ଏଠି ଶୋଇବା ପାଇଁ ମିଳେ ଚାକିରି…

କୌଣସି ମଣିଷ ପାଇଁ ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏସବୁ ତାର ମୌଳିକ ଆବଶ୍ୟକତା ହୋଇଥିବା ବେଳେ ସେସବୁକୁ ପୂରଣ କରିବା ପାଇଁ ରୋଜଗାର କରିବାକୁ ପଡେ ବା ଚାକିରି ମାଧ୍ୟମରେ ମଣିଷ କେବଳ ଟଙ୍କା ଅର୍ଜନ କରେ ନାହିଁ, ବରଂ ନିଜକୁ ବିକଶିତ କରେ। ଦକ୍ଷତା ଅନୁଯାୟୀ, ପ୍ରତ୍ୟେକ ବ୍ୟକ୍ତି ନିଜ ପାଇଁ ଚାକିରି ବାଛନ୍ତି। ଭବିଷ୍ୟତକୁ ଉନ୍ନତ କରିବା ପାଇଁ, ପ୍ରତ୍ୟେକ ବ୍ୟକ୍ତି କିଛିନା କିଛି ରୋଜଗାରରେ ଜଡିତ ହୋଇଥାନ୍ତି। ତେବେ ଆପଣ ଦେଶ ବିଦେଶରେ ଅନେକ ପ୍ରକାରର ଚାକିରୀ କଥା ଶୁଣିଥିବା। କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଏପରି ଚାକିରି ବିଷୟରେ କହିବୁ, ଯାହା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ।
ଟ୍ରେନରେ ଧକା ଦେବା ଚାକିରି :-
ଏହା ବିଷୟରେ ଶୁଣି ଆପଣ ଟିକେ ଦ୍ବନ୍ଦରେ ରହୁଥିବେ ନିଶ୍ଚୟ। କିନ୍ତୁ ଜାପାନରେ ଏହି ଚାକିରି ରହିଛି ଯେଉଁଥିରେ କର୍ମଚାରୀମାନଙ୍କୁ ଟ୍ରେନରେ ଧକା ଦେବାକୁ ପଡିଥାଏ। ବାସ୍ତବରେ ଏଠାକା ଟ୍ରେନରେ ବହୁତ ଭିଡ଼ ହୁଏ, ଯେଉଁଥିପାଇଁ ଅନେକ ଥର ଟ୍ରେନର କବାଟ ବନ୍ଦ ହୋଇନଥାଏ। ଏହି ଚାକିରିରେ ନିଯୁକ୍ତ ଲୋକମାନେ ବାହାରେ ଭିଡ଼କୁ ଠେଲି ଟ୍ରେନ୍ କବାଟ ବନ୍ଦ କରିବାରେ ସାହାଯ୍ୟ କରନ୍ତି।
ସାପ ବିଷ ବାହାର କରିବା କାମ:-
ବିଷାକ୍ତ ସାପର ବିଷ ବାହାର କରିବା ଏବଂ ସଂଗ୍ରହ କରିବା ସହଜ କାମ ନୁହେଁ। କିନ୍ତୁ ଏହି କାମ କରିବା ପାଇଁ ଲୋକଙ୍କୁ ମୋଟା ଅଙ୍କର ଦରମାରେ ଚାକିରି ମିଳିଥାଏ। ଏହି କାମ କରୁଥିବା ଲୋକଙ୍କୁ ସାପର ବିଷକୁ ଏକ ପାତ୍ରରେ ରଖିବାକୁ ପଡିଥାଏ। ଏହି ବିଷ ଅନେକ ପ୍ରକାରର ଔଷଧ ତିଆରିରେ ବ୍ୟବହୃତ ହୁଏ |
କୁକୁର ଖାଦ୍ୟ ପରୀକ୍ଷଣକାରୀ:-
ଏହି ଚାକିରି ବିଷୟରେ ଜାଣି ଆପଣ ଟିକିଏ ଅଜବ ଅନୁଭବ କରୁଥିବେ।ତେବେ ବାସ୍ତବରେ କୁକୁର ଖାଦ୍ୟ କମ୍ପାନୀଗୁଡିକ ଉତ୍ପାଦ ପରୀକ୍ଷା କରିବାକୁ ଲୋକଙ୍କୁ ନିଯୁକ୍ତି ଦିଅନ୍ତି। କୁକୁର ଖାଦ୍ୟ ପରୀକ୍ଷଣରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ପ୍ରସ୍ତୁତ ଉତ୍ପାଦକୁ ଟେଷ୍ଟ କରି ଏବଂ ଏହାର ସ୍ବାଦ କିପରି? କହିଥାନ୍ତି।
ଶୋଇବା ପାଇଁ ମିଳେ ଚାକିରି:-
ଅନେକ ଦେଶରେ ଲୋକଙ୍କୁ କେବଳ ଶୋଇବା ପାଇଁ ଚାକିରି ଦିଆଯାଇଥାଏ। ଏହି ଲୋକମାନଙ୍କୁ କେବଳ ଶୋଇବାକୁ ପଡିଥାଏ, ଏବଂ ଏହାର ପ୍ରତିବଦଳରେ ସେମାନେ ଭଲ ଟଙ୍କା ପାଆନ୍ତି। ବେଳେବେଳେ ଅନୁସନ୍ଧାନ କରୁଥିବା ଲୋକମାନେ ମଧ୍ୟ ଏହିପରି ଲୋକଙ୍କୁ ନିଯୁକ୍ତି ଦିଅନ୍ତି। ଆପଣଙ୍କୁ କହିରଖୁଛୁ ଯେ ଥରେ ଫିନଲ୍ୟାଣ୍ଡର ଏକ ହୋଟେଲ କୋଠରୀ ଏବଂ ଶଯ୍ୟାର ଆରାମ ବିଷୟରେ ଜାଣିବା ପାଇଁ ବୃତ୍ତିଗତ ଲୋକଙ୍କୁ ନିଯୁକ୍ତି ଦେଇଥିଲା।
କାନ୍ଦିବା ପାଇଁ ଚାକିରି:-
କେବଳ ବିଦେଶ ନୁହେଁ, ଭାରତର ଅନେକ ସ୍ଥାନରେ ମଧ୍ୟ ଏପରି ମହିଳାଙ୍କୁ ନିଯୁକ୍ତି ଦିଆଯାଏ, ଯେଉଁମାନେ କାନ୍ଦିବା କାମ କରନ୍ତି। କାହାର ଘରେ ଶୋକ ସମୟରେ ଏହି ଲୋକଙ୍କୁ ଡକାଯାଇଥାଏ ଏବଂ କାନ୍ଦିବା ପାଇଁ ଟଙ୍କା ଦିଆଯାଏ। ଏହିପରି ଆହୁରି ଅନେକ ଅଭୂତ ଚାକିରି ରହିଛି। ଯେପରି ଚା’ ଟେଷ୍ଟର।