ଏକା ସାଙ୍ଗେ କାହିଁକି ୩ ଟି ରୁଟି ଦିଆଯାଏ ନାହିଁ ଖାଇବାକୁ

0

ହିନ୍ଦୁ ଧର୍ମରେ ତିନି ଠାକୁର ବ୍ରହ୍ମା, ବିଷ୍ଣୁ ଏବଂ ମହେଶଙ୍କୁ ମୁଖ୍ୟ ଭାବେ ବିବେଚନା କରାଯାଇଥାଏ। ଯାହାଙ୍କୁ ତ୍ରିଦେବ ମଧ୍ୟ କୁହାଯାଏ। ସେମାନଙ୍କୁ ହିନ୍ଦୁ ପୁରାଣରେ ସୃଷ୍ଟି କର୍ତ୍ତା, ପାଳନ କର୍ତ୍ତା ଏବଂ ସଂଘାର କର୍ତ୍ତା ଭାବରେ ବିବେଚନା କରାଯାଇଛି। ଏହି ଦୃଷ୍ଟିରୁ ତିନି ଅଙ୍କ ବହୁତ ଶୁଭ ହେବା ଉଚିତ୍। କିନ୍ତୁ ପୂଜାପାଠରେ, ରୀତିନୀତିରେ, ତିନି ଅଙ୍କ ସଂଖ୍ୟା ଅଶୁଭ ବୋଲି ବିବେଚନା କରାଯାଏ। ସେଥି ପାଇଁ ଠାକୁରଙ୍କ ପାଖକୁ ତିନୋଟି ଫଳ, ଧୂପକାଠି, ଫୁଲ ନେବାକୁ ମନା କରାଯାଇଥାଏ। କେବଳ ସେତିକି ନୁହେଁ ଦୀପରେ ତିନୋଟି ସଳିତା ରଖିବାକୁ ମଧ୍ୟ ମନା କରାଯାଇଥାଏ। ଏପରିବି ହିନ୍ଦୁ ଘରେ ଖାଇବା ସମୟରେ ଥାଳିରେ ତିନୋଟି ରୁଟି ଏକାସାଙ୍ଗରେ ପରସା ଯାଏ ନାହିଁ। ଯଦିଓ କେହି କେବେ ଏହି ଭୁଲ କରନ୍ତି, ତେବେ ଘରର ପୁରୁଖା ଲୋକମାନେ ଏହାକୁ ବାହୁନି ଥାଆନ୍ତି। କେବଳ ଘର ନୁହେଁ ରେଷ୍ଟୁରାଣ୍ଟରେ ମଧ୍ୟ କେବେ ତିନିଟି ରୁଟି ଏକାଠି ପରସା ଯିବାର ଦେଖି ନଥିବେ। ପରସା ଯାଉଥିବା ରୁଟିର ସଂଖ୍ୟା ଏକ, ଦୁଇ, ଚାରି କିମ୍ବା ଅଧିକ ହୋଇପାରେ। ତେବେ ତିନିକୁ କାହିଁକି ଏତେ ଅଶୁଭ ମନାଯାଏ ଏହି ପ୍ରଶ୍ନ ଆପଣଙ୍କ ମନରେ ଉଠିବା ସ୍ୱାଭାବିକ। ତେବେ ଆମେ ଆପଣଙ୍କୁ ଜଣାଉଛୁ ତିନୋଟି ରୁଟି ଏକାସାଙ୍ଗରେ ପରସିବା କଣ ପାଇଁ ଅଶୁଭ ହୋଇଥାଏ

ହିନ୍ଦୁ ଧର୍ମରେ ତିନୋଟି ରୁଟି ଥିବା ଖାଦ୍ୟ ଥାଳି ମୃତ ବ୍ୟକ୍ତିଙ୍କ ଖାଦ୍ୟ ସହିତ ସମାନ ବୋଲି ବିବେଚନା କରାଯାଏ, କାରଣ କାହାର ମୃତ୍ୟୁ ପରେ ତ୍ରୟୋଦଶୀ ସଂସ୍କାର ପୂର୍ବରୁ ଯେଉଁ ଖାଦ୍ୟ ଥାଳି ବାହାରିଥାଏ ସେଥିରେ ତିନିଟି ରୁଟି ରଖାଯିବାର ବିଧି ରହିଛି। ସେହି ଥାଳି ମୃତ ବ୍ୟକ୍ତିଙ୍କୁ ସମର୍ପିତ କରାଯାଇଥିବା ବେଳେ ତାହାକୁ କେବଳ ପରସୁଥିବ ଲୋକ ବ୍ୟତୀତ ଅନ୍ୟ କେହି ଦେଖନ୍ତି ନାହିଁ। ନଚେତ୍ ପରିବାରରେ ବିଘ୍ନ ଘଟିଥାଏ ବୋଲି କୁହାଯାଏ।ଏହି କାରଣରୁ ଘରେ ବଡମାନେ ପରିବାରର ଲୋକଙ୍କୁ ତିନୋଟି ରୁଟି ଏକାଠି ଥାଳିରେ ରଖିବାକୁ ବାରଣ କରିଥାନ୍ତି। ଏହା ବ୍ୟତୀତ, ଏହା ମଧ୍ୟ ବିଶ୍ଵାସ କରାଯାଏ ଯେ ତିନିଟି ରୁଟି ଏକାଠି ରଖି ଭୋଜନ ପାଇଁ ଦେବା ଦ୍ଵାରା ସେହି ଖାଦ୍ୟ ଖାଉଥିବା ଲୋକ ମନରେ ଅନ୍ୟମାନଙ୍କ ପ୍ରତି ଶତ୍ରୁତା ଭାବନା ସୃଷ୍ଟି ହୋଇଥାଏ।

ତେବେ ଯଦି ଆମେ ଏହାର ବୈଜ୍ଞାନିକ କାରଣ ବିଷୟରେ କହିବା, ତେବେ ଅଧିକାଂଶ ସ୍ୱାସ୍ଥ୍ୟ ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ ସାଧାରଣ ଲୋକ ଦିନସାରା ଅଳ୍ପ ଅଳ୍ପ କରି ଖାଇବା ଉଚିତ୍। ଏଭଳି ପରିସ୍ଥିତିରେ ଜଣେ ବ୍ୟକ୍ତି ପାଇଁ ଗିନାଏ ଡାଲି, ଗୋଟିଏ ପାତ୍ରରେ ତରକାରୀ , ୫୦ ଗ୍ରାମ ଚାଉଳର ଭାତ ଏବଂ ଦୁଇଟି ରୁଟିର ଖାଦ୍ୟ ଥାଳି ଯଥେଷ୍ଟ ହୋଇଥାଏ। ଏହା ଏକ ସନ୍ତୁଳିତ ଖାଦ୍ୟ ଭାବରେ ବିବେଚନା କରାଯାଏ କାରଣ ଜଣେ ବ୍ୟକ୍ତି ଦୁଇଟି ରୋଟିରୁ ୧୨୦୦ ରୁ ୧୪୦୦ କ୍ୟାଲୋରୀ ଶକ୍ତି ପାଇଥାଏ। ଏକ ସମୟରେ ଏହାଠାରୁ ଅଧିକ ଖାଇବା ମଣିଷକୁ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରେ ପକାଇ ପାରେ। ଅନ୍ୟ ପକ୍ଷରେ ତିନି ସଂଖ୍ୟା ଅଛିଣ୍ଡିଆ ହୋଇଥିବାରୁ ଅନେକ ଲୋକ ବଢିବା ଓ ଖାଇବା ସମୟରେ ଦ୍ବନ୍ଦରେ ପଡିଥାନ୍ତି। ତେଣୁ ଏହାଠୁ ଅଧିକ ନହେଲେ କମ ରୁଟି ବଢିବା ସୁବିଧାଜନକ ହୋଇଥାଏ।

Leave a comment