ଆରପାରିରେ ଅଭିନେତା ବିରାଜ ଦାସ

0

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଉ ନାହାନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତା ବିରାଜ ଦାସ । ନିଜର ବଳିଷ୍ଠ ଅଭିନୟ ପାଇଁ ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଥିବା ବିରାଜ ଦାସ ଆଜି ୬୩ ବର୍ଷ ବୟସରେ ଆରପାରିକୁ ଚାଲି ଯାଇଛନ୍ତି । ସେ ଦୀର୍ଘଦିନ ହେଲା କର୍କଟ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ରାତି ପ୍ରାୟ ୯ଟା ବେଳେ ସେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଏ ସମ୍ପର୍କରେ ତାଙ୍କ ସାନ ପୁଅ ଅର୍ଣ୍ଣବ ଦାସ ସୂଚନା ଦେଇଛନ୍ତି ।

ବିରାଜ ୧୯୫୯ ମସିହା ଜୁନ୍ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ପରେ ସେ ବ୍ୟାଙ୍କରେ ଚାକିରି କରିଥିଲେ । ବିରାଜ ଦାସ ଅନେକ ଓଡ଼ିଆ ଫିଲ୍ମ ସହ ସିରିଏଲ୍ରେ ମଧ୍ୟ ନିଜ ଅଭିନୟର ଯାଦୁ ଦେଖାଇଥିଲେ । ଭାଇ ଠାରୁ ଆରମ୍ଭ କରି ମାମୁ ଓ ବାପାଙ୍କ ଭଳି ଚରିତ୍ରରେ ସେ ଅଭିନୟ କରି ଓଡ଼ିଆ ଦର୍ଶକଙ୍କ ମନରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ୧୯୯୫ରେ ରିଲିଜ ହୋଇଥିବା ‘ଭାଇ ମୋର ଜଗା’, ୧୯୯୯ର ‘ପ୍ରେମ ବନ୍ଧନ’ ଠାରୁ ଆରମ୍ଭ କରି ‘ମା’ ପରି କିଏ ହେବ’ ଭଳି ସୁପର ହିଟ୍ସିନେମାରେ ସେ ଅଭିନୟ କରିଥିଲେ । ଏହାବାଦ୍ ଓଡ଼ିଆ ସିରିୟଲ ଓ ଅନେକ ଟକ୍ ଶୋ’ ମଧ୍ୟ ସେ ନିଜର ଆସିଥିଲେ । ଆଜି ତାଙ୍କ ଦେହାନ୍ତ ଖବର ପୂରା ଓଲିଉଡ୍ ଜଗତରେ ଶୋକର ଛାୟା ଖେଳାଇ ଦେଇଛି ।

Leave a comment