ଏସବୁ ଭୁଲୁ କରିପାରେ ଆପଣଙ୍କ ତ୍ଵଚାକୁ ଖରାପ
ନାରୀମାନେ ସବୁବେଳେ ସୁନ୍ଦର ଦେଖାଯିବାକୁ ଚାହିଁଥାନ୍ତି। ସେମାନେ ତାଙ୍କ ତ୍ଵଚା ଆଉ କେଶକୁ ନେଇ ଅତ୍ୟନ୍ତ ଯତ୍ନଶୀଳ ରହିଥାନ୍ତି। ନାରୀମାନଙ୍କୁ ପାର୍ବଣ ହେଉ କି ବିବାହ ବ୍ରତଘର ବା ଅନ୍ୟ କିଛି ଉତ୍ସବ, ସେମାନଙ୍କୁ ସଜେଇ ହେବାକୁ ବେଶ୍ ଭଲ ଲାଗିଥାଏ। କିନ୍ତୁ ବେଳେବେଳେ ଅଜାଣତରେ ଛୋଟ ଛୋଟ ଭୁଲ ଯୋଗୁଁ ତ୍ଵଚା ରେ ଅନେକ ସମସ୍ୟା ଦେଖାଯାଇଥାଏ। ଯାହା ମୁହଁର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦିଏ। ସେହି ସମସ୍ୟା ରୁ ମୁକ୍ତି ପାଇବା ପାଇଁ କିଛି କଥା ଉପରେ ଧ୍ୟାନ ଦେବାକୁ ଉଚିତ। ତେବେ ଜାଣି ରଖନ୍ତୁ ମେକଅପ୍ ସମୟରେ ବା ପରେ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍…
– ମେକଅପ୍ ନେଇଥିଲେ ରାତିରେ ଶୋଇବା ସମୟରେ ତାକୁ ଭଲଭାବେ ଫେଶୱାସ୍ ବା ସବୁନରେ ସଫା କରି ସୁଅନ୍ତୁ। ନଚେତ୍ ମେକଅପ୍ ରିମୁଭର ସାହାଯ୍ୟରେ ତ୍ୱଚା ପରିଷ୍କାର କରନ୍ତୁ ।
– ବିଳମ୍ବିତ ରାତି ଯାଏ ମୋବାଇଲର ବ୍ୟବହାରଠାରୁ ଦୂରେଇ ରୁହନ୍ତୁ। ବହୁଳ ଭାବେ ମୋବାଇଲ ବ୍ୟବହାର କରିବା ଦ୍ୱାରା ସେଥିରୁ ବାହାରୁଥିବା ରେଡିୟମ୍ ତ୍ୱଚାକୁ ନଷ୍ଟ କରି ଦେଇଥାଏ।
– ରାତିରେ ଶୋଇବା ସମୟରେ କେଶ କୁ ଅତି ଜୋର କରି ବାନ୍ଧି ଶୁଅନ୍ତୁ ନାହିଁ। ଏପରି କରିବା ଦ୍ୱାରା କେଶ ଝଡିଥାଏ। ଶୋଇବା ସମୟରେ କେଶ କୁ ଢିଲା କରି ଶୋଇବା ଭଲ।
– ସପ୍ତାହରେ ଥରେ ତକିଆ କୁ ସଫା କରନ୍ତୁ। କାରଣ ତକିଆରେ ଥିବା ଜୀବାଣୁ ମୁହଁରେ ବ୍ରଣ ଓ ଦାଗ ସୃଷ୍ଟି କରିଥାଏ।
-ତ୍ୱଚା କୁ ସତେଜ ରଖିବା ପାଇଁ ପର୍ଯ୍ୟାପ୍ତ ପରିମାଣର ପାଣି ପିଅନ୍ତୁ। ଏହା ଦେହକୁ ସୁସ୍ଥ ରଖେ ଓ ତ୍ୱଚ଼ା ର ସୁନ୍ଦରତା ମଧ୍ୟ ବୃଦ୍ଧି କରିଥାଏ।
– ଏହାସହ ତ୍ଵଚାରେ ଯେତେ କମ ରାସାୟନିକ ପ୍ରସାଧନ ସାମଗ୍ରୀ ବ୍ୟବହାର କରନ୍ତୁ।