ଇନଫର୍ମର ସନ୍ଦେହରେ ପୋଲିସ ଭାଇଙ୍କୁ ହତ୍ୟା

0

ଛତିଶଗଡ ରାଜ୍ୟର ବିଜାପୁର ଅଞ୍ଚଳରେ ଜଣେ ପୋଲିସର ଭାଇଙ୍କୁ ହତ୍ୟା କଲେ ମାଓବାଦୀ। ହତ୍ୟା କରିବା ପରେ ଛତିଶଗଡ ରାଜ୍ୟର ମିରତୁର ଥାନା ଅନ୍ତର୍ଗତ ତିମେନାର ଅଞ୍ଚଳରେ ହତ୍ୟା କରି ଫୋପାଡି ଦେଇଥିଲେ ମାଓବାଦୀମାନେ। ମୃତକଙ୍କ ନାମ ସୁଦ୍ରୁ କରମ। ଯିଏ କି ଜଣେ ପୋଲିସର ଭାଇ। ନକ୍ସଲମାନେ ତାଙ୍କୁ ଏକ ତୀକ୍ଷ୍ଣ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ହତ୍ୟାର ଶିକାର ହୋଇଥିବା ସୁଦ୍ରୁ କରମଙ୍କୁ ପ୍ରଥମେ ଗାଁରୁ ଉଠାଇ ନିଆଯାଇଥିଲା ଏବଂ ପରେ ନକ୍ସଲମାନେ ହତ୍ୟା କରିଥିଲେ। ଗତ ସପ୍ତାହରେ ୩ ଗ୍ରାମବାସୀଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି । ପ୍ରଥମ ହତ୍ୟାକାଣ୍ଡ ଘଟାଇଥିଲେ ଗଙ୍ଗାଲୁର ନିକଟ ପୁଷନାର ଅଞ୍ଚଳରେ। ଦ୍ୱିତୀୟ ହତ୍ୟାକାଣ୍ଡ ଜାଙ୍ଗଲାର ର ଜେଗୁରରେ ଏବଂ ଆଜି ତିମେନାରରେ ତୃତୀୟ ହତ୍ୟାକାଣ୍ଡ ଘଟିଛି।

ପୋଲିସ ଇନଫରମର ସନ୍ଦେହରେ ମାଓବାଦୀମାନେ ଏପରି ହତ୍ୟା କାଣ୍ଡ ଭିଆଇ ଲୋକଙ୍କ ମନରେ ଭୟ ସୃଷ୍ଟି କରିବାର ପ୍ରୟାସ କରୁଥିବା ସନ୍ଦେହ କରାଯାଉଛି। ଫଳରେ ଆଗକୁ କେହି ଗ୍ରାମୀଣ ବ୍ୟକ୍ତି ମାଓବାଦୀମାନଙ୍କ ସଂପର୍କରେ ପୋଲିସ କୁ ସୂଚନା ଦେବାକୁ ସାହସ କରିବେ ନାହିଁ। ମାଓବାଦୀମାନଙ୍କ ଏପରି ହତ୍ୟାକାଣ୍ଡକୁ ପୋଲିସ ଗୁରୁତର ସହ ନେଇଛି। ଏହାର ତଦନ୍ତ କରି ମାଓ ଅପରେସନକୁ ଅଧିକ କ୍ରିୟାଶୀଳ କରାଯାଇଛି।

Leave a comment