ଏଣିକି ଖୁଚୁରା ନ ଥିଲେ ‘ମୋ ବସ୍’ ଯାତ୍ରା ଅସମ୍ଭବ

0

ମୋ ବସ୍’ରେ ଯାତାୟତ କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର ସାମନାକୁ ଆସିଛି । ଏଣିକି ପାଖରେ ଖୁଚୁରା ଟଙ୍କା ନଥିଲେ ‘ମୋ ବସ୍’ରେ ଯାତ୍ରା କରି ପାରିବେନି ଯାତ୍ରୀ । କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ(କ୍ରୁଟ) ତରଫରୁ ହୋଇଥିବା ଏଭଳି ଏକ ପୋଷ୍ଟକୁ ନେଇ ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଜୋରଦାର ଚର୍ଚ୍ଚା । କାରଣ ଏଣିକି ବସରେ ଯିବା ପାଇଁ ମଧ୍ୟ ଲାଗୁ ହୋଇଛି ସର୍ତ୍ତ ।

କ୍ରୁଟ କରିଥିବା ଏହି ପୋଷ୍ଟରେ ଏ ନେଇ ସିଧାସଳଖ ଘୋଷଣା କରିନାହିଁ । ପୋଷ୍ଟରେ କୁହାଯାଇଛି ଯେ, ଖୁଚୁରା ଟଙ୍କା ପାଖରେ ରଖନ୍ତୁ, ଟିକେଟର ମୂଲ୍ୟ ଅନୁସାରେ ଦିଅନ୍ତୁ । ଖୁଚୁରା ଟଙ୍କା ନ ରହିବାରୁ କିଛି ଯାତ୍ରୀଙ୍କୁ ଟିକେଟ୍ ମୂଲ୍ୟ ଅପେକ୍ଷା ଅଧିକ ଟଙ୍କା ଦେବାକୁ ପଡୁଛି ବୋଲି ଅଭିଯୋଗ ହେଉଛି । ତେଣୁ ଏହି ସମସ୍ୟାକୁ ସାମନା ନ କରିବା ପାଇଁ ନିଜ ପାଖରେ ଖୁଚୁରା ଟଙ୍କା ରଖିବା ପାଇଁ ଯାତ୍ରୀମାନଙ୍କୁ ପରାମର୍ଶ ଦେଇଛି କ୍ରୁଟ ।

Leave a comment

You cannot copy content of this page