ଆଳୁ କିଲୋ ଏକ ଲକ୍ଷ, ଜାଣନ୍ତୁ କେଉଁଠି

ଆପଣ ଅନେକ ପ୍ରକାର ପରିବା ଖାଇଥିବେ ବା ଦେଖିଥିବେ।ସାଧାରଣତଃ ପନିପରିବାର ଅତି ବେଶୀରେ ସେମାନଙ୍କ ଦାମ୍ ୧୦୦ କି୨୦୦ ଭିତରେ ରହିଥାଏ। କିନ୍ତୁ ଏମିତି କିଛି ପନିପରିବା ରହିଛି ଯାହାର ଦାମ୍ ଲକ୍ଷ ଲକ୍ଷ ଟଙ୍କା ହୋଇଥାଏ। ସେହି ଦାମରେ ଆପଣ ସୁନା ,ହୀରା ନଚେତ ଅନ୍ୟ ଦାମୀ ଜିନିଷ ମଧ୍ୟ କିଣି ପାରିବେ।ଯେକୌଣସି ଋତୁରେ ମଧ୍ୟ ଏହି ପନିପରିବାର ମୂଲ୍ୟ ଖୁବ ଅଧିକ। ତେବେ ଚାଲନ୍ତୁ ଜାଣିବା ସେଭଳି କିଛି ପରିବା ବିଷୟରେ…
ଲା ବୋନୋଟେ ଆଳୁ – ଏହି ଆଳୁ ଖୁବ ଦୁର୍ଲ୍ଲଭ। ଏହା ବିଶ୍ଵର ସବୁଠାରୁ ଦାମୀ ଆଳୁ। ଏହି ଆଳୁ କେବଳ ଫ୍ରାନ୍ସର ଏକ ନିଶ୍ଚିତ ତଟରେ ଚାଷ କରାଯାଏ। ପ୍ରତ୍ୟେକ ବର୍ଷ କେବଳ ୧୦ ଦିନ ପର୍ଯ୍ୟନ୍ତ ହିଁ ମିଳିଥାଏ। ଖାଇବାକୁ ଏହି ଆଳୁ ଲୁଣର ସ୍ୱାଦ ଭଳି (ନମକିନ୍) । ଏହାର ଏକ କିଲୋଗ୍ରାମ ଆଳୁର ମୂଲ୍ୟ ଏକ ଲକ୍ଷ ଟଙ୍କା। ବାଲିଆ ମାଟିରେ ଏହି ଆଳୁ ଚାଷ କରାଯାଇଥାଏ।
ମସ୍ତୁଟେକ ମସରୁମ- ଏହା ଏକ ଜାପାନୀ ମସରୁମ। ଯାହାର ସ୍ୱାଦ ଡାଲଚିନି ଭଳି। ଏହାର ମୂଲ୍ୟ ପ୍ରାୟ ୭୩,୭୫୦ଟଙ୍କାରୁ ଅଧିକ।
ହାଁପ ଶୁଟ୍ – ଏହା ଏକ ପ୍ରକାର ଫୁଲ ଭଳି। ଏହାର ବ୍ୟବହାର କେତେକ ପାନୀୟ ସହ ଔଷଧ ପ୍ରସ୍ତୁତିରେ ବ୍ୟବହାର କରାଯାଏ। ଏହାର ମୂଲ୍ୟ ପ୍ରାୟ ୭୨,୦୦୦ ଟଙ୍କା। ଭାରତର ବିହାରରେ ପ୍ରଥମ କରି ଏହି ଫଳ ଚାଷ କରାଯାଇଛି।
ୟାମାଶିତା ପାଳଙ୍ଗ – ଏଥିରେ ପ୍ରଚୁର ପରିମାଣରେ ଫାଇବର ରହିଥାଏ। ଏହା ମଧ୍ୟ ଫ୍ରାନ୍ସରେ ଚାଷ କରାଯାଏ। ଏହାର ମୂଲ୍ୟ ପ୍ରାୟ ୨୦୦୦ ଟଙ୍କା।