ଏହି ଉପାୟ କଲେ ଦିନ ଆପଣଙ୍କ ଭଲରେ କଟିବ

0

ପ୍ରତିଦିନ ନିଜ ଦୈନିକ ଚର୍ଜାରେ ପରିବର୍ତ୍ତନ ଆଣିଲେ ସୁସ୍ଥ ରହିବା ସହିତ ଆପଣଙ୍କ ମୁଡ ମଧ୍ୟ ଭଲ ରହିବ। ପ୍ରଥମେ ଦିନର ଆରମ୍ଭ ବାଦାମ ଖାଇକି କରନ୍ତୁ। ଏଥିରେ ଅନେକ ପୋଷକ ତତ୍ତ୍ୱ ରହିଛି। ଏଥିରେ ଭିଟାମିନ୍ସ ମଧ୍ୟ ଭରପୂର ମାତ୍ରାରେ ଅଛି। ଏହା ସ୍କିନ ଏବଂ କେଶ ପାଇଁ ଖୁବ ଭଲ ହୋଇଥାଏ। ବ୍ରେନ ପାଇଁ ଏହା ଖୁବ ଭଲ ହୋଇଥାଏ। ଏହାପରେ ଆପଣ କିସମିସ୍‌ କୁ ମଧ୍ୟ ଖାଇପାରିବେ। ଏହାକୁ ରାତିରେ ଭିଜାଇ ରଖନ୍ତୁ। ପରେ ଏହାର ସେବନ କରନ୍ତୁ। ଏହା ପେଟ ପାଇଁ ଖୁବ ଭଲ ହୋଇଥାଏ। ହଜମ ଶକ୍ତିକୁ ବଢ଼ାଇଥାଏ । ଯଦି କେଶ ଝଡ଼ିବା ସମସ୍ୟା ରହିଛି ତେବେ ନିଶ୍ଚିତ ଭାବେ ଏହାକୁ ଖାଆନ୍ତୁ। ଏଥିରେ ଆଇରନ୍‌, ଭିଟାମିନ ବି ଭରପୂର ମାତ୍ରାରେ ରହିଛି।

ଗରମ ପାଣିରେ ହଳଦୀ ମିଶାଇ ପିଅନ୍ତୁ। ଏଥିରେ ଆଣ୍ଟି ଇନଫ୍ଲାମେଟୋରୀ ପ୍ରପର୍ଟିଜ ରହିଛି। ଯାହା ଇମୁ୍ୟିନିଟି ଶକ୍ତିକୁ ବଢ଼ାଇବାରେ ସହାୟକ ହୋଇଥାଏ। ଦିନର ଆରମ୍ଭ ଯଦି ଭଲ ହୁଏ ତେବେ ଆପଣଙ୍କ ପୂରା ଦିନ ବହୁତ ଭଲ କଟିଥାଏ ବୋଲି ବିଶ୍ୱାସ ରହିଛି। ଏହା ଦ୍ୱାରା ଆପଣଙ୍କ କେବଳ ଶରୀର ନୁହେଁ ବରଂ ମନ ମଧ୍ୟ ସୁସ୍ଥ ରହିଥାଏ। ଅନ୍ୟ ପକ୍ଷରେ ଆପଣ ଅନେକ ଗମ୍ଭୀର ରୋଗରୁ ମଧ୍ୟ ମୁକ୍ତି ପାଇଥାନ୍ତି। ତେଣୁ ପ୍ରତିଦିନ ନିଜର ଡେଲି ରୁଟିନରେ ପରିବର୍ତ୍ତନ ଆଣନ୍ତୁ।

Leave a comment