ଏସବୁ ଜିନିଷ ସକାଳୁ ଦେଖିବା ଶୁଭ ହୋଇଥାଏ
କୁହାଯାଏ ଦିନର ଭଲମନ୍ଦ ସକାଳରୁ ଜଣା ପଡ଼େ। ଯଦି ସକାଳୁ ଭଲ ଖବର ମିଳେ ବା ଭଲରେ କେଟେ ତେବେ ଦିନଟି ଭଲରେ କଟେ, ସେହିପରି ଯଦି ସକାଳୁ ଅଶୁଭ ଖବର ମିଳେ ବା ଖରାପରେ କଟେ ତେବେ ପୁରା ଦିନଟି ଖରାପରେ କଟିଥାଏ। ଏହି ଭଳି କେତେକ ଜିନିଷ ଅଛି ଯାହା ସକାଳୁ ଦେଖିଲେ କିମ୍ବା ଶୁଣିଲେ ଦିନସାରା ଶୁଭ କିମ୍ବା ଅଶୁଭ ହୋଇଥାଏ। ସେହି ଭଳି କେତେକ ତଥ୍ୟ ଆମେ ଆପଣଙ୍କ ଆଜି ଜଣାଉଛୁ।
– ଯଦି ଆପଣ ସକାଳୁ ଉଠିବା ମାତ୍ରେ ମନ୍ଦିରର ଘଣ୍ଟି କିମ୍ବା ଶଙ୍ଖ ଶଦ୍ଦ ଶୁଣନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ଏହା କେବଳ ଆପଣଙ୍କ ଦିନକୁ ଭଲ କରେ ନାହିଁ ବରଂ ଏହା ଜୀବନରେ ଆସୁଥିବା ସମସ୍ୟାଗୁଡ଼ିକ କମ କରେ। ଏହାସହ ସେହିଦିନ ସମସ୍ତ କାର୍ଯ୍ୟ ସିଦ୍ଧି ପ୍ରାପ୍ତ ହୋଇଥାଏ ବୋଲି କୁହାଯାଏ।
– ଯଦି ସକାଳୁ ଉଠୁଉଠୁ କ୍ଷୀରରେ ଭର୍ତ୍ତି ଏକ ପାତ୍ର ଉପରେ ପ୍ରଥମ ନଜର ପଡେ ତେବେ ଏହା ମଧ୍ୟ ଶୁଭ ସଙ୍କେତ ଭାବରେ ବିବେଚନା କରାଯାଏ। ଏହା ଆମ ଜୀବନରେ ସୁଖ ଏବଂ ସମୃଦ୍ଧିର ସଙ୍କେତ ଦେଇଥାଏ।
– ସେହିପରି ନଡିଆ, ଶଙ୍ଖ, ମୟୂର, ଗୁଆ, ଫୁଲ ଇତ୍ୟାଦି ସକାଳୁ ଦେଖିବା ଶୁଭ ହୋଇଥାଏ। ଏହି ଜିନିଷଗୁଡ଼ିକ ସକାଳେ ଦେଖିଲେ, ଆପଣଙ୍କ ପାଇଁ ଭଲ ଏବଂ ଅନେକ ସୁଖ ଆଣିଥାଏ।
– ଏହାସହ ଆଖି ଖୋଲିବାବେଳେ, ସବୁଜ ରଂଗକୁ ଦେଖିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଥାଏ। ବିଶ୍ୱାସ ଅଛି ଯେ ଯଦି ଜଣେ ବ୍ୟକ୍ତି ସକାଳେ ଆଖୁ ଦେଖନ୍ତି, ତେବେ ସେ ନିକଟ ଭବିଷ୍ୟତରେ ଟଙ୍କା ସମ୍ବନ୍ଧୀୟ କାର୍ଯ୍ୟରେ ସଫଳତା ପାଇବେ।
– ଯେତେବେଳେ ଆମେ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଯାଉଛୁ ଏବଂ ରାସ୍ତାରେ ଆମେ ଗାଈ ଦେଖୁ ତେବେ ତାହା ଶୁଭ ସଙ୍କେତ ଏବଂ ତାହା କାର୍ଯ୍ୟ ସିଦ୍ଧି ହୋଇଥାଏ। ଯଦି ଗାଈଟି ଧଳା ତେବେ ତାହା ଆହୁରି ଶୁଭଦାୟକ ହୋଇଥାଏ।
– ଯଦି ଘରୁ ବାହାରିବା ମାତ୍ରେ କେହି ସଫେଇ କରୁଥିବାର ଦେଖାଯାଏ ତେବେ ଏହା ମଧ୍ୟ ଶୁଭ ସଙ୍କେତ ଦେଇଥାଏ।