ଏଭଳି କଲେ ଜୀବନରେ ଦେଖାଯିବ ସୁଖର ଲହରୀ

0

ଜୀବନରେ ସୁଖଶାନ୍ତି ବଜାୟ ରଖିବାକୁ ଚାହୁଁଥିଲେ ବାସ୍ତୁ ଅନୁସାରେ କରନ୍ତୁ ଏହି କାର୍ଯ୍ୟ:
-ସକାଳେ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଯିବା ସମୟରେ ତାୱାକୁ ଗରମ କରିବା ପରେ ପ୍ରତିଦିନ ବ୍ୟବହାର କରାଯାଉଥିବା ଲୁଣକୁ ଏଥିରେ ପକାନ୍ତୁ। ମାତ୍ର ଲୁଣରେ ଅନ୍ୟ କୌଣସି ଜିନିଷ ମିଶାନ୍ତୁ ନାହିଁ।

-ତାୱା ଥଣ୍ଡା ହୋଇଯିବା ପରେ ଏଥିରେ ଲେମ୍ବୁ ଓ ଲୁଣ ବ୍ୟବହାର କରନ୍ତୁ। ଏହାଦ୍ୱାରା ଆପଣଙ୍କ ଭାଗ୍ୟରେ ଉତ୍ତମ ପରିବର୍ତ୍ତନ ହୋଇଥାଏ।

-ତାୱା ବ୍ୟବହାର ହେଉନଥିବା ସମୟରେ ଏପରି ସ୍ଥାନରେ ରଖନ୍ତୁ, ଯେପରି ଅନ୍ୟ କାହା ନଜରରେ ଆସିବ ନାହିଁ।

-ଖାଦ୍ୟ ପ୍ରସ୍ତୁତ କରିବା ପରେ ତାୱା କିମ୍ବା କଡେଇକୁ ଖାଲି ରଖନ୍ତୁ ନାହିଁ।

-ତାୱା ଗରମ ଥିବା ସମୟରେ ସେଥିରେ ପାଣି ଆଦୌ ପକାନ୍ତୁ ନାହିଁ।

-ରାତିରେ ଖାଦ୍ୟ ପ୍ରସ୍ତୁତ ପରେ ତାୱାକୁ ଧୋଇ କରି ରଖନ୍ତୁ।

-ରୋଷେଇ ଘରେ କଡ଼େଇ ଓ ତାୱା ଅଧିକ ସମୟ ଅପରିଷ୍କାର ହୋଇ ପଡ଼ିଲେ ପରିବାର ସଦସ୍ୟଙ୍କ ଉପରେ ଏହାର କୁପ୍ରଭାବ ପଡ଼ିଥାଏ।

-ବାରମ୍ବାର ଗୋଟିଏ କଡ଼େଇ ଓ ତାୱାକୁ ଭଲ ଭାବେ ନଧୋଇ ବ୍ୟବହାର କଲେ ଘରର ପୁରୁଷଙ୍କ କ୍ଷତି ହୋଇଥାଏ।

-ରାତିରେ ରୋଷେଇ ଘରେ ଅଇଁଠା ବାସନ ରଖିବା ଉଚିତ ନୁହେଁ। ରାତିରେ ମଧ୍ୟ ତାୱା ଧୋଇ କରି ରଖନ୍ତୁ।

-ଯେଉଁ କଡ଼େଇ ଓ ତାୱା ବ୍ୟବହାର ଉପଯୋଗୀ ନୁହେଁ, ତାହାକୁ ରୋଷଇ ଘରେ ରଖନ୍ତୁ ନାହିଁ।

-ତାୱା ଓ କଡ଼େଇକୁ ଓଲଟାଇ ରଖନ୍ତୁ ନାହିଁ।

-ଗ୍ୟାସ ବନ୍ଦ ହେବା ପରେ ତାୱାକୁ ଏହା ଉପରେ ରଖନ୍ତୁ ନାହିଁ।

-ଖାଦ୍ୟ ପ୍ରସ୍ତୁତ କରିବାର ସ୍ଥାନର ଡ଼ାହାଣ କଡ଼ରେ କଡ଼େଇ ଓ ତାୱା ରଖନ୍ତୁ।

-ଲେମ୍ବୁ ଓ ଲୁଣରେ ତାୱା ସଫା କରନ୍ତୁ। ତାୱା ଓ କଡ଼େଇ ସଫା ରହିବା ଦ୍ୱାରା ଭାଗ୍ୟରେ ସୁପରିବର୍ତନ ହୋଇଥାଏ।

Leave a comment