ଏସବୁ ଜିନିଷ ଘରୁ ଦୂରେଇ ରଖନ୍ତୁ, ନଚେତ୍ ସର୍ବଦା ଅଶାନ୍ତି ଲାଗି ରହିବ

0

ପରିବାରରେ ସୁଖ ପଛରେ ବାସ୍ତୁର ମଧ୍ୟ ଭୂମିକା ରହିଛି। ବାସ୍ତୁ ଶାସ୍ତ୍ର ଅନୁଯାୟୀ, କିଛି ଜିନିଷ ଘରେ ନକାରାତ୍ମକ ଶକ୍ତି ସୃଷ୍ଟି କରିଥାଏ। ଏହି ଜିନିଷଗୁଡ଼ିକ କେବଳ ପରିବାରର ପ୍ରଗତିରେ ବାଧା ସୃଷ୍ଟି କରେ ନାହିଁ, ବରଂ ଅର୍ଥନୈତିକ ପ୍ରଗତିରେ ମଧ୍ୟ ସମସ୍ୟା ସୃଷ୍ଟି କରେ। ବାସ୍ତୁ ଅନୁଯାୟୀ, ଏହି ଜିନିଷଗୁଡିକ ତୁରନ୍ତ ଘରୁ ବାହାର କରିଦେବା ଉଚିତ।

ଘରେ କେବେହେଲେ ଭଙ୍ଗାରୁଜା ବାସନ, ଖରାପ ଇଲେକ୍ଟ୍ରୋନିକ୍‌ ସାମଗ୍ରୀ, ଭଙ୍ଗା କାଚ, ଦର୍ପଣ, ନଷ୍ଟ ହୋଇଯାଇଥିବା ଫଟୋ, ଖରାପ ହୋଇଯାଇଥିବା ଆସବାବପତ୍ର, ଘଣ୍ଟା, ଭଙ୍ଗା ଦୀପ, ପୁରୁଣା ଝାଡ଼ୁ ଆଦି ରଖନ୍ତୁ ନାହିଁ। ଏହାଦ୍ୱାରା ଘରେ ନକରାତ୍ମକ ଉର୍ଜା ବୃଦ୍ଧି ପାଇଥାଏ। ଏହା ଘରେ ରହୁଥିବା ଲୋକଙ୍କର ଶାରୀରିକ ଓ ଆର୍ଥିକ ବିକାଶରେ ବାଧା ସୃଷ୍ଟି କରିଥାଏ।ଏହାସହ ଘରେ କେବେହେଲେ ମହାଭାରତ ଯୁଦ୍ଧର ଚିତ୍ର, ତାଜମହଲର ଫଟୋ, ନଟରାଜର ମୂର୍ତ୍ତି, ବୁଡ଼ିଯାଉଥିବା ଜାହାଜ, ଜଙ୍ଗଲି ପଶୁଙ୍କ ଫଟୋ, କଣ୍ଟାଜାତୀୟ ବୃକ୍ଷ ବା ତାହାର ଚିତ୍ର ଲଗାନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ। ଏହାଦ୍ୱାରା ଘରେ କଳହ ସୃଷ୍ଟି ହୋଇଥାଏ।

ବାସ୍ତୁ ଅନୁଯାୟୀ ଘରର ଛାତ କେବେହେଲେ ଅପରିଷ୍କାର ରଖନ୍ତୁ ନାହିଁ। ଏହାଦ୍ୱାରା ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଘରେ କେବେହେଲେ ଫଟା ପର୍ସ, ସିନ୍ଦୁକ, ଭଙ୍ଗା ଟ୍ରଙ୍କ ରଖିବା ଉଚିତ ନୁହେଁ। ପର୍ସରେ କେବେହେଲେ ଚାବି, ଭଗବାନଙ୍କ ଚିରା ଫଟୋ ରଖିବା ଉଚିତ ନୁହେଁ। ଏହାଦ୍ୱାରା ପାଖରେ ଟଙ୍କା ରହି ନଥାଏ। ପର୍ସରେ ୫ଟି ଗୁଜରାତି, କଉଡ଼ି ରଖନ୍ତୁ ଅର୍ଥ ସମାଗମ ହେବ।

Leave a comment