ଏମିତି ଲକ୍ଷ୍ମୀ ପୂଜା କଲେ ହେବ ଧନ ସମୃଦ୍ଧିର ବର୍ଷା…
ଧନର ଦେବୀ ମା’ ଲକ୍ଷ୍ମୀ ହୋଇଥାନ୍ତି। ତାଙ୍କର ଶୁଭ ଦୃଷ୍ଟି ଯାହା ଉପରେ ପଡ଼େ ସେହି ଘରେ କେବେ ଅଭାବ ଅସୁବିଧା ହୋଇନଥାଏ। ଶତ୍ରୁ ପାଖ ମାଡ଼ନ୍ତି ନାହିଁ, ହେଲେ ମା’ ଲକ୍ଷ୍ମୀଙ୍କ କୋପ ଦୃଷ୍ଟି ଯାହା ଉପରେ ପଡ଼େ ସେ ଜୀବନରେ କେବେ ସଫଳ ହୋଇପାରିନି, ସର୍ବଦା ସେହି ବ୍ୟକ୍ତି ଦୁଃଖ ପିଡାରେ ଦିନ କଟିଥାନ୍ତି। ତେଣୁ ଘର ହେଉକି ବ୍ୟବସାୟ ସ୍ଥଳୀ ସବୁଠି ମା’ ଙ୍କୁ ଖୁସି କରିବା ପାଇଁ ବିଭିନ୍ନ ଉପାୟ କରା ଯାଇଥାଏ। ଆମେ ଆପଣଙ୍କୁ କିଛିଟା ଉପାୟ କହିବୁ ତାକୁ ଅପଣାଇଲେ ମା’ ଲକ୍ଷ୍ମୀ କେବେ ଆପଣଙ୍କ ଘର ପରିତ୍ୟାଗ କରିବେ ନାହିଁ କି ଦୁଃଖ କଷ୍ଟ ଆପଣଙ୍କ ପାଖ ମାଡ଼ିବ ନାହିଁ। ତେବେ ଚାଲନ୍ତୁ ସେ ବିଷୟରେ ଜାଣିବା..
୧- ଘରେ ଶଙ୍ଖ ରଖି ନିୟମିତ ପୂଜା କରିବା ଦ୍ୱାରା ମା’ ଲକ୍ଷ୍ମୀ ଖୁସି ହୋଇଥାନ୍ତି। ଘରେ ଶଙ୍କର ଉପସ୍ଥିତି ଧନ ଏବଂ ସମୃଦ୍ଧିର ପଥ ଖୋଲିଥାଏ| ମହାଲକ୍ଷ୍ମୀଙ୍କର ପ୍ରିୟ ଶଙ୍ଖ ହୋଇଥିବାରୁ ଏହାକୁ ପ୍ରତିଘରେ ରଖି ପୂଜା କରିଲେ ଶୁଭ ଫଳ ମିଳିଥାଏ।
୨- ଶଙ୍ଖ ପରି ମାତା ଲକ୍ଷ୍ମୀଙ୍କର ପ୍ରିୟ ହୋଇଥାଏ କଉଡ଼ି। ତେଣୁ ଘରେ କଉଡ଼ି ରଖିବା ଶୁଭ ହୋଇଥାଏ। ବିଶେଷ କରି ହଳଦିଆ କଉଡି ରଖିବା ଦ୍ୱାରା ଧନ ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ କରାଯାଏ | ଏହାସହ କଉଡ଼ି ନିଜ ପର୍ଶ କିମ୍ବା ଟଙ୍କା ରଖୁଥିବା ସ୍ଥାନରେ ରଖିବା ଦ୍ଵାରା ଘରେ ଟଙ୍କାର ଅଭାବ ହୋଇନଥାଏ।
୩- ମାତା ଲକ୍ଷ୍ମୀଙ୍କ ପ୍ରିୟ ଫୁଲ ପଦ୍ମ ହୋଇଥାଏ, ଏହା ପ୍ରାୟ ସମସ୍ତଙ୍କୁ ଜଣାଥିବ। ସେଥି ପାଇଁ ତାଙ୍କର ଅନ୍ୟ ନାମ ମା’ ପଦ୍ମାଳୟା। ପ୍ରତ୍ୟେକ ଗୁରୁବାର ଦିନ ଲକ୍ଷ୍ମୀ ମନ୍ଦିର ଯାଇ ପୂଜାକରିବା ସମୟରେ ତାଙ୍କୁ ପଦ୍ମ ଫୁଲ ଅର୍ପଣ କରନ୍ତୁ ଏଭଳି କରିବା ଦ୍ୱାରା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ବୋଲି କୁହାଯାଏ | ଆପଣ ଘରେ ମା’ ଲକ୍ଷ୍ମୀଙ୍କ ଫୋଟରେ ମଧ୍ୟ ପଦ୍ମ ଫୁଲ ଅର୍ପଣ କରି ପାରିବେ।
୪- ମା’ ଲକ୍ଷ୍ମୀଙ୍କୁ ହଳଦିଆ ଭାତ ବା ଖେଚୁଡ଼ି କରି ଅର୍ପଣ କଲେ ମାତା ଖୁସି ହୋଇଥାନ୍ତି| ହଳଦିଆ ଏବଂ ଧଳା ରଙ୍ଗର ମିଠା ମଧ୍ୟ ମାତା ଲକ୍ଷ୍ମୀଙ୍କର ପ୍ରିୟ ହୋଇଥାଏ |
୫- ନଡ଼ିଆକୁ ମା’ ଭଲ ପାଆନ୍ତି | ଏହା ବ୍ୟତୀତ, ଖୀର, ହାଲୁଆ, ଆଖୁ, ଅଁଳା, ମୂଳା ଆଦି ଦେଇ ପୂଜା କରିପାରିବେ। ଏହି ଜିନିଷ ଗୁଡିକ ମା’ ଲକ୍ଷ୍ମୀଙ୍କର ଅତି ପ୍ରିୟ।ସେହିଭଳି
ପାରିଜାତ ଫୁଲ ମା’ ଙ୍କୁ ଖୁବ ପସନ୍ଦ ହୋଇଥାଏ, ଏହି ଗଛ ଏବଂ ଏହାର ଫୁଲ ଘରର ଆଖ ପାଖରେ ରହିବା ଦ୍ୱାରା ଘରକୁ ଧନ ଏବଂ ସମୃଦ୍ଧିର ବାଟ ଖୋଲିଥାଏ ବୋଲି କୁହାଯାଏ |
୬- ଭଗବାନ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀଙ୍କୁ ନିୟମିତ କଦଳୀ ଅର୍ପଣ କଲେ ସେମାନେ ଅତ୍ୟନ୍ତ ଆନନ୍ଦିତ ହେବା ସହ ଭକ୍ତମାନଙ୍କୁ ଆଶୀର୍ବାଦ ଦେଇଥାନ୍ତି ବୋଲି କୁହାଯାଏ | ସେହି ଭଳି ଧନ ଏବଂ ସମୃଦ୍ଧତା ପାଇଁ ପୂଜାରେ କଦଳୀ ଗଛ ବା ତାର ପତ୍ର ବ୍ୟବହାର କରିବା ଭଲ |
୭- ନିୟମିତ ଶାଳଗ୍ରାମ ଏବଂ ତୁଳସୀଙ୍କୁ ପୂଜା କଲେ ଉଭୟ ଲକ୍ଷ୍ମୀ ନାରାୟଣ ଖୁସି ହୁଅନ୍ତି ଆଉ ତାଙ୍କ ଶୁଭ ଦୃଷ୍ଟି ସର୍ବଦା ଆପଣଙ୍କ ପରିବାର ଉପରେ ରହିଥାଏ| ତୁଳସୀ ଗଛ ମୂଳେ ସବୁଦିନ ସକାଳେ ଓ ସନ୍ଧ୍ୟାରେ ଦୀପ ଜାଳି ଭଗବାନ ବିଷ୍ଣୁଙ୍କୁ ପୂଜା କରିଲେ ମା’ ଲକ୍ଷ୍ମୀ ଖୁସି ହୁଅନ୍ତି ଆଉ ଆପଣଙ୍କ ପାଇଁ ସୁଖ ସମୃଦ୍ଧି ଆଣିଥାନ୍ତି ବୋଲି କୁହାଯାଏ | ଘରେ ଶିଳ ପୂଜା କରିଲେ ଓ ଚିତା ଝୋଟି ପକେଇଲେ ମାତା ଲକ୍ଷ୍ମୀ ଖୁସି ହୁଅନ୍ତି ଆଉ ସେହିଘରେ ସର୍ବଦା ବାସକରନ୍ତି |
୮- ଘରକୁ ସଫା ସୁତୁରା ରଖିଲେ ମା’ ଖୁସି ହୋଇଥାନ୍ତି। ସଫା ରହୁଥିବା ଘରକୁ ମା’ କେବେ ଛାଡିକି ଯାଆନ୍ତି ନାହିଁ। ସେଠାରେ ଲକ୍ଷ୍ମୀଙ୍କ ବାସ ହୋଇଥିବାରୁ ଧନ ଏବଂ ସମୃଦ୍ଧିର ବାଟ ଖୋଲିଥାଏ | ଦେବୀ ଲକ୍ଷ୍ମୀ ହଳଦିଆ ପୋଷାକ ପିନ୍ଧି ଗୁରୁବାର ଦିନ ଉପବାସ କଲେ ଖୁସି ହୋଇଥାନ୍ତି। ଦେବୀ ଲକ୍ଷ୍ମୀଙ୍କ ପୂଜାରେ ହଳଦିଆ ଜିନିଷ ଅର୍ପଣ କଲେ ଭଲ ଫଳ ମିଳିଥାଏ | ହଳଦିଆ ଗେଣ୍ଡୁ ଫୁଲ ମା’ ଲକ୍ଷ୍ମୀଙ୍କର ପ୍ରାୟ ହୋଇଥାଏ ତେଣୁ ଆପଣ ମା’ଙ୍କ ପୂଜାରେ ଏହାକୁ ବ୍ୟବହାର କରିବା ଶୁଭ ହୋଇଥାଏ।
୯- ଘରର ମହିଳାମାନଙ୍କୁ ସମ୍ମାନ ଏବଂ ସେମାନଙ୍କ ଇଚ୍ଛା ପୁର୍ଣ୍ଣ କରିଲେ ମା’ ଲକ୍ଷ୍ମୀ ସବୁଦିନ ପାଇଁ ଖୁସି ହୁଅନ୍ତି।
୧୦- ଏହା ଛଡ଼ା ପ୍ରତି ଗୁରୁବାର ଦିନ ଉପବାସ କରିଲେ ଘରକୁ ଲକ୍ଷ୍ମୀ ଆସିଥାନ୍ତି ବୋଲି କୁହାଯାଏ।