ଆମେରିକାରେ ଅନଲାଇନ ବିକ୍ରି ହେଉଛି ନିମ୍ବ ଦାନ୍ତକାଠି, ଦାମ ଜାଣିଲେ ହୋସ ଉଡ଼ିବ

0

ଭାରତର ପ୍ରତ୍ୟେକ ଗାଁ, ଗଳିକନ୍ଦି, ରାସ୍ତାକଡ଼ରେ ନିମ୍ବ ଗଛ ଦେଖିବାକୁ ମିଳିଥାଏ। ଏହାସହ ନିମ୍ବ ଦାନ୍ତକାଠିବି ଅତି ସହଜରେ ମିଳିଯାଏ। କିନ୍ତୁ ଆପଣ ଜାଣନ୍ତି କି ଆମେରିକା ଭଳି ଦେଶରେ ଏହି ନିମ୍ବ ଦାନ୍ତକାଠି (ନିମ୍ ଚେ ଷ୍ଟିକ୍ସ ) ସୁପର ମାର୍କେଟରେ ୧୮ ଶହ ଟଙ୍କାରେ ବିକ୍ରି ହେଉଛି। ନିକଟରେ ଅନଲାଇନ୍ ଖଟିଆ ବିକ୍ରି ଖବର ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଭାରତର ଲୋକମାନେ ଆଶ୍ଚର୍ଯ୍ୟ ହୋଇଥିଲେ ଯେ, ଯେଉଁ ଖଟିଆ ବର୍ତ୍ତମାନ ଭାରତର ଲୋକ ବହୁତ କମ୍ ବ୍ୟବହୃତ କରୁଛନ୍ତି, କିମ୍ବା ବର୍ତ୍ତମାନ କେବଳ କେଉଁ ଗାଁ ଗହଳିର ଗୋଟେ ଅଧେ ଦେଖାଯାଉଛି, କିନ୍ତୁ ଏହା ବିଦେଶରେ ହଜାର ହଜାର ଟଙ୍କାରେ ବିକ୍ରି ହେଉଛି। ଏବେ ଜଣା ପଡିଛି ଯେ ଆମେରିକାରେ ନିମ୍ବ ଦାନ୍ତକାଠି ଅନଲାଇନରେ ପ୍ରାୟ ୧୮ ଶହ ଟଙ୍କାରେ ବିକ୍ରି କରାଯାଉଛି। ଡାକ୍ତରୀ ଶବ୍ଦରେ ଏହାକୁ ବ୍ରାଣ୍ଡିଂ କରି କମ୍ପାନୀଗୁଡିକ ଏଥିରୁ ବହୁତ ଲାଭ କରୁଛନ୍ତି ମଧ୍ୟ।

ଆମେରିକାର ଲୋକଙ୍କ ଭିତରେ ଏବେ ନିମ୍ବ ଦାନ୍ତକାଠି ବହୁତ ପ୍ରସିଦ୍ଧ ହେଉଛି। ଭାରତର ଲୋକମାନେ ବୈଦ୍ୟୁତିକ ବ୍ରସ୍ ପସନ୍ଦ କରୁଥିବାବେଳେ ବିଦେଶୀମାନେ ବର୍ତ୍ତମାନ ଭାରତର ପ୍ରାଚୀନ ସଭ୍ୟତାକୁ ଗ୍ରହଣ କରୁଛନ୍ତି। ନିମ୍ବ ଦାନ୍ତକାଠି ବିଦେଶୀଙ୍କ ମଧ୍ୟରେ ପ୍ରସିଦ୍ଧ ହେବାକୁ ଲାଗିଲାଣି। ନିମ୍ୱରେ ଅନେକ ଔଷଧୀୟ ଗୁଣ ଅଛି। ଏହାର ରସ ଦାନ୍ତକୁ ବହୁତ ଲାଭ ଦିଏ। ଆମେରିକାର ଅନେକ ଅନଲାଇନ୍ ସାଇଟରେ ନିମ୍ଵ ଦାନ୍ତକାଠି ଉପଲବ୍ଧ ହେଉଛି। ନିମ୍ ଟ୍ରି ଫାର୍ମ ନାମକ ଏକ ୱେବସାଇଟ୍ ରେ, ଏହି ଦାନ୍ତକଠି ପ୍ରାୟ ୧୮ ଶହ ଟଙ୍କାରେ ମିଳୁଛି। ଏଥିରେ ନିମ୍ବର ଉପକାରୀ ଗୁଣ ବିଷୟରେ କହି ବ୍ରାଣ୍ଡେଡ୍ କରାଯାଉଛି। କମ୍ପାନୀ ନିଜେ ନିମ୍ବ ଗଛ ବଢେ଼ଇବା ସହ ଏଥିରୁ ଛଡ଼ାଯାଇଥିବା ଡାଳକୁ ଶୁଖାଇବା ପରେ ଏହାର ଦାନ୍ତକାଠି ପ୍ୟାକ୍ କରି ବିକ୍ରି କରୁଛି।

 

Leave a comment