ଶରୀର କାର୍ଯ୍ୟ ପାଇଁ ନିର୍ଦ୍ଦେଶ ମିଳିଥାଏ ବୋଲି କୁହାଯାଏ | ଏହା ହେଉଛି ଆମର ଚେତନାର ମୁଖ୍ୟ ସ୍ଥାନ | ଏହାକୁ ମନର ଘର କୁହାଯାଏ | ଏହି କାରଣରୁ, ଏହି ସ୍ଥାନ ଶରୀରରେ ଅଧିକ ସମ୍ମାନିତ | ଯୋଗରେ ଧ୍ୟାନ କରିବା ସମୟରେ, ମନ ଏହା ଉପରେ ଧ୍ୟାନ ଦେଇଥାଏ |
ସାଧାରଣତଃ ତିଲକ ଚନ୍ଦନ (ନାଲି କିମ୍ବା ଧଳା), କୁଙ୍କୁମ, ମାଟି, ହଳଦୀ, ଭସ୍ମ, ରୋଲି, ସିନ୍ଦୁର, କେଶର ଏବଂ ଗୋପ ଚନ୍ଦନ ଆଦିରେ ପ୍ରସ୍ତୁତ କରି ଲଗା ଯାଇଥିବାର ତାହା ଶରୀରକୁ ରୋଗ ପ୍ରତିରୋଧକ ଶକ୍ତି ସହ ଶୀତଳତା ପ୍ରଦାନ କରିଥାଏ । ତେବେ ଜଳକୁ ମଧ୍ୟ ତିଲକ ଭାବେ ପ୍ରୟୋଗ କରିଥାନ୍ତି ପୁରୁଖା ଲୋକମାନେ।